ହୋଣ୍ଡା ସିଟି ଲଞ୍ଚ୍‌ କଲା ନିଜର Hatchback Model , ଜାଣନ୍ତୁ ଏଥିରେ କଣ ରହିଛି ଖାସ୍‌ ଫିଚର୍ସ

ହୋଣ୍ଡା କାର ଭାରତରେ ନିଜର ଲୋକପ୍ରିୟ ସେଡାନ କାର ହୋଣ୍ଡା ସିଟି (Honda City)ର ହ୍ୟାଚବ୍ୟାକ୍‌ ମଡେଲ (Hatchback Model)କୁ ଲଞ୍ଚ୍‌ କରିଛି। ଯଦିଓ ଏହାକୁ ଏବେ ଭାରତରେ ନୁହେଁ ବରଂ ଥାଇଲାଣ୍ଡରେ ଲଞ୍ଚ୍‌ କରାଯାଇଛି। ଆଶା କରାଯାଉଛି ଯେ କମ୍ପାନୀ ବହୁତ ଜଲଦି ଭାରତରେ ମଧ୍ୟ ଏହି କାରକୁ ଲଞ୍ଚ୍‌ କରିବ।

୨୦ ବର୍ଷର ଲୋକପ୍ରିୟ କାର

ହୋଣ୍ଡା ସିଟି ଗତ ୨୦ ବର୍ଷରେ ଲଗାତାର ଲୋକପ୍ରିୟତା ହାସଲ କରୁଛି। ଏବେ ବି ଲୋକମାନେ ଏହି ଗାଡିକୁ ଖୁବ୍‌ ପସନ୍ଦ କରି କିଣୁଛନ୍ତି। ଏହାକୁ ଧ୍ୟାନରେ ରଖି କମ୍ପାନୀ ଏହି ଗାଡିର ଲଗାତାର ଅପଡେଟେଡ୍‌ ଭର୍ସନ ମାର୍କେଟକୁ ଆଣୁଛି। କମ୍ପାନୀ ହୋଣ୍ଡା ସିଟିର ହ୍ୟାଚବ୍ୟାକକୁ ତିନୋଟି ଭେରିୟଣ୍ଟରେ ଲଞ୍ଚ୍‌ କରିଛି।

cityକମ୍ପାନୀ ଯେଉଁ ତିନୋଟି ଭେରିୟଣ୍ଟକୁ ଲଞ୍ଚ୍‌ କରିଛି ତାହାର ନାମ ହେଉଛି ଏସ+ (S+) , ଏସଭି (SV) ଏବଂ ଆରଏସ (RS)। ଏହି ଗାଡିର ଲୁକ୍‌ ସେଡାନ ଭଳି ରହିଛି। ଏହି ମଡେଲରେ ଗ୍ରୀନ ହାଉସ ଏରିଆ, ଅଧିକ ସ୍ପୋର୍ଟୀ ରିୟର ବମ୍ପର ଏବଂ ଡିଜାଇନ୍‌ କରାଯାଇଥିବା ଟେଲ ଲ୍ୟାମ୍ପ ସହିତ ଇନଫୋଟେନମେଣ୍ଟ ସିଷ୍ଟମ, ଆଣ୍ଡ୍ରଏଡ୍‌ ଅଟୋ ଏବଂ ଆପଲ କାରପ୍ଲେରେ ଲେସ ଆଠ ଇଞ୍ଚର ଟଚସ୍କ୍ରିନ ଦିଆଯାଇଛି।

କାରରେ ରହିଛି ଏହି ଫିଚର୍ସ

ହ୍ୟାଚବ୍ୟାକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୬ଟି ଏୟାରବ୍ୟାଗ, ଅଟୋ ଡୋର ଲକ୍‌, ଏମରଜେନ୍ସୀ ଆଲାର୍ମ ସିଷ୍ଟମ, କର୍ଣ୍ଣିଙ୍ଗ୍‌ ଭେଇକିଲ ଷ୍ଟାବିଲିଟୀ ଆସିଷ୍ଟ ସହିତ ବାଲାନ୍ସ କଣ୍ଟ୍ରୋଲ ସିଷ୍ଟମ ଭଳି ଫିଚର୍ସ ଦିଆଯାଇଛି। ସେହିପରି କମ୍ପାନୀ 1.0- ଲିଟର VTEC ଟର୍ବୋଚାର୍ଜଡ ଇଞ୍ଜିନ୍‌ ଦେଇଛି। ଯାହା ୧୨୦ ବିଏଚପି ପାଓ୍ଵାର ଏବଂ ୧୭୩ ଏନଏମର ପିକ ଟର୍କକୁ ଜେନେରେଟ୍‌ କରିଥାଏ। ହୋଣ୍ଡା ୬-ସ୍ପିଡ୍‌ ମାନୁଆଲ୍‌ ଗିୟରବକ୍ସ ଏବଂ ସିଭିଟି ବିକଳ୍ପ ଦେଇଥାଏ। ଯଦିଓ କମ୍ପାନୀ ଏବେ ଭାରତରେ ଏହାର ଦାମ୍‌ ବିଷୟରେ କୌଣସି ଖୁଲାସା କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.