ଏବେ ଟ୍ରେନରେ ଏହି ସମୟରେ ଟିଟିଇ ଆପଣଙ୍କ ଟିକେଟ ଯାଞ୍ଚ କରିପାରିବେ ନାହିଁ, ବିନା ଟେନସେନରେ କରିପାରିବେ ଆରାମରେ ଯାତ୍ରା

ଭାରତୀୟ ରେଳ ବିଭାଗ ତରଫରୁ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ବାହାର କରା ଯାଇଛି। ରେଳ ବିଭାଗ ରାତିରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କ ପାଇଁ କିଛି ଜରୁରୀ ନିୟମ ବାହାର କରିଛନ୍ତି।

ଦେଶର ଅଧିକତର ଭାବେ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି। ରେଳ ଯାତ୍ରା ଆରାମ ଦାୟକ ସହ ସୁରକ୍ଷିତ ହୋଇଥାଏ। ଆଫଡେବଲ ପ୍ରାଇସରେ କମ ସମୟ ମଧ୍ୟରେ ଏହା ଆମକୁ ଡେଷ୍ଟିନେସନ ପ୍ଲେସରେ ପହଞ୍ଚାଇଦିଏ। ତେଣୁ ରେଳ ବିଭାଗ ସୁବବେଳେ ନିଜ ଯାତ୍ରୀଙ୍କ ପାଇଁ ସୁବିଧା କାରୀ ନିୟମ ବାହାର କରିଥାଏ। ଏମିତିରେ ଆଜି ଜାଣନ୍ତୁ ଆପଣ ଟ୍ରେନରେ ରାତିରେ ଯିବା ସମୟରେ କେଉଁ ସବୁ ସୁବିଧା ପାଇପାରିବେ। ଗତ ସମୟରେ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ଅନେକ ନିୟମ ବାହାର କରିଛନ୍ତି। ଯଦି ଯାତ୍ରୀ ଏହାର ପାଳନ କରିବେ ତେବେ ଯାତ୍ରା ଅଧି କ ଅରାରାମଦାୟକ ହେବ। ଏବେ ଜାଣନ୍ତୁ ଟ୍ରେନରେ ଯାତ୍ରା କରିବାର ସେହି ସବୁ ସୁବିଧା ସମ୍ପର୍କରେ..

ଗତ ଦିନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ବୋର୍ଡ ଅନେକ ନିୟମ ପରିବର୍ତ୍ତନ କରିଥିଲା। ଯଦି ପ୍ରତ୍ୟେକ ରେଳଯାତ୍ରୀ ରେଳବାଇର ନିୟମ ଅନୁସରଣ କରନ୍ତି, ତେବେ ସମସ୍ତଙ୍କର ଯାତ୍ରା ଅଧିକ ଆରାମଦାୟକ ହୋଇପାରିବ।

ଥ୍ରୀ ଟାୟାର କୋଚରେ ଯାତ୍ରା କରିବାର ନିୟମ: 

ଏହି ସମୟରେ ଯାତ୍ରା କରୁଥିବା ବେଳେ ମିଡିଲ ବାର୍ଥକୁ ନେଇ ସବୁବେଳେ ଅସୁବିଧା ହୁଏ। ସବୁବେଳେ ଲୋୟର ବାର୍ଥ ଯାତ୍ରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ସିଟ ରେ ବସିଥାନ୍ତି। ଏହି କାରଣରୁ ମିଡିଲ ବାର୍ଥ ଯାତ୍ରୀ ଚାହିଁଲେ ବି ଶୋଇପାରନ୍ତି ନାହିଁ। ଏମିିତିରେ ତାଙ୍କୁ ବସିବାକୁ ପଡ଼ିଥାଏ।

ରାତି ୧୦ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ: 

ରେଳବାଇର ନିୟମ ଅନୁଯାୟୀ, ଆପଣ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମିଡିଲ୍ ବର୍ଥ ଖୋଲିପାରିବେ। ଯଦି ଆପଣଙ୍କର ଲୋୟର ବର୍ଥ ଅଛି ତେବେ ଏହି ସମୟ ମଧ୍ୟରେ ମିଡିଲ କିମ୍ବା ଅପର ବର୍ଥର ଯାତ୍ରୀ ଆପଣଙ୍କର ସିଟରେ ବସିପାରିବେନାହିଁ। ଆପଣ ରେଳ ନିୟମକୁ ଅନୁସରଣ କରି ସହଯାତ୍ରୀଙ୍କୁ ସେମାନଙ୍କ ସିଟକୁ ଯିବାପାଇଁ କହିପାରିବେ। ଏହା ବ୍ୟତୀତ ମିଡିଲ ବର୍ଥ ଯାତ୍ରୀ ଦିନରେ ନିଜ ସିଟ୍ ଖୋଲିଲେ ମଧ୍ୟ ଆପଣ ଏହି ରେଳ ନିୟମକୁ କହି ତାଙ୍କୁ ମନା କରିପାରିବେ।

