ISRO ସହ ମିଶି ଭାରତୀୟ ରେଳ ବିଭାଗ ଆରମ୍ଭ କରିଛି RTIS ସିଷ୍ଟମ, ଜାଣନ୍ତୁ ଏଥିରୁ କ’ଣ ମିଳିବ ସୁବିଧା

ଭାରତୀୟ ରେଳ ନିିଜ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ସୁବିଧା ଯୋଗାଇଥାଏ। ପ୍ରାୟ ସମୟରେ ଟ୍ରେନରେ ଯିବା ଟାଇମିଂକୁ ନେଇ ଅନେକ ଅସୁବିଧା ଦେଖାଦିଏ। ବିଳମ୍ବରେ ଟ୍ରେନ ଆସିବା କାରଣରୁ ଅନେକ ଯାତ୍ରୀ ଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଆଉ ଏମିତି ସମସ୍ୟା ହେବ ନାହିଁ।

ବିଳମ୍ବରେ ଆସିବା କାରଣରୁ ଚର୍ଚ୍ଚାରେ ରହୁଥିବା ଭାରତୀୟ ରେଳ ଏବେ ନିଜ ସମୟକୁ ନେଇ ଧିରେ ଧିରେ ସୁ ଧାର ଆଣିବାକୁ ଲାଗିଛି । ବିଶେଷ କରି ଟାଇମିଂ ସବୁଠୁ ଜରୁରୀ ହୋଇଥାଏ। ତେଣୁ ଏବେ ଟ୍ରେନର ଟାଇମିଂରେ ସୁଧାର ଆଣିବା ପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମିତିରେ ଆଗକୁ ଦେଶରେ ଟ୍ରେନ ବିଳମ୍ବରେ ଚାଲିବ ନାହିଁ ଏହାସହ ରିୟଲ ଟାଇମ ଲୋକେସନ ଯାତ୍ରୀଙ୍କୁ ଖୁବ ସହଜରେ ମିଳିଯିବ।

ପ୍ରକୃତରେ ଏବେ ଭାରତୀୟ ରେଳ ଇସ୍ରୋ ସାହାଯ୍ୟରେ ଏକ ନୁଆ ବ୍ୟବସ୍ଥା ଆରମ୍ଭ କରିଛି। ଯାହା ସାହାଯ୍ୟରେ ଦେଶରେ ଚାଲୁଥିବା ପ୍ରତ୍ୟେକ ଟ୍ରେନର ରିୟଲ ଟାଇମ ଉପରେ ନଜର ରଖିହେବ। ଏହା ସମ୍ପର୍କରେ ସୂଚନା ରେଳବିଭାଗ ସହିତ ଯାତ୍ରୀଙ୍କୁ ମଧ୍ୟ ମିଳିଯିବ।

ରେଳ ବିଭାଗ ମୁତାବିକ ଏହି ଆଧୁନିକ ଟେକନିକ ସାହାଯ୍ୟରେ ରେଳ ର ୨୭୦୦ ଇଞ୍ଜିନରେ ଏବେ ରିୟଲ ଟାଇମ ଟ୍ରେନ ଇନଫର୍ମେସନ ସିଷ୍ଟମ ବା RTIS ଉପକରଣ ଲାଗିଛି। ଏହି ସିଷ୍ଟମ ସାହାଯ୍ୟରେ ପ୍ରତ୍ୟେକ ୩୦ ସେକେଣ୍ଡ ବ୍ୟବଧାନରେ ଅପେଡଟ ଦେବ। ଏଥିରେ ଟ୍ରେନରେ ଅଟୋମେଟିକ ଚାଟରିଂ ଓ ଯାତ୍ରୀମାନଙ୍କ ସ୍ଥିତି ସମ୍ପର୍କରେ ଜଣାପଡ଼ିଥାଏ। ବର୍ତ୍ତମାନ ୬୫୦୦ ରେଳ ଇଞ୍ଜିନରେ ଜିପଏସ୍‌ ଲଗାଯାଇଛି। ଯାହାର ଫିିଡ୍‌ ସିଧା କଣ୍ଟ୍ରୋଲ ଅଫିସ ଆପ୍ଲିକେସନକୁ ପଠାଯାଏ। ଏହାଦ୍ୱାରା କେବଳ ରେଳ ଅଧିକାରୀ ହିଁ ଟ୍ରେନର ଲୋକେସନକୁ ଚେକ୍‌ କରିପାରିବେ। ବାକି ସାଧାରଣ ଜନତାଙ୍କୁ ଏହା ସମ୍ପର୍କରେ ଜଣାପଡ଼ିନଥାଏ।

ଏହି ସମସ୍ୟାର ସମାଧାନ ପାଇଁ ଇସ୍ରୋ ସାହାଯ୍ୟରେ ରିୟଲ ଟାଇମ ଟ୍ରେନ ଇନଫର୍ମେସନ ସିଷ୍ଟମକୁ ବାହାର କରାଯାଇଛି। ଏହାଦ୍ୱାରା ଟ୍ରେନର ଆସିବା, ଯିବା ଓ କେଉଁ ଷ୍ଟେସନରୁ ପାସ୍‌ କରିବାର ଥିବ ଏସବୁର ରିୟଲ ଟାଇମ ତଥ୍ୟ ସମ୍ପର୍କରେ ଅଟୋମେଟିକ ରେଳ ସିଷ୍ଟମ ତଥା ଯାତ୍ରୀଙ୍କୁ ମିଳିଯିବ।

ରେଳ ମନ୍ତ୍ରାଳୟ ମୁତାବିକ RTIS ୩୦ ସେକେଣ୍ଡ ବ୍ୟବ ଧାନରେ ଅପଡେଟ ଦେବ। ଏହାଦ୍ୱାରା ଟ୍ରେନର ସ୍ପିଡ , ସ୍ଥାନ ସମ୍ପର୍କରେ ନଜର ରଖାଯିବ। ମନ୍ତ୍ରାଳୟ କହିବା ଅନୁସାରେ ୨୭୦୦ ଇଞ୍ଜିନରେ RTIS ଉପକରଣ ଲଗାଯାଇଛି। ସେମିତି ଦ୍ୱୀତିୟ ସୋପାନରେ ସେଟକମ ହବ୍‌ ର ବ୍ୟବହାର କରି ୬୦୦୦ ଇଞ୍ଜିନକୁ ସାମିଲ କରାଯିବାର ପ୍ଲାନିଂ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.