ଦୀପାବଳି ପାଇଁ Maruti Jimnyରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆପଣ ଦୀପାବଳୀରେ ଏହି ଗାଡ଼ି ଆଣିବାକୁ ପ୍ଲାନ କରୁଛନ୍ତି ତେବେ ଏହା ହିଁ ଠିକ ସମୟ । କାରଣ ଏହି ସମୟରେ ଆପଣ Maruti Jimny ରେ ଦୀପାପଳି ଉପଲକ୍ଷେ ଡିସକାଉଣ୍ଟ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏଥିରେ କଣ ସ୍ପେସାଲ ରହିଛି ।

Maruti Jimny କୁ ଚଳିତ ବର୍ଷ ଅଟୋ ଏକ୍ସପୋରେ ଲଞ୍ଚ କରାଯାଇଛି । ଯଦି ଆପଣ ଦୀପାବଳିରେ ଏହି ଗାଡ଼ି ଆଣିବାକୁ ପ୍ଲାନ କରୁଛନ୍ତି ତେବେ ଏହା ହିଁ ଠିକ ସମୟ । କାରଣ ଏହି ସମୟରେ ଆପଣ Maruti Jimny ରେ ଦୀପାପଳି ଉପଲକ୍ଷେ ଡିସକାଉଣ୍ଟ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏଥିରେ କଣ ସ୍ପେସାଲ ରହିଛି ।

ଏହାର ଦାମ ମାନୁଆଲ ପାଇଁ ୧୨.୭୪ ଲକ୍ଷ ଏବଂ ଅଟୋମେଟିକ ପାଇଁ ୧୩.୯୪ ଲକ୍ଷ ଟଙ୍କା ରହିଛି । ସେଲ୍‌ ପାଇଁ ଏହି ଗାଡ଼ିର ରେଞ୍ଜ ବଢ଼ି ଚାଲିଛି । କମ୍ପାନୀ ପ୍ରତି ମାସରେ ଏହାର ପ୍ରାୟ ୩ ହଜାର ୟୁନିଟ୍ ସେଲ୍‌ କରେ । ଯଦି ଆପଣ Maruti Jimnyର ଜେଟା ଭାରିଆଣ୍ଟ କିଣୁଛନ୍ତି, ତେବେ ଆପଣ ୫୦ ହଜାର ଟଙ୍କା ମୂଲ୍ୟର ନଗଦ ଡିସକାଉଣ୍ଟ ଏବଂ ୫୦ ହଜାର ଟଙ୍କା ସହିତ ମ୍ୟାଚିଂ ବୋନସ୍ ପାଇବେ । ଯଦି ଆପଣଙ୍କୁ ଆଲଫା ଟ୍ରିମ୍ ବିଷୟରେ କହିବାକୁ ଯିବା ତେବେ କମ୍ପାନୀ ଏହା ଉପରେ ୨୦ ହଜାର ଟଙ୍କାର ଏକ୍ସଚେଞ୍ଚ ବୋନସ୍ ଦେଉଛି |

ଏହା ୧.୫ ଲିଟର ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ଚାଲିଥାଏ, ଯାହା ୧୦୩bhp ଏବଂ ୧୩୪ Nm ଟର୍କ ଜେନେରେଟ କରିଥାଏ । ଇଞ୍ଜିନ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ କିମ୍ବା ୪-ସ୍ପିଡ୍ ଟର୍କ କନଭର୍ଟର ସହିତ ଆସିଥାଏ । Maruti Jimny ୫ଟି ଡୋର ସହ ଦୁଇଟି ଭାରିଆଣ୍ଟ, ଯେପରିକି ଜେଟା ଏବଂ ଆଲ୍ଫାରେ ଆସିଥାଏ ।

ଫିଚର୍ସ ବିଷୟରେ କହିବାକୁ ଗଲେ, ସମସ୍ତ ଆଡଭାନ୍ସ ଫିଚର Maruti Jimnyରେ ଦେଖବାକୁ ମିଳିବ । ଯେଉଁଥିରେ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ, କ୍ରୁଜ୍ କଣ୍ଟ୍ରୋଲ୍, ୱାଶର୍ ସହିତ ଏଲଇଡି ହେଡଲ୍ୟାମ୍ପ, ସୁଜୁକି କନେକ୍ଟ ଟେଲିମାଟିକ୍ସ, ଏବିଡି ସହିତ ଏବିଏସ୍, ହିଲ୍‌ ହୋଲ୍ଡ ଏବଂ ହିଲ୍‌ ଡିସେଣ୍ଟ କଣ୍ଟ୍ରୋଲ ସହିତ ୯ ଇଞ୍ଚର ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମରେ ଭର୍ତ୍ତି କରାଯାଇଛି । କ୍ୟାବିନ ସ୍ପେସ୍‌ ମଧ୍ୟ ସୁନ୍ଦର ଭାବେ ଡିଜାଇନ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.