Below header

ପାୱାରଫୁଲ ରେଞ୍ଜ ସହ ଭାରତରେ ଲଞ୍ଚ ହେଲା Range Rover Sport SVR, ଟପ୍ ସ୍ପିଡ 280 kmph  

Jaguar land rover ଇଣ୍ଡିଆ ଭାରତୀୟ ବଜାରରେ ନିଜର ନୂଆ ଏସୟୁଭି Range Rover Sport SVR ଲଞ୍ଚ କରିଛି । ଏହା କମ୍ପାନୀର ସବୁଠୁ ପାୱାରଫୁଲ ରେଞ୍ଜ ରୋବର କାର ।  ଏହାର ଦାମ ୨.୧୯ କୋଟି ରହିଛି । ଏସୟୁଭିର 5.0 ଲିଟର ସୁପରଚାର୍ଜ V8 ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ।

56347568
pc: livehindustan

ଏହା 423 kW ପାୱର ଏବଂ  700Nm ଟ୍ରାକ ଜେନେରେଟ କରିଥାଏ । ଭାରତରେ ଏହା ସିବିୟୁ ବା କମପ୍ଲିଟ ବିଲ୍ଟ ୟୁନିଟ ରୂପେ ଆସିଛି । ଗାଡ଼ିର ଇଞ୍ଜିନ  8- ସ୍ପିଡ ଟ୍ରାକ କନଭର୍ଟର ସହ ବଜାର ପ୍ରବେଶ କରିଛି । ଏହାର ହାଇ ସ୍ପିଡ 280 kmph ରହିଛି । 4.5 ସେକେଣ୍ଡରେ 0 ରୁ 100 kmph ସ୍ପିଡରେ ଯାଇଥାଏ । ଏହାକୁ ୟୁନିକ ଲୁକ ମଧ୍ୟ ଦିଆଯାଇଛି ।

4357
pc: livehindustan

ବେଣ୍ଟ ଡିଜାଇନ ସହ ଏଥିରେ ରିପ୍ରୋଫାଇଲଡ ଫ୍ରଣ୍ଟବମ୍ପର ଦିଆଯାଇଛି ।  ଶନାଦାର ସାଉଣ୍ଡ ସିଷ୍ଟମ ମଧ୍ୟ ରହିଛି । ଅଧିକ ତାପମାତ୍ରାରେ ବହୁତ ଭଲ ପରଫର୍ମ ପାଇଁ ବ୍ରେକ ପ୍ୟାଡ ଏବଂ ଡିସ୍କକୁ ଅପଗ୍ରେଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.