Below header

ପୋଷ୍ଟ ଅଫିସରେ ଆପଣଙ୍କର ସେଭିଂ ଆକାଉଣ୍ଟ ରହିଛି କି? ଜାଣନ୍ତୁ କିପରି ଉଠାଇବେ ଅନଲାଇନ୍ ସର୍ଭିସର ଫାଇଦା

ପୋଷ୍ଟ ଅଫିସରେ ଯଦି ଅପାଣଙ୍କର ସେଭିଂ ଆକାଉଣ୍ଟ ରହିଥାଏ ତେବେ ଏବେ ଆପଣ ଘରେ ବସି ପୋଷ୍ଟ ଅଫିସର ଅନଲାଇନ୍ ସର୍ଭିସ୍ ର ଫାଇଦା ଉଠାଇପାରିବେ। ସେହିଭଳି ଯଦି ଆପଣ ପୋଷ୍ଟ ଅଫିସର ନେଟ୍ ବ୍ଯାକିଂଗ ୟୁଜର୍, ତେବେ ଆପଣ ରେକରିଂଗ ଡିପୋଜିଟ୍ (RD) ଏବଂ ଟାଇମ୍ ଡିପୋଜିଟ୍ ସ୍କିମରେ ଅନଲାଇନ୍ ନିବେଶ କରିପାରିବେ। ଭାରତୀୟ ଡାକର ୱେବସାଇଟ୍ ଅନୁଯାୟୀ, ଧ୍ଯାନ ରଖନ୍ତୁ ଅନଲାଇନ୍ ଫାଇଦା ସେହି ସମୟରେ ଉଠାଇ ପାରିବେ ଯେଉଁ ସମୟରେ ପୋଷ୍ଟ ଅଫିସରେ ଆପଣ ନେଟ୍ ବ୍ଯାଙ୍କିଂ ସର୍ଭିସ ରଖିଥିବେ। ଇଣ୍ଡିଆ ପୋଷ୍ଟ ଇଣ୍ଟରନେଟ୍ ବ୍ଯାଙ୍କିଂ ୱେବସାଇଟ୍ http://ebanking.indiapost.gov.in/ ରେ ଲଗଇନ୍ କରି ଅନଲାଇନ୍ ସର୍ଭିସର ଫାଇଦା ଉଠାଇପାରିବେ।

post-office1ପୋଷ୍ଟ ଅଫିସ୍ ସେଭିଙ୍ଗ ଅକାଉଣ୍ଟ ଆକ୍ସେସ ଏବଂ ଷ୍ଟେଟମେଣ୍ଟ ଡାଉନଲୋଡ କରିପାରିବେ। ଏହାର ୨ଟି ଉପାୟ ରହିଛି। ଅର୍ଥାତ ଏହି କାମ ଇଣ୍ଟରନେଣ୍ଟ ବ୍ଯାଙ୍କିଂ ଏବଂ ମୋବାଇଲ ବ୍ଯାଙ୍କିଂ ଦ୍ବାରା ହୋଇପାରିବ। ଆପଣ ଚାହିଁଲେ ମଧ୍ଯ ପୋଷ୍ଟ ଅଫିସର ମୋବାଇଲ ବ୍ଯାଙ୍କିଂ ଆପ୍ ସାହାଯ୍ଯରେ ମୋବାଇଲ ବ୍ଯାଙ୍କିଂ ସର୍ଭିସ ନେଇପାରିବେ।

ପୋଷ୍ଟ ଅଫିସ ନେଟ୍ ବ୍ଯାଙ୍କିଂ ସର୍ଭିସ ସାହଯ୍ଯରେ ନିଜେ କିମ୍ବା ଥାର୍ଡ-ପାର୍ଟିଙ୍କୁ ଟଙ୍କା ଟ୍ରାନ୍ସପର କରିପାରିବେ। ଏହାବ୍ଯତୀତ ପିପିଏଫ ଆକାଉଣ୍ଟ କିମ୍ବା ସୁକନ୍ଯା ସମୃଦ୍ଧି ଆକାଉଣ୍ଟରେ ମଧ୍ଯ ଡିପୋଜିଟ୍ କରିବାର ସୁବିଧା ରହିଛି।
ଏଥିସହ ପୋଷ୍ଟ ଅଫିସ ଇଣ୍ଟରନେଟ୍ ବ୍ଯାଙ୍କିଂ ଜରିଆରେ ପିପିଏଫ୍ ଆକଉଣ୍ଟରୁ ଟଙ୍କା କାଢିବା କିମ୍ବା ଟଙ୍କା କାଢିବା ପାଇଁ ଆବେଦନ କରିବାର ମଧ୍ଯ ସୁବିଧା ରହିଛି।

post-office2ସର୍ବପ୍ରଥମେ http://ebanking.indiapost.gov.in/ ରେ ଲଗଇନ୍ କରନ୍ତୁ। ଏହାପରେ ନେଗେଟିଭ୍ ଆକାଉଣ୍ଟରେ କ୍ଲିକ୍ କରି ବାଲାନ୍ସ ଆଣ୍ଡ ଟ୍ରାଞ୍ଜେକ୍ସନ ଇନ୍ଫୋର୍ମେସନରେ କ୍ଲିକ୍ କରନ୍ତୁ। ଏହାପରେ ସେଭିଂଗ ଆପାଉଣ୍ଟରେ କ୍ଲିକ୍ କରି ବର୍ତ୍ତମାନ ମାଇଁ ଟ୍ରଞ୍ଜେକ୍ସନରେ କ୍ଲିକ୍ କରି ଷ୍ଟେଟମେଣ୍ଟ ଡାଉନଲୋଡ କରିପାରିବେ।

post office3ପୋଷ୍ଟ ଅଫିସର ଇଣ୍ଟରନେଟ୍ ବ୍ଯାଙ୍କିଂ କିମ୍ବା ମୋବାଇଲ ବ୍ଯାଙ୍କିଂରୁ ଆକାଉଣ୍ଟ ଆକ୍ସେସ୍ କରିବା କିମ୍ବା କୌଣସି ସୂଚନା ପାଇଁ କଷ୍ଟମର କେୟାର ନମ୍ବର 1800-425-2440 ରେ ସକାଳ ୯ ଟାରୁ ସଂଧ୍ଯା ୬ଟା ପର୍ଯ୍ଯନ୍ତ ଯୋଗାଯୋଗ କରିପାରିବେ। ଏହାବ୍ଯତୀତ ଆପଣ ଚାହିଁଲେ [email protected] ରେ ଇ-ମେଲ ମଧ୍ଯ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.