ଆଧାରକାର୍ଡ ସହ ଜଡିତ ଏହି ୪ କାମ ହେଉଛି ଅନଲାଇନ, UIDAI ୱେବସାଇଟ କରିବ ସାହାଯ୍ୟ

ନୂଆଦିଲ୍ଲୀ : ଆଜିର ସମୟରେ ଆଧାର କାର୍ଡ ଭାରତୀୟ ନାଗରିକଙ୍କ ପାଇଁ ଖୁବ ଜରୁରୀ ହୋଇଯାଇଛି । ଏଣୁ ଏନେଇ ସମସ୍ତ ସୁବିଧା ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ଆପଣଙ୍କୁ ଆଧାର ସମ୍ବନ୍ଧୀୟ କୌଣସି ସୂଚନାର ଆବଶ୍ୟକତା ରହିଛି ତେବେ ଆପଣ ର ସର୍ଭିସ ପୋଟାଲକୁ ଯାଇ ତାହା ହାସଲ କରିପାରିବେ । ୟୁଆଇଡିଏଆଇ ତରଫରୁ ଜାରି କରାଯାଇଥିବା ୧୨ ଅଙ୍କ ନମ୍ବର ଆଧାରାକାର୍ଡ ଉପରେ ରହିଥାଏ । ଏଣୁ ଏହା ଦ୍ୱାରା ଆପଣ ଅନେକ ସୁବିଧାର ଲାଭ ଉଠାଇ ପାରିବେ । ଆଜି ଆମେ ଆପଣଙ୍କୁ ଆଧାର ଜଡିତ ଏପରି ୪ଟି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଅନଲାଇନରେ କରିପାରିବେ ।

aadhaar-card

ଠିକଣା କରିପାରିବେ ଅପଡେଟ 

ୟୁନିକ୍ ଆଇଡେଣ୍ଟିଫିକ୍ସେନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)ର ସୂଚନା ଅନୁଯାୟୀ, ଏଭଳି ବ୍ୟକ୍ତମାନଙ୍କୁ ଚିଠି ଜରିଆରେ ଏକ ପାସଓ୍ଵାର୍ଡ଼ ଦିଆଯିବ । ସେହି ପାସ୍ଓ୍ଵାର୍ଡ଼ ଜରିଆରେ ସେମାନେ ଅନଲାଇନରେ ଠିକଣା ବଦଳାଇ ପାରିବେ । ଏଥିରେ ଅନ୍ଲାଇନ୍ରେ ପ୍ରଥମେ ଠିକଣାର ଯାଞ୍ଚ କରାଯିବ । ଏହା ପରେ ଚିଠି ଜରିଆରେ ବର୍ତ୍ତମାନର ଠିକଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପାସ୍ଓ୍ଵାର୍ଡ଼ ପଠାଯିବ । ଏହା ପରେ ସେଲ୍ଫ ସର୍ଭିସ ପୋର୍ଟାଲକୁ ଯାଇ ସେହି ପାସ୍ଓ୍ଵାର୍ଡ଼ ଦେଇ ଠିକଣା ବଦଳାଇ ପାରିବେ । ଏହା ସହିତ ଆଧାର କେନ୍ଦ୍ରକୁ ଯାଇ ମଧ୍ୟ ପୂର୍ବ ଭଳି ଠିକଣା ବଦଳାଇ ହେବ ।

ଆଧାରର ରିପ୍ରିଣ୍ଟ କରିପାରିବେ

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ଗ୍ରାହକଙ୍କୁ ସହଜରେ ନୂଆ ଆଧାର କାର୍ଡ ଦେବାର ସୁବିଧା ଦଉଛି। ତାହା ପୁଣି ବିନା ମୋବଇଲ ନମ୍ବରରେ। ନୂଆ ଆଧାର କାର୍ଡ କାଢ଼ିବା ପାଇଁ ଆପଣଙ୍କୁ ପ୍ରଥମେ ୟୁଆଇଡିଏଆଇର ୱେବ୍ସାଇଟକୁ ଯିବାକୁ ହେବ। ଯେଉଁଠି ଆପଣଙ୍କୁ ଆଧାର କ୍ସରକ୍ଟ୍ରକ୍ସସଦ୍ଭଗ୍ଧ କରିବା ପାଇଁ ବିକଳ୍ପ ମିଳିବ। ଏହି ବିକଳ୍ପକୁ ଚୟନ କରିବା ପରେ ଆପଣଙ୍କୁ ଏଥିରେ ଆଧାର ନମ୍ବର ଭଳି ଜରୁରୀ ସୂଚନା ଦେବାକୁ ହେବ। ଏହି ପ୍ରକ୍ରିୟା ପୁରା ହେଲା ପରେ ତାହାର ୧୦ ଦିନ ପରେ ନୂଆ ଆଧାର କାର୍ଡ ଆପଣଙ୍କ ଘରକୁ ଆସିଯିବ।

