Below header

ଏହି ଗାଁରେ ୭ ବର୍ଷ ହେବ ଜନ୍ମ ହେଇନାହାନ୍ତି ଜଣେ ହେଲେବି ଶିଶୁ, ପିଲାଙ୍କ ଅଭାବ ପୂରଣ କରୁଛି କଣ୍ଢେଇ

ପୃଥିବୀର ଅନ୍ୟତମ ବିକଶିତ ଦେଶ ଭାବେ ଜଣା ଜାପାନର ଲୋକ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି । କମୁଥିବା ଲୋକସଂଖ୍ୟା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଜାପାନର ଜଣେ ମହିଳା ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି । ଏମିତିକି ଲୋକ ସଂଖ୍ୟା କମୁଥିବାରୁ ଜାପାନର ଏକ ଗାଁକୁ ଭୁତ ଗାଁ ବି କୁହାଯାଉଛି । ଜାପାନର ନଗୋରା ନାମକ ଏହି ଗାଁ ଟିରେ ଦୀର୍ଘ ୧୮ ବର୍ଷ ଧରି କୌଣସି ଶିଶୁ ଜନ୍ମ ନେଇନାହାନ୍ତି । ଏମିତିକି ୭ ବର୍ଷ ହେବ ଏଠାକାର କେତେଗୁଡିଏ ପ୍ରାଇମେରୀ ସ୍କୁଲ ମଧ୍ୟ ବନ୍ଦ ହେଇଯାଇଛି । ପିଲା ମାନଙ୍କ ଅଭାବକୁ ପୂରଣ କରିବା ପାଇଁ ଏଠାକାର ସ୍କୁଲ ମାନଙ୍କରେ ପିଲାମାନଙ୍କ ପୁତ୍ତଳିକା ସ୍ଥାପନ କରାଯାଉଛି । ୭୦ ବର୍ଷିୟ ସୁକୁମି ଆୟୋନ ବନ୍ଦ ହୋଇଯାଇଥିବା ସ୍କୁଲ ମାନଙ୍କୁ ପୁଣି ଥରେ ଚଳଚଞ୍ଚଳ କରିବା ପାଇଁ ସେ ସ୍କୁଲ ମାନଙ୍କରେ ପୁତ୍ତଳିକା ନିଜ ହାତରେ ପ୍ରସ୍ତୁତ କରି ଲଗଉଛନ୍ତି ।

doll

ଖାଲି ସେତିକି ନୁହେଁ ଆୟନୋ ୭ ବର୍ଷ ହେବ ବିଭିନ୍ନ ସ୍ଥାନ ମାନଙ୍କରେ କଣ୍ଢେଇ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରି ଆସୁଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ତାଙ୍କର ଲକ୍ଷ । ଏକ ରିପୋର୍ଟ ଅନୁଯାୟୀ ଜାପାନ ଯୁବକ ମାନଙ୍କ ସଂଖ୍ୟା ଦିନ କୁ ଦିନ ହ୍ରାସ ହେବାରେ ଲାଗିଛି । ତେଣୁ ଏଠି ବୟସ୍କ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜାପାନର ଅନେକ ସ୍ଥାନ ମାନଙ୍କରେ ଜନ୍ମ ହାର କମି ଯାଉଥିବାରୁ ଦେଶରେ ଏପରି ପରିସ୍ଥିତି ଉପୁଜିଥିବା ଜଣାଯାଉଛି । ଜାପାନରେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ | ଏହାବାଦ ଗାଁ ମାନଙ୍କର ଅଧିକାଂଶ ଲୋକ କାମ ପାଇଁ ସହରକୁ ମଧ୍ୟ ଯାଉଛନ୍ତି । ଏହି କାରଣରୁ ବି ଗାଁ ମାନଙ୍କର ଲୋକସଂଖ୍ୟା କମିବାରେ ଲାଗିଛି ।

doll

ନିଜ ସାଙ୍ଗ ମାନଙ୍କ ସହ ମିଶି ଆୟୋନା ଏଯାବତ ପ୍ରାୟ ୩୫୦ ଟି କଣ୍ଢେଇ ବନେଇ ସାରିଲେଣି ଯାହାକି ଗାଁର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ହେବ । ପୁରୁଣା କପଡା, ଖବର କାଗଜ, ବିଭିନ୍ନ ଅଦରକାରୀ ଜିନିଷ ମାନଙ୍କୁ ବ୍ୟବହାର କରି ହିଁ ସେମାନେ ଏହି ପୁତ୍ତଳିକା ଗୁଡିକୁ ପ୍ରସ୍ତୁତ କରିଥାନ୍ତି । ଗାଆଁ ମାନଙ୍କରେ ଏଗୁଡ଼ିକୁ ରଖାଯାଇ ହ୍ରାସ ପାଉଥିବା ଜନସଂଖ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି । ପ୍ରକୃତରେ ଆୟନା ହେଉଛନ୍ତି ପେସାରେ ଜଣେ ନର୍ସ । ତାଙ୍କ ଅନୁଯାୟୀ ଏହାଦ୍ୱାରା ଗାଁ ମାନଙ୍କର ସୌନ୍ଦର୍ଯ୍ୟ ଦିନ କୁ ଦିନ ବଢ଼ିବାରେ ଲାଗିଛି । ତୀର୍ଥ ଯାତ୍ରୀ ମାନେ ଆକୃଷ୍ଟ ହୋଇ ଅଧିକ ରୁ ଅଧିକ ସଂଖ୍ୟାରେ ଏହି ଗାଁକୁ ଆସିବାରେ ଲାଗିଛନ୍ତି । ଆୟନା ନିଜେ ବିବାହିତା ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.