ହିରୋ ଉପରେ ମାମଲା ରୁଜୁ କଲା ହୋଣ୍ଡା, ଜାଣନ୍ତୁ ଏମିତି କଣ ଭୁଲ କଲା Hero

ହୋଣ୍ଡା କରିଛି ହିରୋ ଉପରେ ମାମଲା ରୁଜୁ। ହୋଣ୍ଡା ତାର ଡିଜାଇନ୍‌ କପି କରିବାକୁ ନେଇ ହିରୋ ଇଲେକଟ୍ରିକ ଉପରେ ଅଭିଯୋଗ କରିଛି। କମ୍ପାନୀର ଅଭିଯୋଗ ଯେ ହିରୋ ଇଲେକଟ୍ରିକର ଡ୍ୟାସ ଇ-ସ୍କୁଟର ବହୁତ ମାତ୍ରାରେ ହୋଣ୍ଡା ସ୍କୁଟରକୁ କପି କରିଛି। ହୋଣ୍ଡା ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଛି। ଆଉ ହିରୋ ଇଲେକଟ୍ରିକର ଡ୍ୟାସ ସ୍କୁଟର ମ୍ୟାନୁଫ୍ୟାକଚରିଂ, ବିକ୍ରି ଏବଂ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ହୋଣ୍ଡା ଦାବି କରିଛି।

ହୋଣ୍ଡା ନିଜ ପିଟିସନରେ ହିରୋ ଇଲେକଟ୍ରିକ ବିରୁଦ୍ଧରେ ଅନ୍ତରିମ ଆଦେଶ ଜାରୀ କରିଛି। କମ୍ପାନୀ ଅଭିଯୋଗ କରିଛି ଯେ ହିରୋ ଇଲେକଟଟ୍ରିକ ହୋଣ୍ଡାର ଇଲେକଟ୍ରିକ ସ୍କୁଟରର ରିୟର କଭର ଏବଂ ଫ୍ରଣ୍ଟ ଏବଂ ରିୟର ଲ୍ୟାମ୍ପ ଡିଜାଇନ କପି କରିଛି। ଯାହା ହିରୋ ପଞ୍ଜିକ୍ରୁତ ଡିଜାଇନର ଉଲଙ୍ଘନ ମାମଲା କରିଛି।

hondaହିରୋ ଇଲେକଟ୍ରିକ ଗତ ବର୍ଷ ୬୨ ହଜାର ଟଙ୍କାର ପ୍ରାରମ୍ଭିକ ଦାମ ଡ୍ୟାସ ଇଲେକଟ୍ରିକ ସ୍କୁଟର ଲଞ୍ଚ କରିଥିଲା। ସେହିପରି ହୋଣ୍ଡାର ସ୍କୁଟର ବିଷୟରେ କହିବା ତ ଏହା ଭାରତରେ ଉପଲବ୍ଧ ନୁହେଁ। ହିରୋ ଇଲେକଟ୍ରିକ ଏହାକୁ ନେଇ କୌଣସି ଟିପ୍ପଣୀ ଦେବା ପାଇଁ ମନା କରିଦେଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମାମଲା ଏମିତି ସମୟରେ ଆସିଲା ଯେତେବେଳେ ହୋଣ୍ଡାର ଲୋକାଲ ସବସିଡିଏରୀ ହୋଣ୍ଡା ମୋଟରସାଇକେଲସ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ ଭାରତୀୟ ବଜାରରେ ନିଜର ଇଲେକଟ୍ରିକ ସ୍କୁଟର ଆଣିବାକୁ ନେଇ ସମ୍ଭାବନା ଉପରେ ବିଚାର କରୁଛି।