ଟ୍ରେନ ଜିନିଷ ଚୋରି କଲେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ ସହ ଭରିବାକୁ ପଡ଼ିବ ଜରିମାନା, ଜାଣନ୍ତୁ ଆଇପିସିର ଏହି ଆକ୍ଟ

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରିଥାଏ। ସେ ଖାଇବା ଠାରୁ ଆରମ୍ଭ କରି ଓ୍ଵାଶରୁମ ପର୍ଯ୍ୟନ୍ତ। ଏମିତିକି ଯାତ୍ରୀଙ୍କୁ ଯେପରି ଶୋଇବାରେ କିଛି ସମସ୍ୟା ନହେବ ସେଥିପାଇଁ ମଧ୍ୟ ସେ ସବୁ ଯୋଗାଡ଼ କରିଥାନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କୋଚ ପାଇଁ ଭିନ୍ନ ଭିନ୍ନ ପ୍ରାଇସ ସେଟ୍‌ ଥାଏ। ଯେମିତି ଏସି , ସ୍ଲିପର କ୍ଲାସ ପାଇଁ ଅଲଗା ଆଉ ଜେନେରାଲ ପାଇଁ ଅଲଗା। ଜେନେରାଲ ବଗିରେ ସାଧାରଣ ଭାବେ ପଙ୍ଖା ହିଁ ରହିଥାଏ। ତେବେ ଆପଣ ଭାବୁଥିବେ ଏହା ଠିକ ଆମେ ଘରେ ବ୍ୟବହାର କରୁଥିବା ପଙ୍ଖା ଭଳି.. କିନ୍ତୁ ଭୁଲ । ଟ୍ରେନ ଫ୍ୟାନରେ ଅଲଗା େ ଟକ୍ନୋଲୋଜି ବ୍ୟବହାର କରାଯାଇଥାଏ।

ଟ୍ରେନରେ ଲାଗିଥିବା ଫ୍ୟାନ ସାଧାରଣ ଦେଖାଯାଉଥିଲେ ବି ଏଥିରେ ଭିନ୍ନ ଏକ ଟେକ୍ନୋଲୋଜିର ବ୍ୟବହାର ହୋଇଥାଏ। ଯାହାକୁ ଆମେ ଘରେ ବ୍ୟବହାର କରିପାରିବା ନାହିଁ। ଭାରତରେ ଲକ୍ଷାଧିକ ଲୋକ ପ୍ରତି ଦିନ ଟ୍ରେନରେ ଯାତ୍ରା କରୁଛନ୍ତି । ଦେଶର ଲାଇଫଲାଇନ କୁହାଯାଉଥିବା ଏହି ଟ୍ରେନରେ ଅନେକ ଜିନିଷ ଏପରି ଖଞ୍ଜା ହୋଇଛି ଯାହା କୁ ଆମେ ଘରେ ବ୍ୟବହାର କରିପାରିବା ନାହିଁ।

ତେବେ ଟ୍ରେନରେ ଅନେକ ଥର ଚୋରି ମମଲା ମଧ୍ୟ ସାମ୍ନାକୁ ଆସିଛ ି ଏମିତିରେ ଚୋର ବଡ଼ ଜିନିଷ ତ ନୁହେଁ ବରଂ ଛୋଟ ଛୋଟ ଜିନିଷ ଯେମିତିକି ପଙ୍ଖା, ବଲବ ଭଳି ଜିିନିଷ ଚୋରି କରିନିଅନ୍ତି। ଯଦି ଏମିତିରେ ଧରା ପଡ଼ନ୍ତି ତେବେ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଜେଲ ଯିବାକୁ ହେବ। ଏହାକୁ ଧ୍ୟାନରେ ରଖି ରେଳ ବିଭାଗ ଏମିତି ଏକ ବ୍ୟବସ୍ଥା ଆରମ୍ଭ କଲା ଯେମିତିକିଟ୍ରେନରେ ପଙ୍ଖା ଚୋରି କରିପାରିବେ ନାହିଁ।

ଇଣ୍ଡିଆନ ରେଲେଓ୍ଵ ଏମିତିେୀ ନୂଆ ଟେକ୍ନୋଲୋଜିକୁ ବ୍ୟବହାର କରିଥିଲା। ଇଞ୍ଜିନିୟର୍ସ ମାନେ ପଙ୍ଖାକୁ କିଛି ଏପରି ଡିଜାଇନ କଲେ କି ତାହା ଘରେ ଚାଲିପାରି ବ ନାହିଁ। ଆପଣ କେବଳ ଏହି ଫ୍ୟାନକୁ ଟ୍ରେନରେ ହିଁ ବ୍ୟବହାର କରିପାରିବେ। ଯଦି କେହି ବି ଏହି ପଙ୍ଖାକୁ ବାହାରେ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହା ସମ୍ଭବ ହେବ ନାହିଁ। ଏବେ ଆପଣ ଭାବୁଥିବେ କାହିଁକି ? ଏଥିରେ କିଛି ଖାସ ଟେକନିକ ର ବ୍ୟବହାର ହୋଇଛି। ଯାହାପାଇଁ ଏହା ଟ୍ରେନ ବାହାରେ ଅଦରକାରୀ ହୋଇଯାଏ।

irctc
pc: zee news

ପ୍ରକୃତରେ ଆମେ ଘରେ ଦୁଇ ପ୍ରକାରର ବିଜୁଳି ବ୍ୟବହାର କରିଥାