Below header

କ୍ଲର୍କ, ଏମଟିଏସ୍‌ ସମେତ ଅନ୍ୟାନ୍ୟ ପଦବୀ ପାଇଁ ସରକାରୀ ବିଭାଗରେ ନିଯୁକ୍ତି ଜାରି, ତୁରନ୍ତ କରନ୍ତୁ ଆବେଦନ

ଭାରତ ସରକାରଙ୍କ ପର୍ଯ୍ୟାବରଣ ଏବଂ ବନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରଦେଶସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ତ୍ରାଳୟ ଦ୍ୱାରା ଜାରି ସୂଚନା ଅନୁଯାୟୀ ମଲ୍ଟି ଟାସ୍କିଂ ଷ୍ଟାଫ, କ୍ଲର୍କ (ଏଲଡିସି/ୟୁଡିସି), ଲିଗାଲ ଆସିଷ୍ଟାଣ୍‌ଟ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଇଛୁକ ଆବେଦନକାରୀ ଅଫିସିଆଲ୍‌ େଓ୍ଵବସାଇଟ୍‌ moef.gov.in ଜରିଆରେ ୨୬ ନଭେମ୍ବର ୨୦୨୦ ସୁଦ୍ଧା ଆବେଦନ କରିପାରିବେ।

student-ପଦ ସଂଖ୍ୟା ଏବଂ ପଦ ନାମ

ସାଇଣ୍ଟିଷ୍ଟ ଡି- ୧ ପଦ

ସାଇଣ୍ଟିଷ୍ଟ ସି- ୨ ପଦ

ରିସର୍ଚ୍ଚ ଅଫିସର (ଆରଓ)/ ରିସର୍ଚ୍ଚ ଆସିଷ୍ଟାଣ୍ଟ (ଆରଏ)- ୧ ପଦ

ଟେକ୍ନିକାଲ ଅଫିସର (ଟିଓ)/ ରିସର୍ଚ୍ଚ ଇନଭେଷ୍ଟିଗେଟର (ଆରଆଇ)- ୧ ପଦ

ଏଲଡିସି /ୟୁଡିସି- ୧ ପଦ

ମଲ୍ଟି ଟାସ୍କିଂ ଷ୍ଟାଫ (ଏମଟିଏସ)- ୧ ପଦ

ଲିଗାଲ ଆସିଷ୍ଟାଣ୍ଟ- ୧ ପଦ

Applyଶିକ୍ଷାଗତ ଯୋଗ୍ୟତା

ପର୍ଯ୍ୟାବରଣ ମନ୍ତ୍ରାଳୟ ବିଭାଗରେ ନିଯୁକ୍ତି ଅନ୍ତର୍ଗତ ଏମଟିଏସ ପଦବୀ ପାଇଁ କୌଣସି ମାନ୍ୟତା ପ୍ରାପ୍ତ ବିଦ୍ୟାଳୟରୁ ମ୍ୟାଟ୍ରିକ୍ୟୁଲେସନ୍‌ ଏବଂ କ୍ଲର୍କ ପଦବୀ ପାଇଁ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ। ସେହିଭଳି ଲିଗାଲ୍‌ ଆସିଷ୍ଟାଣ୍ଟ ପାଇଁ ଏଲଏଲବି, ଟେକ୍ନିକାଲ ଅଫିସର ଏବଂ ରିସର୍ଚ୍ଚ ଅଫିସର ପାଇଁ ସମ୍ବନ୍ଧିତ ବିଷୟରେ ମାଷ୍ଟର ଡିଗ୍ରୀ ଏବଂ ସାଇଣ୍ଟିଷ୍ଟ ପଦବୀ ପାଇଁ ପିଏଚଡି ଡିଗ୍ରୀ ନିର୍ଦ୍ଧାରିତ କରାଯାଇଛି।

job-railwayଏପରି କରନ୍ତୁ ଆବେଦନ

ଇଛୁକ ଆବେଦନକାରୀ ମନ୍ତ୍ରାଳୟର ଅଫିସିଆଲ େଓ୍ଵବସାଇଟ୍‌ କିମ୍ବା ଉପରୋକ୍ତ ଲିଙ୍କ‌ ଜରିଆରେ ଜାରି କରାଯାଇଥିବା ସୂଚନା ଏବଂ ଆପ୍ଲିକେସନ୍‌ ଫର୍ମ ଡାଉନଲୋଡ କରିପାରିବେ। ଏହାପରେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢି ଜାରି କରାଯାଇଥିବା ଡକ୍ୟୁମେଣ୍ଟ ସହ ଶେଷ ତାରିଖ ପୂର୍ବରୁ ଆବେଦନ ପତ୍ର ଜମା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.