Below header

ମାତ୍ର ୨୩୩୨ ଟଙ୍କାରେ ମିଳିବ ୨୦ଲକ୍ଷ ପର୍ୟ୍ୟନ୍ତ କ୍ୟାନ୍ସର୍ କଭର୍ : ଚେକ୍ କରନ୍ତୁ ଏହି ୪ଟି ବୀମା କମ୍ପାନୀର ବେଷ୍ଟ ପ୍ଲାନ୍

କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ନପଡିବାକୁ ଆମେ ସମସ୍ତେ ଚାହୁଁ । କିନ୍ତୁ ବର୍ତ୍ତମାନ ସମୟରେ ଯେମିତି କାୟା ମେଲାଇ ଚାଲିଛି କ୍ୟାନ୍ସର । ଏହି ରୋଗ ରୋଗୀକୁ ନା କେବଳ ଶାରୀରିକ ଏବଂ ମାନସିକ ସ୍ତରରେ ଭାଙ୍ଗିଦିଏ ବରଂ ରୋଗୀଙ୍କ ଆର୍ଥିକ ସ୍ଥତିରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । କାରଣ କ୍ୟାନ୍ସରର ଚିକିତ୍ସା ଖୁବ୍ ମହଙ୍ଗା । ଏମିତିରେ କାହାକୁ ନିଜ ପକେଟରୁ ଯଦି କ୍ୟାନ୍ସରର ଚିକିତ୍ସା କରିବାକୁ ପଡେ ତେବେ ତାର ଜୀବନ ଯାକର ପୁଂଜି ଏଥିରେ ଚାଲିଯାଏ । ଅନେକ କ୍ଷେତ୍ରରେ ତ ରୋଗୀ ନିଜର ସମସ୍ତ ସମ୍ପତ୍ତି ମଧ୍ୟ ବ୍ରକ୍ରି କରିଦେଇଥିବାର ନଜିର ରହିଛି ।

ଏମିତିରେ ବୀମା କମ୍ପାନୀ ଗୁଡିକ ଷ୍ଟାଣ୍ଡାଲୋନ୍ କ୍ୟାନ୍ସର ପ୍ରୋଟେକ୍ସନ୍ ପ୍ଲାନ୍ ଆଣିଛି । ଏହି ପ୍ଲାନ୍ ଯେକୌଣସି ବ୍ୟକ୍ତିଙ୍କୁ କ୍ୟାନ୍ସର ବିରୋଧରେ ଆର୍ଥିକ ସୁରକ୍ଷା ଯୋଗାଇଥାଏ । ଆଜି ଆମେ ୪ଟି କମ୍ପାନୀର କ୍ୟାନ୍ସର ପ୍ରୋଟେକ୍ସନ୍ ପ୍ଲାନ୍ ବିଷୟରେ ଜଣାଇବୁ । ଏହା ଦ୍ବାରା ଜାଣିପାରିବେ ଆପଣ କେଉଁ ପ୍ରକାର କ୍ୟାନ୍ସର ପ୍ଲାନ୍ ନିଜ ପାଇଁ ନେଇ ପାରିବେ ଏବଂ ବାର୍ଷିକ କେତେ ପ୍ରିମିୟମ୍ ଦେଇପାରିବେ । ତେବେ ଏହି ପ୍ରିମିୟମର କାଲକୁଲେସନ୍ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ଆଖି ଆଗରେ ରଖି କରାଯାଇଛି ।

ମ୍ୟାକ୍ସ ଲାଇଫ୍ ଇନସୁରାନ୍ସ ଆଣ୍ଡ୍ କ୍ୟାନ୍ସର ପ୍ଲାନ୍ :

କଭର : ୫୦ ଲକ୍ଷ ପର୍ୟ୍ୟନ୍ତ କ୍ୟାନ୍ସର୍ କଭର୍
୬୦ ବର୍ଷ ବୟସ ପର୍ୟ୍ୟନ୍ତ
ପ୍ରିମିୟମ୍ : ୧୪ ହଜାର ଟଙ୍କା
ଲାଭ : କ୍ୟାନ୍ସର ଡାଏଗ୍ନୋସିସ୍ ହେଲେ ମିଳିଯିବ ପ୍ରଥମଭାଗ ରାଶି । ଏହି ରାଶି କେତେ ହେବ ତାହା ନିର୍ଭର କରେ ଆପଣଙ୍କ କ୍ୟାନ୍ସର କେଉଁ ଷ୍ଟେଜରେ ଅଛି ।

ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନସୁରାନ୍ସ କ୍ୟାନ୍ସର୍ ଆଣ୍ଡ ହାର୍ଟ ପ୍ରୋବ୍ଳେମ୍

କଭର : ୨୦ ଲକ୍ଷ
୬୦ ବର୍ଷ ବୟସ ପର୍ୟ୍ୟନ୍ତ
ପ୍ରମିୟମ : ପ୍ରାୟ ୧୨ ହଜାର ଟଙ୍କା ବାର୍ଷିକ
ଲାଭ: କ୍ୟାନ୍ସର କିମ୍ବା ହାର୍ଟ ସମସ୍ୟା ଜଣା ପଡିଲେ ମିଳିଥାଏ ପ୍ରଥମ ପର୍ୟ୍ୟାୟ ରାଶି ।

ଏଚଏଡିଏଫଏସି ଲାଇଫ୍ କ୍ୟାନ୍ସର୍ କେୟାର୍ :

କଭର : ୨୦ ଲକ୍ଷ
ପଲିସି ଟର୍ମ : ୨୦ ବର୍ଷ
ବାର୍ଷିକ ପ୍ରିମିୟମ : ୨୩୩୨ ଟଙ୍କା
ଲାଭ : କ୍ୟାନ୍ସର ଡାଏଗ୍ନୋସିସ୍ ହେଲେ ମିଳିଯିବ ପ୍ରଥମ ପର୍ୟ୍ୟାୟ ରାଶି

ଏଗନ୍ ଲାଇଫ୍ କ୍ୟାନ୍ସର ଇନସୁରାନ୍ସ ପ୍ଲାନ୍ :

କଭର : ୨୫ ଲକ୍ଷ
ପଲିସି ଟର୍ମ : ୨୯ ବର୍ଷ
ବାର୍ଷିକ ପ୍ରିମିୟମ : ୮୧୨୮ ଟଙ୍କା
ଲାଭ : ମାଇନର୍ ଷ୍ଟେଜରେ କ୍ୟାନ୍ସର ଥିବା ଜଣା ପଡିଲେ ୨୫ ପ୍ରତିଶତ ଟଙ୍କା ମିଳିବ ।
ମେଜର୍ ଷ୍ଟେଜରେ କ୍ୟାନ୍ସର ଥିବା ଜଣାପଡିଗଲେ ୧୦୦ ପ୍ରତିଶତ ଟଙ୍କା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.