କୁନି କୁନି ହାତରେ ମାଟି ପାତ୍ର ତିଆରି କରିବାକୁ ଚେଷ୍ଟା କରୁଛନ୍ତି ତୈମୁର ଅଲ୍ଲୀ ଖାନ, ଦେଖନ୍ତୁ ଭିଡିଓ

ବଲିଉଡ଼ ଷ୍ଟାର କିଡ଼ସ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି କରିନା ଓ ସୈଫଙ୍କ କୁନି ପୁଅ ତୈମୁର ଅଲ୍ଲୀ ଖାନ । ଯୁଆଡେ ବି ଯାଆନ୍ତି ନିଜ କ୍ୟୁଟ ଅନ୍ଦାଜରେ ସମସ୍ତଙ୍କ ମନ ମୋହି ନିଅନ୍ତି ଏହି କ୍ୟୁଟ ଷ୍ଟାର କିଡ଼ । ଆଉ ତାଙ୍କ ଏହି ହରକତ ଗୁଡିକୁ ଫଟୋ ଆକାରରେ ସାଉଣ୍ଟିବା ପାଇଁ ତାଙ୍କ ଆଖପାଖରେ ପତ୍ରକାର ମାନଙ୍କର କିଛି କମ ଭିଡ ଜମେ ନାହିଁ । ମା’ କରିନା ବି ନିଜ ଗେଲ୍ହା ପୁଅର ଫଟୋ ତଥା ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ନିୟମିତ ସେୟାର କରନ୍ତି । ଏହି ନିକଟରେ ମା’ଙ୍କ ସହ କୁନି ତୈମୁରଙ୍କ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଟିକୁ ନିଜେ କରିନା ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଭିଡିଓ ଟିରେ ଆପଣ ଦେଖିପାରିବେ ତୈମୁର ନିଜ କୁନି କୁନି ହାତରେ ମାଟି କାଦୁଅରେ ପାତ୍ର ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି କାମରେ ତାଙ୍କ ଗୁରୁ ପାଲଟିଛନ୍ତି ମା’ କରିନା । ତୈମୁର ବି ଅତି ଆଗ୍ରହର ସହ ମା’ ଙ୍କ ଠାରୁ ଏହି କାମ ଶିଖୁଛନ୍ତି ।

 

 

କହିରଖିବା ଉଚିତ ହେବକି କୁନି ତୈମୁର ବର୍ତ୍ତମାନ ସମୟରେ ପିତା ସୈଫ ଅଲ୍ଲୀ ଖାନ ଓ ମା’ କରିନାଙ୍କ ସହ ହିମାଚଳ ପ୍ରଦେଶର ଧର୍ମଶାଳାରେ ଅବସ୍ଥାନ କରୁଛନ୍ତି । ନିଜ ଆଗାମୀ ଫିଲ୍ମ “ଭୁତ ପୋଲିସ” ସୁଟିଙ୍ଗ କାମରେ ସୈଫ ସେଠାକୁ ଯାଇଥିବା ଜଣା ଯାଇଛି । ଆଉ ଏମାନଙ୍କ ସହ ସମୟ କାଟିବା ପାଇଁ ସେଠାରେ ମଲାଇକା ଅରୋରାଙ୍କ ସମେତ ଅର୍ଜୁନ କାପୁର ବି ପହଂଚିଛନ୍ତି । କିଛି ଦିନ ତଳେ କରିନା, ତୈମୁର, ମଲାଇକା ଏକା ସାଥିରେ ଏକ ଫଟୋରେ ନଜର ଆସିଥିଲେ । ପ୍ରଶଂସକ ମାନେ ବି ଏହି ଫଟୋକୁ ଖୁବ ପସନ୍ଦ କରିଥିବା ବେଳେ ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଦ୍ରୁତ ଗତିରେ ଭାଇରାଲ ମଧ୍ୟ ଭାଇରାଲ ହୋଇଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.