ଖୁସିଖବର: ଜାନୁଆରୀରୁ ମିଳିପାରେ ବିମାନ ମଧ୍ୟରେ ଇଣ୍ଟରନେଟ ଓ କଲିଙ୍ଗ ସେବା

ଯାତ୍ରୀମାନଙ୍କ ପାଇଁ ଇନ ଫ୍ଲାଇଟ କନେକ୍ଟିଭିଟି ସେବା ଆରମ୍ଭ କରାଯିବ ବୋଲି ନିକଟରେ ନାଲକୋ ପକ୍ଷରୁ ସୂଚନା ଦିଆଯାଇଛି। ଇନ ଫ୍ଲାଇଟ କନେକ୍ଟିଭିଟି ଦ୍ୱାରା ଯାତ୍ରୀ ମାନେ ଯାତ୍ରା କରିବା ସମୟରେ କଲିଙ୍ଗ ସହିତ ଇଣ୍ଟରନେଟ ସର୍ଫିଙ୍ଗର ମଧ୍ୟ ଲାଭ ଉଠାଇ ପାରିବେ । ଚଳିତବର୍ଷ କମ୍ପାନୀ ଦୂରସଂଚାର ବିଭାଗ ଠାରୁ ଇନ ଫ୍ଲାଇଟ ଓ ସମୁଦ୍ରୀ କନେକ୍ଟିଭିଟି ସେବା ପ୍ରଦାନ କରିବା ପାଇଁ ଲାଇସେନ୍ସ ପ୍ରାପ୍ତ କରିଛି ।

ସୂଚନା ଅନୁଯାୟୀ ମାତ୍ର ଦେଢ଼ ମାସ ମଧ୍ୟରେ କମ୍ପାନୀ ଏହି ଇନ ଫ୍ଲାଇଟ କନେକ୍ଟିଭିଟି ସେବା ଆରମ୍ଭ କରିପାରେ । ବ୍ରଡ଼ବ୍ୟାଣ୍ଡ ଇଣ୍ଡିଆ ଫୋରମ ପକ୍ଷରୁ ଆୟୋଜିତ India SATCOM-2019ଠାରୁ ଭିନ୍ନ ନାଲକୋର ସିଇଓ ପିଯେ ନାଥଙ୍କ କହିବା ଅନୁଯାୟୀ ସେମାନେ ଜାନୁଆରୀରୁ ଏହି ସେବା ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି । ଏହାକୁ ପ୍ରଥମେ ଇଣ୍ଟରନେଟ ସେବା ସହିତ ଆରମ୍ଭ କରିବେ ବୋଲି ସେ କହିଛନ୍ତି ।

ଯଦିଓ କେଉଁ କମ୍ପାନୀ ସହିତ ନାଲକୋର ଯୋଗାଯୋଗ ଚାଲିଛି ତାର ନାମ ସେ ଏପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି କିନ୍ତୁ ଏହି ବିଷୟରେ ଆଗକୁ ବଢିବା ମାତ୍ରେ ସେ ସୂଚନା ଦେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.