ଦ୍ବିତୀୟ ରଣଜୀ ମ୍ୟାଚରେ ୧୦ ୱିକେଟରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ୍ ପଏଣ୍ଟ

ଭୁବନେଶ୍ବର (କେନ୍ୟୁଜ୍) : ଯାହା ଆଶା କରାଯାଉଥିଲା ସେଇଆ ହେଲା । ଭୁବନେଶ୍ବର କିଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ବିତୀୟ ରାଉଣ୍ଡ ରଣଜୀ ଟ୍ରଫି ମ୍ୟାଚରେ ଘରୋଇ ଓଡ଼ିଶା ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଉତ୍ତର ପ୍ରଦେଶ ଏହାକୁ ୧୦ ୱିକେଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି ।

ଗତକାଲି ୩ୟ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ୭ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା । ପ୍ରଥମ ଇନିଂସରେ ୧୮୧ ରନ୍ ପଛରେ ଥିବା ଘରୋଇ ଦଳ ବାକି ୩ଟି ୱିକେଟ୍ ହରାଇ ଆଉ ମାତ୍ର ୪୧ ରନ୍ ଯୋଡ଼ି ପାରିଥିଲା । ଓଡ଼ିଶା ୨୨୧ ରନରେ ଅଲଆଉଟ ହେବା ପରେ ଉତ୍ତର ପ୍ରଦେଶ ଆଗରେ ବିଜୟଲକ୍ଷ୍ୟ ରହିଥିଲା ମାତ୍ର ୪୧ ରନ୍ । କୌଣସି ୱିକେଟ୍ ନହରାଇ ୟୁପି ଓପ୍ନରଙ୍କ ଜରିଆରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା ।

ଦୁଇଟି ମ୍ୟାଚ୍ ଖେଳି ଓଡ଼ିଶା ମାତ୍ର ଗୋଟିଏ ପଏଣ୍ଟ ହାସଲ କରିଛି । ଉତ୍ତର ପ୍ରଦେଶ ତାର ଦୁଇଟି ଯାକ ମ୍ୟାଚ୍ ଜିତି ୧୪ ପଏଣ୍ଟ ସହ ଗ୍ରୁପ ‘ସି’ର ଶୀର୍ଷରେ ରହିଛି ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍୨୫୬ ଦ୍ବିତୀୟ ଇନିଂସ୍୨୨୧, ୭୨. ଓଭର (ସନ୍ଦୀପ ପଟ୍ଟନାୟକ ୪୬, ଗୋବିନ୍ଦ ପୋଦ୍ଦାର ୨୭, ଶୁଭ୍ରାଂଶୁ ସେନାପତି ୪୨, ଶାନ୍ତନୁ ମିଶ୍ର ୩୭ ଅଙ୍କିତ ରାଜପୁତ ୨୩.୬୪, ଶିବମ ମାଭି ୧୮୬୮)

ଉତ୍ତର ପ୍ରଦେଶ ପ୍ରଥମ ଇନିଂସ୍୪୩୭ ଦ୍ବିତୀୟ ଇନିଂସ୍୪୪/, ୧୨. ଓଭର (ମାଧବ କୌଶିକ ଅପରାଜିତ ୨୨, ମହମ୍ମଦ ସୈଫ ଅପରାଜିତ ୧୬)