ITR 1 Sahaj Form କ’ଣ ? ଜାଣନ୍ତୁ ଏହାକୁ କେଉଁମାନେ ଭରିବେ

ଭାରତରେ ଯେଊଁ ବ୍ୟକ୍ତିର ରୋଜଗାର ଟାକ୍ସେବଲ ହୋଇଥିବ, ତାଙ୍କୁ ଇନକମ ଟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ହେବ। ବର୍ତ୍ତମାନ ଦେଶରେ ଭିନ୍ନ ଭିନ୍ନ ଇନକମ ଟାକ୍ସ ସ୍ଲାବ ମହଜୁଦ ରହିଛି। ଏହାବ୍ୟତିତ ଇନକମ ଟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଭିନ୍ନ ଭିନ୍ନ ଫର୍ମ ମଧ୍ୟ ରହିଛି। ଏଥିରେ ITR 1 Sahaj Form ସାମିଲ ରହିଛି।

ଆଇଟି ଅଧିନିୟମର ବର୍ତ୍ତମାନର ନିୟମ ମୁତାବକ, ଆୟ କରୁଥିବା କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ଉତ୍ତରଦାୟୀ। କିନ୍ତୁ ବର୍ତ୍ତମାନ ଆୟକର କେବଳ ସେତେବେଳେ ଦେବାକୁ ପଡ଼ିଥାଏ, ଯେତେବେଳେ ଏକ ଆର୍ଥିକ ବର୍ଷ ପାଇଁ ନେଟ୍‌ ଟିକସଯୋଗ୍ୟ ଆୟ ୨.୫ ଲକ୍ଷରୁ ଅଧିକ ହୋଇଥିବ। ଏଠାରେ ଆମେ ଆପଣଙ୍କୁ ଏପରି ବ୍ୟକ୍ତି ଏବଂ ସଂସ୍ଥା ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଟିକସ ଦେବାକୁ ଉତ୍ତରଦାୟୀ ଥାଆନ୍ତି ଏବଂ ସେମାନଙ୍କ ନେଟ୍‌ ଟିକସଯୋଗ୍ୟ ଆୟ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ହୋଇଥାଏ।

ଭାରତରେ ଯେଊଁ ବ୍ୟକ୍ତିର ରୋଜଗାର ଟାକ୍ସେବଲ ହୋଇଥିବ, ତାଙ୍କୁ ଇନକମ ଟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ହେବ। ବର୍ତ୍ତମାନ ଦେଶରେ ଭିନ୍ନ ଭିନ୍ନ ଇନକମ ଟାକ୍ସ ସ୍ଲାବ ମହଜୁଦ ରହିଛି। ଏହାବ୍ୟତିତ ଇନକମ ଟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଭିନ୍ନ ଭିନ୍ନ ଫର୍ମ ମଧ୍ୟ ରହିଛି। ଏଥିରେ ITR 1 Sahaj Form ସାମିଲ ରହିଛି। ଏବେ ଜାଣନ୍ତୁ କେଉଁ ମାନେ ଏହାକୁ  ଦେବାକୁ ବାଧ୍ୟ।

ଏହି ଭାରତୀୟ ଅଧିବାସୀ ଆଇଟିଆର ୧ ସହଜକୁ ଦାଖଲ କରିପାରିବେ:

-ବିତ୍ତ ବର୍ଷ ଅନ୍ତର୍ଗତ ମୋଟ ଆୟର ୫୦ ଲକ୍ଷ ଟଙ୍କା ରୁ ଅଧିକ ନହେବା ଦରକାର।

-ଆୟରେ ବେତନ, ଗୋଟିଏ ଘରର ସମ୍ପତ୍ତି, ପାରିବାରିକ ପେନସନ ଆୟ, କୃଷି ଆୟ ୫୦୦୦ ଟଙ୍କା ଓ ଅନ୍ୟ  ସୂତ୍ରରୁ ହେଉଥିବା ଇନକମ ସାମିଲ ରହିବ।

-ଅନ୍ୟ ମାଧ୍ୟମରେ ବଚତ ଖାତା ରେ ସୁଧ, ଜମା ହୋଇଥିବା ସୁଧ ଯାହାକି ବ୍ୟାଙ୍କ, ଡାକଘର କିମ୍ବା ସହକାରୀ ସମିତି ରେ ହେଉ, ଇନମ ଟାକ୍ସ ରିଫଣ୍ଡର ୁ ସୁଧ, ପାରିବାରିକ ପେନସନ, ସ୍ୱାମୀ ସ୍ତ୍ରୀଙ୍କ ଆୟ କିମ୍ବା ପିଲାଙ୍କ  ନିମିତ୍ତ ଖୋଲାଯାଇଥିବା ଖାତା ସାମିଲ ରହିବ।

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷର ୩୧ ମାର୍ଚ୍ଚରେ ଶେଷ ହୋଇଥାଏ। ରୋଜଗାର ଯେତିକି ଯେତିକି ବଢ଼ିଚାଲେ, ତାହା ଇନକମ୍‌ ଟ୍ୟାକ୍ସ ଅଧୀନକୁ ଆସିଯାଏ। ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ। ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ। ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍‌ ଟ୍ୟାକ୍ସ ସ୍ଲାବ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଅନୁସାରେ, ସରକାର କର ଆଦାୟ କରି ଥାଆନ୍ତି। ଯଦିଓ କିଛି ଲୋକ ଟିକସଯୋଗ୍ୟ ଆୟ ଥିବା ସତ୍ତ୍ୱେ ଟ୍ୟାକ୍ସ ଭରିବାକୁ ନାରାଜ ଥାଆନ୍ତି, ଯେଉଁ କାରଣରୁ ସେମାନଙ୍କୁ ଆଗାମୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.