IBPS ନିଯୁକ୍ତି: ସରକାରୀ ବ୍ୟାଙ୍କରେ ଖାଲି ପଡିଛି ୪୧ ହଜାର ରୁ ଅଧିକ ପୋଷ୍ଟ,ଶୀଘ୍ର କରନ୍ତୁ ଆପ୍ଲାଏ
ବ୍ୟାଙ୍କରେ ଚାକିରୀ ପାଇବା ପାଇଁ ଆପଣ ଚେଷ୍ଟା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ବର୍ତ୍ତମାନ SBI ଓ PNB ଛଡା ଅନ୍ୟ ସରକାରୀ ବ୍ୟାଙ୍କ ରେ ଖାଲି ପଡିଛି ୪୧ ହଜାର ରୁ ଅଧିକ ପୋଷ୍ଟ । ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଆଇବିପିଏସ୍ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର ରହିଛି । ସରକାର ତରଫରୁ ସୂଚନା ଦିଆଯାଇଛି ଯେ ଏସବିଆଇ ଏବଂ ପିଏନବି ସମେତ ସମସ୍ତ ସରକାରୀ ବ୍ୟାଙ୍କରେ ୪୧ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଏମିତିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ଦିନ କହିଛନ୍ତି ଯେ ସରକାରୀ ବ୍ୟାଙ୍କଗୁଡିକରେ ମୋଟ ଅନୁମୋଦିତ ପଦବୀ ମଧ୍ୟରୁ ପାଞ୍ଚ ପ୍ରତିଶତ କିମ୍ବା ୪୧,୧୭୭ ଟି ପଦବୀ ଖାଲି ଅଛି।

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଚିଠା ପ୍ରସ୍ତୁତ କରଯାଇଥିଲା ଓ ଏହାର ଉତ୍ତରରେ ସୀତାରମଣଙ୍କ ଦ୍ୱାରା ଦିଆଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ, ସାର୍ବଜନିକ ଭାବେ ସରକାରୀ ବ୍ୟାଙ୍କ ବା ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକରେ(PSBs) ୮,୦୫,୯୮୬8 ରୁ ଅଧିକ ପଦବୀକୁ ମଞ୍ଜୁର କରାଯାଇଛି । ଏହି ପଦବୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ରହିଛି ୮,୫୪୪ ପୋଷ୍ଟ । ଏହି ପୋଷ୍ଟଗୁଡିକରେ ବ୍ୟାଙ୍କ ଅଫିସର , କିରାଣୀ ଏବଂ ଉପ-କର୍ମଚାରୀ ଅନ୍ତର୍ଭୁକ୍ତ । ସମୁଦାୟ ପବ୍ଲିକ ସେକ୍ଟର ବ୍ୟାଙ୍କ ର (PSBs ) ୧୨ ଟି ପଦବୀ ଖାଲି ପଡିଛି ।
ଠିକ ସେହିପରି ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ ୬୭୪୩ ପଦବୀ , ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ୬୨୯୫, ଇଣ୍ଡିଆନ ଓଭରସିସଜ୍ ବ୍ୟାଙ୍କ ରେ ୫୧୧୨ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୪୮୪୮ ପଦବୀ ଖାଲି ପଡିଛି ।
ଏସବିଆଇ ରେ ଥିବା ଟୋଟାଲ ପଦବୀ ମଧ୍ୟରୁ କେବଳ ୩୪୨୩ ପୋଷ୍ଟ ହେଉଛି ଅଫିସର ପୋଷ୍ଟ ଓ ୫୧୨୧ ପୋଷ୍ଟ ହେଉଛି କ୍ଲର୍କ ପୋଷ୍ଟ । ଅର୍ଥମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୧୬ ରେ ପଞ୍ଜାବ ଏବଂ ସିଣ୍ଡ ବ୍ୟାଙ୍କ ବ୍ୟତୀତ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକରେ ଗୋଟିଏ ବି ପଦବୀ ରଦ୍ଦ ହୋଇନାହିଁ। ତେଣୁ ବ୍ୟାଙ୍କ ପୋଷ୍ଟ ପାଇଁ ପ୍ରସ୍ତୁତ ହେଉଥିବା କ୍ୟାଣ୍ଡିଡେଟ ମାନେ ବର୍ତ୍ତମାନ ନିଜର ଯୋଗ୍ୟତା ଅନୁଯାୟୀ ବ୍ୟାଙ୍କ ରେ ଚାକିରୀ ପାଇଁ ଆପ୍ଲାଏ କରି ପାରିବେ ।