ପଥର ବ୍ଲାଷ୍ଟିଂ ବେଳେ ମାମୁଁ ଭଣଜା ପଥର ତଳେ ଚାପି ହେଇ ପ୍ରାଣ ହରାଇଲେ, ୩୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ଗତ ଶୁକ୍ରବାର ବିଳମ୍ବିତ ରାତିରେ ମାମୁ ଭଣଜା ପଥର ତଳେ ଚାପି ହେଇ ପ୍ରାଣ ହରାଇ ଥିଲେ । ପଥର ଟି ପ୍ରାୟ 100 ଟନ ରୁ ଉର୍ଦ୍ଧ ଓଜନ ର ହୋଇଥିବା ଯୋଗୁଁ ମୃତଦେହ ଗୁଡିକୁ ବାହାର କରିବା ସମ୍ଭବ ହୋଇପାରିନଥିଲା।

ମୋହନା(କେନ୍ୟୁଜ୍):ଗଜପତି ମୋହନା ଥାନା ବନ୍ଧାଗୁଡା ଗାଁରେ କ୍ରସର ପାଇଁ ପଥର ବ୍ଲାଷ୍ଟିଂ ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମାମୁ ଭଣଜା ପଥର ତଳେ ଚାପି ହେଇ ପ୍ରାଣ ହରାଇ ଥିଲେ । ପଥର ଟି ପ୍ରାୟ 100 ଟନ ରୁ ଉର୍ଦ୍ଧ ଓଜନ ର ହୋଇଥିବା ଯୋଗୁଁ ମୃତଦେହ ଗୁଡିକୁ ବାହାର କରିବା ସମ୍ଭବ ହୋଇପାରିନଥିଲା।

ମୋହନା ପୋଲିସ, ଅଗ୍ନିଶମ ବିଭାଗ, ଅତିରିକ୍ତ ତହସିଲଦାରଙ୍କ ଅହରହ ଉଦ୍ୟମ ପରେ ଶନିବାର ବିଳମ୍ବିତ ରାତିରେ ପଥର କୁ ଷ୍ଟୋନ କଟର ସାହାଯ୍ୟ ରେ କାଟି ଦୀର୍ଘ ୩୨ ଘଣ୍ଟାର ଅପରେସନ ପରେ ମୃତ ଦେହ ପଥର ତଳୁ ଉଦ୍ଧାର ହୋଇଛି। ପୋଲିସ ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.