ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଦୁଇ ଦିନ ସପିଂ କଲେ ମିଳିବ ଆକର୍ଷକ ଡିସ୍‌କାଉଣ୍ଟ

ସବୁଠାରୁ ବଡ଼ ପ୍ରାଇଭେଟ୍‌ ସେକ୍ଟର ବ୍ୟାଙ୍କ ଆଇସିଆଇସିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ବିଶେଷ ଅଫର ଲଞ୍ଚ୍‌ କରିଛି। ଯଦି ଆପଣ ଆଇସିଆଇସିଆଇର ଗ୍ରାହକ ଓ ବ୍ୟାଙ୍କର ଡେବିଟ୍‌ ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ସୁବିଧାର ଲାଭ ଉଠାଇପାରିବେ।
ICICI ବ୍ୟାଙ୍କ ଏବେ ଓ୍ଵିକ୍‌ ଏଣ୍ଡ୍‌ ସ୍ପେଶାଲ ଅଫର(weekend special offer) ଭାବେ ନିଜ ଗ୍ରାହକଙ୍କୁ ଏହି କାର୍ଡ ଜରିଆରେ ଟ୍ରାନ୍‌ଜାକସନ୍‌ ଉପରେ ପାଞ୍ଚ ପ୍ରତିଶତ ରିହାତି ଦେଉଛି। ଏହି ଅଫର ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ବୈଧ ରହିବ।

ପ୍ରତି ଶନିବାର ଓ ରବିବାର ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟରୁ କିଣାକିଣି କରି ଗ୍ରାହକ ଏହି ଅଫରର ଲାଭ ଉଠାଇପାରିବେ। ICICI ବ୍ୟାଙ୍କର ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ ଏହି ଅଫରର ଲାଭ ନେବା ପାଇଁ ସର୍ବନିମ୍ନ ରାଶି ୧୪୯୯୯ ଟଙ୍କା ହେବା ଆବଶ୍ୟକ। ଅବଶ୍ୟ ଏ ଅବସରରେ ଆପଣଙ୍କୁ ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

ଏହାସହ ପଢ଼ନ୍ତୁ: ପୋଷ୍ଟ ଅଫିସ୍‌ରେ ଖାତା ଅଛି କି? ଜାଣନ୍ତୁ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଣର କେତେକ ନିୟମ

ଫ୍ଲିଫ୍‌କାର୍ଟ ବ୍ୟତୀତ ଆପଣ ଇ କମର୍ସ କମ୍ପାନୀ ଟାଟା କ୍ଲିକ୍‌ରେ ମଧ୍ୟ ଶନିବାର ଓ ରବିବାର ସପିଂ ଉପରେ ୫ ପ୍ରତିଶତ ରିହାତି ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.