ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପୁରାତନ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ପରଲୋକ

ବ୍ରହ୍ମପୁର ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଜ୍ୟୋତ୍ସା ଦାସଙ୍କର ମଙ୍ଗଳବାର ଅପରାହ୍ନ ସମୟରେ ପରଲୋକ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ବାର୍ଦ୍ଧ୍ୟକ ଜନିତ ରୋଗରେ ପୀଡିତ ଥିଲେ । ଶିକ୍ଷକତା ବ୍ୟତୀତ ଜ୍ୟୋତ୍ସା ମଞ୍ଚ ନାଟକ, ଓଡି଼ଆ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ସିନେମା ଗୁଡିକ ମଧ୍ୟରେ ସମୟ, ଅଭିମାନ, ସତୀ ଅନୁସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ପ୍ରଭୁତି ରହିଛି । ରୂପେଲି ପରଦା ବ୍ୟତୀତ ସେ ମଂଚ ଅଭିନେତ୍ରୀ ଭାବେ ମଧ୍ୟ ଅନେକ ମଞ୍ଚରେ ନାଟକ ପରିବେଷଣ କରିଛନ୍ତି ।

ଗଂଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୁରଭଞ୍ଜ, ଆଦି ଜିଲ୍ଲା ମାନଙ୍କରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ନାଟକ ସମାରୋହରେ ସେ ଅଂଶଗ୍ରହଣ କରିଥିଲେ । ଓଡ଼ିଶାରେ ପ୍ରସିଦ୍ଧ ଆଶୁକବି ସ୍ବର୍ଗତ ଜେମ୍ସ ଦାସଙ୍କ ବଡ ଝିଅ ହେଉଛନ୍ତି ଜ୍ୟୋତ୍ସା ଦାସ । ତାଙ୍କ ଶେଷ ସମୟରେ ମୃତ୍ୟୁ ଶର୍ଯ୍ୟା ନିକଟରେ ନିକଟରେ ଭାଇ, ଭାଉଜ, ପୁତୁରା, ଝିଆରୀ ଓ ଶୁଭେଛୁ ମାନେ ଉପସ୍ଥିତ ଥିଲେ । ସୂଚନା ଦେବା ଯୋଗ୍ୟକି, ସଙ୍ଗୀତଜ୍ଞ ଯତୀନ ଦାସ ଓ ବରିଷ୍ଠ ସାମ୍ବାଦିକ ଜ୍ୟୋତିରଞ୍ଜନ ଦାସଙ୍କ ବଡ଼ ଭଉଣୀ ହେଉଛନ୍ତି ଜ୍ୟୋତ୍ସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.