ITR ରିଫଣ୍ଡ ପାଇବା ପାଇଁ ଲାଗିଥାଏ ଏତିକି ସମୟ, ଯାଞ୍ଚ ପାଇଁ ହୋଇଥାନ୍ତି ଏମାନେ ଯୋଗ୍ୟ

ଆଇଟିଆର ଫାଇଲ କଲେ ମିଳିଥାଏ ବଢ଼ିଆ ଧରଣର ରିଫଣ୍ଡ। ଯଦି ଆପଣ ବି ସଠିକ ଉପାୟରେ ଏହାକୁ ଫାଇଲ କରିବେ ତେବେ ନିହାତି ଭାବେ ଭଲ ରିଫଣ୍ଡ ପାଇବେ। କିନ୍ତୁ ଏହାକୁ ଫାଇଲ କରିବାର କେତେ ଦିନ ଭିତରେ ଆପଣ ଏହାକୁ ପାଇବେ ଜାଣିଛନ୍ତି କି? ସାଧାରଣ ଭାବେ ଏହା ସପ୍ତାହରୁ ୧୦ ଦିନ ସମୟ ଲାଗିଥାଏ। କିନ୍ତୁ ଯଦି ଇନକମ ଟାକ୍ସ ବିଭାଗ ଆପଣଙ୍କ ଫାଇଲିଂକୁ ନେଇ କିଛି ବିଭ୍ରାଟ ଦେଖୁଛି ତେବେ ଏହା ଅନେକ ସମୟ ଲାଗିପାରେ।

ଆଇଟିଆର ଫାଇଲ କଲେ ମିଳିଥାଏ ବଢ଼ିଆ ଧରଣର ରିଫଣ୍ଡ। ଯଦି ଆପଣ ବି ସଠିକ ଉପାୟରେ ଏହାକୁ ଫାଇଲ କରିବେ ତେବେ ନିହାତି ଭାବେ ଭଲ ରିଫଣ୍ଡ ପାଇବେ। କିନ୍ତୁ ଏହାକୁ ଫାଇଲ କରିବାର କେତେ ଦିନ ଭିତରେ ଆପଣ ଏହାକୁ ପାଇବେ ଜାଣିଛନ୍ତି କି? ସାଧାରଣ ଭାବେ ଏହା ସପ୍ତାହରୁ ୧୦ ଦିନ ସମୟ ଲାଗିଥାଏ। କିନ୍ତୁ ଯଦି ଇନକମ ଟାକ୍ସ ବିଭାଗ ଆପଣଙ୍କ ଫାଇଲିଂକୁ ନେଇ କିଛି ବିଭ୍ରାଟ ଦେଖୁଛି ତେବେ ଏହା ଅନେକ ସମୟ ଲାଗିପାରେ।

ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଗତ ୩୧ ଜୁଲାଇ ଥିଲା। ଏହାକୁ ନେଇ ଗତ ମଙ୍ଗଳବାର ଏକ ସୂଚନା ଦେଇଛି। ଚଳିତ ଥର ମୋଟ ୬.୭୭ କୋଟି ଲୋକ ନିଜ ଆୟକର ଦାଖଲ କରିଛନ୍ତି, ଯାହାକି ନିର୍ଦ୍ଧାରିତ ବର୍ଷ ୨୦୨୨-୨୩ ପାଇଁ ମୋଟ ଆଇଟିଆର ରୁ ୧୬% ଅଧିକ ରହିଛି। ଶେଷ ତାରିଖ ସୁଦ୍ଧା ମୋଟ ୬୪.୩୩ ଲକ୍ଷ ଲୋକ ଏହାକୁ ଦାଖଲ କରିଛନ୍ତି।

ଦାଖିଲ କରାଯାଇଥିବା ମୋଟ ଆଇଟିଆରରୁ ୫.୬ ୩ କୋଟି ରିଟର୍ଣ୍ଣ ଇ ସତ୍ୟାପିତ କରାଯାଇଛି। ଆୟକର ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଇ -ସତ୍ୟାପିତ ଆଇଟିଆର ରେ ୩୧ ଜୁଲାଇ ଯାଏ ୩.୪୪ କୋଟି ଆଇଟିଆର ସଂଶୋଧିତ ହୋଇସାରିଛି। ଯାହାକି ମୋଟ ୬୧%।

