୧୦ ବର୍ଷ ସାନ ପ୍ରେମିକା ଲିନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି ରଣଦୀପ ହୁଡା, ଚଳିତ ମାସ ଶେଷରେ ପଡ଼ିବ ହାତଗଣ୍ଠି

ବଲିଉଡ ଅଭିନେତା ରଣଦୀପ ହୁଡା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ଖବର ଆସିଛି କି, ବହୁତ ଜଲ୍‌ଦି ସେ ସେହରା ପିନ୍ଧିବାକୁ ଯାଉଛନ୍ତି। ଅଭିନେତା ନିଜର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶରାମଙ୍କୁ ବିବାହ କରିବେ। ମିଡିଆ ରିପୋର୍ଟ ମୁତାକବ, ଏହି ମାସ ଶେଷରେ ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେବେ।

ବଲିଉଡ ଅଭିନେତା ରଣଦୀପ ହୁଡା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ଖବର ଆସିଛି କି, ବହୁତ ଜଲ୍‌ଦି ସେ ସେହରା ପିନ୍ଧିବାକୁ ଯାଉଛନ୍ତି। ଅଭିନେତା ନିଜର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶରାମଙ୍କୁ ବିବାହ କରିବେ। ମିଡିଆ ରିପୋର୍ଟ ମୁତାକବ, ଏହି ମାସ ଶେଷରେ ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେବେ। ଯଦିଓ ଏ ପର୍ଯ୍ୟନ୍ତ ରଣଦୀପଙ୍କ ବିବାହ ତାରିଖ ଜଣାପଡି ନାହିଁ।

ରିପୋର୍ଟ ମୁତାବକ, ରଣଦୀପ ହୁଡା ଓ ଲିନ୍‌ଙ୍କ ବିବାହ ବହୁତ ବ୍ୟକ୍ତିଗତ ଢଙ୍ଗରେ ହେବ। ଏହି ବିବାହରେ କେବଳ ତାଙ୍କ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗଦେବେ। ମିଳିଥିବା ସୂଚନା ମୁତାବକ, ରଣଦୀପ ଚାହୁଁ ନାହାନ୍ତି ଯେ ତାଙ୍କ ବିବାହ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁ। ବିବାହ ପରେ ହିଁ ସେ ଏହାର ଅଫିସିଆଲ୍ ଘୋଷଣା କରିବେ ବୋଲି ଅଭିନେତା କହିଛନ୍ତି।

କହି ରଖୁଛୁ, କିଛି ଦିନ ପୂର୍ବରୁ ରଣଦୀପ ନିଜ ପ୍ରେମିକାଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ। ସେ ଲିନଙ୍କ ଜନ୍ମଦିନରେ ଏକ ପ୍ରେମଭରା ପୋଷ୍ଟ ସେୟାର କରିଥିଲେ। ରଣଦୀପଙ୍କ ପ୍ରେମିକାଙ୍କ ବିଷୟରେ କହିବା ତ, ସେ ହେଉଛନ୍ତି ମଣିପୁର ନିବାସୀ, ଯିଏ କି, ଜଣେ ଭାରତୀୟ ମଡେଲ। ଲିନ ରଣଦୀପଙ୍କ ଠାରୁ ପାଖାପାଖି ୧୦ ବର୍ଷ ସାନ।

ସେପଟେ ରଣଦୀପଙ୍କ କାର୍ଯ୍ୟ ଦେଖିଲେ, ସେ ଶେଷ ଥର ପାଇଁ ଫିଲ୍ମ ‘ବୀର ସାବରକର’ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ପାଇଁ ଅଭିନେତା ବହୁତ ପରିଶ୍ରମ କରିଥିଲେ। ଏଥିପାଇଁ ସେ ପାଖାପାଖି ୨୬ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। ତେବେ ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍‌ କମାଲ୍‌ କରିପାରି ନ ଥିଲା। ଏହା ବ୍ୟତୀତ ନିକଟରେ ରଣଦୀପଙ୍କ ଗୀତ ‘ଜୋହରାଜବି’ ମଧ୍ୟ ରିଲିଜ୍‌ ହୋଇଛି। ଏହି ଗୀତରେ ତାଙ୍କ ସହିତ ପ୍ରିୟଙ୍କା ଚହର ଚୌଧୁରୀ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.