aadhaar

 

ହଜିଯାଇଥିଲେ ଅଥବା ମୋବାଇଲ ନମ୍ବର ରେଜିଷ୍ଟର କରିବାର ଥିଲେ

ଯଦି ଆପଣ ଆପଣଙ୍କର ଆଧାର କାର୍ଡକୁ ହଜାଇ ଦେଉଛନ୍ତି। ତେବେ ଆପଣ ଏହାକୁ ୟୁଆଇଡିଏଆଇ ୱେବସାଇଟ ମାଧ୍ୟମରେ ଅନଲାଇନ ପଞ୍ଜୀକ୍ରୁତ ମୋବାଇଲ ନମ୍ବରକୁ ବ୍ୟବହାର କରି ନିଜର ଆଧାର ସହଜରେ ପାଇପାରିବେ। ଯଦି ଆପଣଙ୍କ ପାଖରେ ଆପଣଙ୍କ ପଞ୍ଜିକ୍ରୁତ ମୋବାଇଲ ନମ୍ବର ନାହିଁ ଏବଂ ଆପଣଙ୍କ ଆଧାର କାର୍ଡ ହଜିଯାଇଛି ତେବେ ଭୟ କରିବାର କିଛି ନାହିଁ କାରଣ ୟୁଆଇଡିଏଆଇ ୱେବସାଇଟ ଲୋକମାନଙ୍କୁ ଅନଲାଇନ ଆଧାର କାର୍ଡକୁ ରିପ୍ରିଣ୍ଟ କରିବା ପାଇଁ ସୁବିଧା ମଧ୍ୟ ଦେଉଛି। ଆପଣ ନିଜର ହଜିଯାଇଥିବା ଆଧରକୁ ବର୍ତ୍ତମାନର ମୋବାଇଲ ନମ୍ବରର ବ୍ୟବହାର କରି ୱାନ-ଟାଇମ ପାସୱାର୍ଡ (ଓଟିପି) ଏବଂ ଟ୍ରାକିଂ ନମ୍ବର ସାହାଯ୍ୟରେ ରିପ୍ରିଣ୍ଟ କରିପାରିବେ।

Aadhar

ଲକ ଅଧାର ବାୟୋମେଟ୍ରିକ୍‌ ଅଥୋଟଇକେସନ୍‌

େଓ୍ଵବସାଇଟରେ ଯାଇ ମାଇ ଆଧାର ଟ୍ୟାବରେ କ୍ଳିକ୍‌ କରନ୍ତୁ । ଏଥିରେ ଲକ୍‌/ଅନଲକ୍‌ ବାୟୋମେଟ୍ରିକ୍‌ ର ଚୟନ କରନ୍ତୁ । ଏବେ ସିକ୍ୟୁରିଟି କୋର୍ଡ ସହ ୟୁଆଇଡି/ ବିଆଇଡି ନମ୍ବର ଦାଖଲ କରନ୍ତୁ । ଏବେ ସେଣ୍ଡ ଓଟିପିରେ କ୍ଳିକ କରନ୍ତୁ । ଏବେ ଓଟିପି ଦେବା ପରେ ବାୟୋମେଟ୍ରିକକୁ ଲକ କରିବା ପାଇଁ ଏନେବଲ ବଟମ ଉପରେ କ୍ଳିକ୍‌ କରନ୍ତୁ । ଠିକ୍‌ ସେହିପରି ଡିସେବଲ ବଟମରେ କ୍ଳିକ କଲେ ଏହା ଅନଲକ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.