୬.୭୭ କୋଟି ଲୋକଙ୍କ ମଧ୍ୟରେ ୫୩.୬୭ ଲକ୍ଷ ପ୍ରଥମ ଥର କର ଦେଇଛନ୍ତି।
ଏବେ ଜାଣନ୍ତୁ ରିଫଣ୍ଡ କେମିତି ମିଳେ:
-ଆୟକର ବିଭାଗ ସେହି କରଦାତାଙ୍କୁ ରିଫଣ୍ଡ ପ୍ରଦାନ କରିଥାଏ େ ଯେଉଁମାନେ ସର୍ବପ୍ରଥମେ କର ଭୁଗତାନ କରିଥିବେ। କିମ୍ବା ତାଙ୍କ ଆୟ ରେ ଟିଡ଼ିଏସ୍‌ କଟୁଥିବ।
-ଏହା ଏକ ଅତିରିକ୍ତ କର ଯାହା ଆପଣଙ୍କୁ ଆୟକର ଅଧିନିୟମ ୧୯୬୧ ଧାରା ୨୩୭ ଅନ୍ତର୍ଗତ ଫେରାଇ ଦିଆଯାଏ। ମାନେ ରିଫଣ୍ଡ ମିଳିଥାଏ।
-ଥରେ ଯେତେବେଳେ ଆପଣ ନିଜ ଆୟକର ଦାଖଲ କରୁଛନ୍ତି ତେବେ ଆଇଟି ବିଭାଗ ଏହାକୁ ଯାଞ୍ଚ କରିବା ପାଇଁ ଆପଣଙ୍କୁ ଦସ୍ତାବିଜ ସତ୍ୟାପିତ କରିଥାଏ। ଏଥିରେ ଜଣାପଡ଼େ ଆପଣ ରିଫଣ୍ଡ ପାଇବାକୁ ଯୋଗ୍ୟ ନା ନାହିଁ। ଯଦି ଆପଣ ଅଗ୍ରିମ କରକୁ ଭୁଗତାନ କରିଛନ୍ତି ତେବେ ଏହା ଫେରାଇ ଦିଆଯାଏ।

ଯଦି ଆପଣ କିଛି ସର୍ତ୍ତକୁ ମାନୁଛନ୍ତି ତେବେ ଆପଣ ଆଇଟି ବିଭାଗରୁ ରିଫଣ୍ଡ ପାଇଯିବେ। ତାହା ୀସମ୍ପର୍କରେ ଜାଣନ୍ତୁ:
-ଯଦି ଆପଣଙ୍କ ଦ୍ୱାରା ଭୁଗତାନ କରାଯାଇଥିବା କର ଆର୍ଥିକ ବର୍ଷର ବାସ୍ତବିକ କରର ୧୦୦% ରୁ ୍ରଅଧିକ ଥିବ।
-ନିୟମିତ କର ନିର୍ଦ୍ଧାଣ ପରେ ଆପଣଙ୍କ ଟିଡ଼ିଏସ୍‌ ଭୁଗତାନ ଆପଣଙ୍କ ଅନ୍ତିମ କର ଠାରୁ ଅଧିକ ରହିବା ଜରୁରୀ।
-ଅଧିକ କର ଭୁଗତାନ କରିଥିଲେ।

ଆପଣ କିପରି ରିଫଣ୍ଡ ଦାବି କରିବେ ଜାଣନ୍ତୁ :
-ଆଇଟି ଫର୍ମକୁ ଭରିବା ପରେ ସେଥିରେ ସମସ୍ତ ତଥ୍ୟକୁ ସଠିକ ଭାବେ ଭରନ୍ତୁ।
-ରିଟର୍ଣ୍ଣ ଦାଖଲ କରିବା ସମୟରେ ଆପଣଙ୍କ ଫର୍ମ ୨୬ ଏଏସ୍‌ ରେ ଦେଇଥିବା କର ଭୁଗତାନ କୁ ଯାଞ୍ଚ କରନ୍ତୁ।
-ଯଦି ଫର୍ମରେ ଦେଇଥିବା କର ଭୁଗତାନ ଆପଣଙ୍କ ଆଇଟିଆର ଫର୍ମରେ ଭରିଥିବା କର ଠାରୁ ଅଧିକ ରୁହେ ତେବେ ଟାକ୍ସ ରିଫଣ୍ଡ ପାଇବେ।
-ଆପଣ ଫର୍ମ ୩୦ ମଧ୍ୟ ଭରିପାରିବେ।
ଏସବୁ କରିବା ପରେ ଆପଣ ରିଫଣ୍ଡ ରାଶି ପାଇବା ପାଇଁ ଯୋଗ୍ୟ କି ନୁହେଁ , ଏହାକେବେ ପାଇବେ ତାହା ସମ୍ପର୍କରେ ଜାଣନ୍ତୁ :
ପ୍ରଥମେ ଆପଣ ରିଫଣ୍ଡ ପାଇବା ପାଇଁ ସେମିିତି କିଛି ବିଶେଷ ତାରିଖ ନଥାଏ। ଆପଣ ୭ ରୁ ୧୦ ଦିନ ମଧ୍ୟରେ ଏହାକୁ ପାଇଯିବେ। କିନ୍ତୁ ଆଇଟି ବିଭାଗ କିଛି ଭୁଲ ଦେଖିଲେ ଏହାକୁ ପାଇବାକୁ ସମୟ ଲାଗିପାରେ। ଆଉ ଯେଉଁମାନେ ନିଜ ଆୟକର ଶୀଘ୍ର ଦାଖଲ କରିଛନ୍ତି ସେମାନଙ୍କୁ ଆଗରୁ ରିଫଣ୍ଡ ମିଳିଯିବ। ତେଣୁ ଯେଉଁମାନେ ୩୧ ଜୁଲାଇ ପାଖାପାଖି ଫାଇଲ କରିଥିବେ ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.