Below header

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ୨୩୦ କୋଟି ଟଙ୍କାର ଜରିମାନା, ଜିଏସ୍‌ଟିର ଫାଇଦା ଗ୍ରାହକଙ୍କୁ ଦେଇନଥିବା ଅଭିଯୋଗ

ନ୍ୟାସନାଲ ଆଣ୍ଟି ପ୍ରଫିଟିଂ ଅଥରିଟି (NAA) ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଉପରେ ୨୩୦.୪୧ କୋଟି ଟଙ୍କାର ଜରିମାନା ଲଗାଇଛି। ଜିଏସ୍‌ଟିରେ କଟୁଥିବା ଅର୍ଥର ଲାଭ ଗ୍ରାହକଙ୍କୁ ନ ଦେବା ଅଭିଯୋଗରେ କମ୍ପାନୀ ବିରୋଧରେ ଏହି ଜରିମାନା ହୋଇଛି।

NAA ଆଦେଶରେ କହିଛନ୍ତି ଯେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଟ୍ୟାକ୍ସ କଟିବା ପରେ ପ୍ରଡକ୍ଟର ଦାମ୍‌ ଭୁଲ ଉପାୟରେ ନିର୍ଦ୍ଧାରିତ କରିଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ ୧୫ ନଭେମ୍ବର ୨୦୧୭ରେ କିଛି ପ୍ରଡକ୍ଟ ଉପରେ ଜିଏସ୍‌ଟି ୨୮ ପ୍ରତିଶତରୁ ବଦଳାଇ ୧୮ ପ୍ରତିଶତ କରାଯାଇଥିଲା। କିନ୍ତୁ କମ୍ପାନୀ ଗ୍ରାହକଙ୍କୁ ଏହି ଲାଭ ଦେଇନଥିଲା।

ତିନି ମାସ ଭିତରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀକୁ ଏହି ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ନେଇ କମ୍ପାନୀ କହିଛି ଯେ ଜିଏସ୍‌ଟି କମାଇବାକୁ ନେଇ କୌଣସି ଗାଇଡ୍‌ଲାଇନ୍‌ ନଥିବାରୁ ସେମାନେ ନିଜ ହିସାବରେ ଏହି ଆକଳନ କରିଥିଲେ। କମ୍ପାନୀ ତରଫରୁ ମିଳିଥିବା ତଥ୍ୟକୁ ଅଧା ବୋଲି କହି ଏନ୍‌ଏଏ ଏହାକୁ ଖାରଜ କରିଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.