ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ : ଏବେ ୩୧ ଡିସେମ୍ବର ଭିତରେ ଫାଇଲ କରିପାରିବେ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ, ଜାଣନ୍ତୁ କ’ଣ କହିଲେ ସିବିଡିଟି

ନୂଆଦିଲ୍ଲୀ : ଇନକମ୍‌ ଟ୍ୟାକ୍ସ ରିଟଣ୍ଣ କରିବାର ତାରିଖ ଏବେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା । କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟ୍ୟାକ୍ସ ବୋର୍ଡ (ସିବିଡିଟି) ଆୟକର ଦାତାଙ୍କୁ ୩ ମାସ ଅତିରିକ୍ତ ସମୟ ଦେଇଛନ୍ତି । ଯଦି ଆପଣ ଏପର୍ଯ୍ୟନ୍ତ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରି ନାହାଁନ୍ତି ତେବେ ବର୍ଷ ୨୦୨୦-୨୧ ପାଇଁ ଆପଣ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ପାଉଛନ୍ତି । ତେଣୁ ୩୧ ଡିସେମ୍ବର ଭିତରେ ବିନା କିଛି ପେନାଲଟିରେ ଟ୍ୟାକ୍ସ ରିଟର୍ଣ୍ଣ ପାଇଲ କରନ୍ତୁ । ପୂର୍ବରୁ ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୧ ଥିଲା ।

ଇନଫୋସିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇନକମ୍‌ ଟ୍ୟାକ୍ସର ନୂଆ ପୋର୍ଟାଲ ଖରାପ କାରଣରୁ ଆଇଟି ରିଟର୍ଣ୍ଣ କରିବାର ସମୟ ବଢ଼ାଇ ଦିଆଯାଇଛି । ସିବିଡିଟି ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୯ ସେପ୍ଟେମ୍ବରରୁ ବଢ଼ାଇ ୩୧ ଡିସେମ୍ବର କରିଛି ।

ଆସେସମେଣ୍ଟ ଇୟର ୨୦୨୧-୨୨ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ପ୍ରଥମେ ୩୧ ଜୁଲାଇକ ବଢ଼ାଇ ୩୦ ସେପ୍ଟେମ୍ବର କରାଯାଇଥିଲା । ଏବେ ଏହାକୁ ପୁଣି ବଢ଼ାଇ ୩୧ ଡିସେମ୍ବର କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି । କରୋନା କାରଣରୁ ପୂର୍ବରୁ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଶେଷ ତାରିଖ ବଢ଼ା ଯାଇଥିଲା । ଏବେ ପୁଣିଥରେ ବଢ଼ାଯାଇଛି ।

ଅନ୍ୟ ଡେଡଲାଇନ ବି ବଢ଼ିଛି

ଇନକମ ଟ୍ୟାକ୍ସ ଆଇନ ସେକସନ ୧୦(୨୩ ସି), ୧୨ ଏ ବା ୮୦ ଜି ଅନୁଯାୟୀ ଫର୍ମ ସଂଖ୍ୟା ୧୦ ଏବି ରେ ରେଜିଷ୍ଟ୍ରେସନ ବା ଆପ୍ରୁଭାଲ ପାଇଁ ମଧ୍ୟ ୩୧ ମାର୍ଚ୍ଚ ସମୟ ସୀ ମା ଦିଆଯାଇଛି । ପୂର୍ବରୁ ଏହାର ଡେଡ ଲାଇନ ୨୮ ଫେବ୍ରୁଆରୀ ୨୦୨୨ ରହିଥିଲା । ସେହିପରି ଫିସକଲ ଇୟର ୨୦୨୦-୨୧ ପାଇଁ ଫର୍ମ ନମ୍ବର ୧ରେ ଇକ୍ୱାଲାଇଜେସନ ଲେବି ଷ୍ଟେଟମେଣ୍ଟ ଫାଇଲ କରିବାର ତାରିଖକୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବରୁ ଏହାକୁ ଫାଇଲ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୧ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.