ଟିଟିଇ ଟିକେଟ୍ ମଧ୍ୟ ଯାଞ୍ଚ କରିପାରିବ ନାହିଁ: 

ଯାତ୍ରୀମାନେ ଅନେକ ସମୟରେ ଅଭିଯୋଗ କରନ୍ତି ଯେ, ଟ୍ରେନରେ ଶୋଇବା ପରେ ଟିଟି ସେମାନଙ୍କୁ ଟିକେଟ୍ ଯାଞ୍ଚ କରିବାକୁ ଉଠନ୍ତି। ଏପରି ପରିସ୍ଥିତିରେ ସେମାନଙ୍କର ନିଦ ଭାଙ୍ଗିଯାଏ ଓ ଶୋଇବାରେ ଅସୁବିଧା ହୁଏ। ଯାତ୍ରୀମାନଙ୍କ ଏହି ଅସୁବିଧାକୁ ଦୂର କରିବା ଏବଂ ରେଳବାଇର ନିୟମ ଅନୁଯାୟୀ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଟିଟି ଯାତ୍ରୀମାନଙ୍କ ଶୋଇବା ସମୟରେ ରାତି ୧୦ଟାରୁ ୬ଟା ପର୍ଯ୍ୟନ୍ତ ଟିକେଟ୍ ଯାଞ୍ଚ କରିପାରିବ ନାହିଁ। କିନ୍ତୁ ଯଦି ଆପଣଙ୍କର ଯାତ୍ରା ରାତି ୧୦ଟା ପରେ ଆରମ୍ଭ ହୁଏ, ତେବେ ଏହି ରେଳ ନିୟମ ପ୍ରଯୁଜ୍ୟ ନୁହେଁ।

ବିନା ଇୟରଫୋନରେ ଗୀତ ଶୁଣିବା ବାରଣ:

ରାତିରେ କିଛି ରେଳଯାତ୍ରୀ ଉଚ୍ଚ ଧ୍ୱନୀ ବା ହାଇ ସାଉଣ୍ଡରେ ମୋବାଇଲରେ ଗୀତ ଶୁଣନ୍ତି ବା ଭିଡିଓ ଦେଖୁଥିବା ଅଭିଯୋଗ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ରାତି ୧୦ଟା ପରେ ରେଳରେ ଉଚ୍ଚ ଧ୍ୱନୀରେ ଗୀତ ଶୁଣିବା କିମ୍ବା ଇୟରଫୋନ ବିନା ଭିଡିଓ ଦେଖିବା ଉପରେ ବାରଣ କରାଯାଇଛି। ନିୟମ ଅନୁଯାୟୀ, ଆପଣ ରାତି ୧୦ଟା ପରେ ଇୟରଫୋନ୍ ବିନା ଗୀତ ଶୁଣିପାରିବେ ନାହିଁ କିମ୍ବା ଭିଡିଓ ଦେଖିପାରିବେ ନାହିଁ। କେବଳ ଏତିକି ନୁହେଁ, ରାତିରେ ଉଚ୍ଚ ସ୍ୱରରେ କଥା ହେବା ମଧ୍ୟ ବାରଣ କରାଯାଇଛି।

ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ:
ଯଦି ଆପଣଙ୍କର ସହ-ଯାତ୍ରୀ ଆପଣଙ୍କ କଥା ଶୁଣନ୍ତି ନାହିଁ, ତେବେ ଆପଣ ଏଥିପାଇଁ ଟ୍ରେନରେ ଉପସ୍ଥିତ ଥିବା ରେଳ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିପାରିବେ। ଘଟଣାସ୍ଥଳକୁ ଆସିବା ଏବଂ ଆପଣଙ୍କ ସମସ୍ୟାର ସମାଧାନ କରିବା ରେଳ କର୍ମଚାରୀଙ୍କ ଦାୟିତ୍ୱ। ଯଦି ସହ-ଯାତ୍ରୀ ତଥାପି ରାଜି ନୁହଁନ୍ତି, ତେବେ ରେଳବାଇର ନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.