ସୁନା କିଣିବାକୁ ଆପଣ ମନ ବଳାଇଛନ୍ତି? ଜାଣି ନିଅନ୍ତୁ କେତେ ରହିଛି ଦାମ୍

ଗତ କିଛିଦିନ ହେଲାଣି ଏହାର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆଜି ଦୋକାନକୁ ଯାଇ ସୁନା କିଣିବାକୁ ଆପଣ ମନ ବଳାଇଛନ୍ତି, ତେବେ ଏଠାରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍ ।

ଭାରତୀୟ ବଜାରରେ ସୁନା ଦରରେ କିଛିଟା ପରିବର୍ତ୍ତନ ହୋଇଛି ।  ଗତ କିଛିଦିନ ହେଲାଣି ଏହାର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆଜି ଦୋକାନକୁ ଯାଇ ସୁନା କିଣିବାକୁ ଆପଣ ମନ ବଳାଇଛନ୍ତି, ତେବେ ଏଠାରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୪୫୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୬୫୦ଟଙ୍କା ଓ ୫୯,୬୦୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୬,୪୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.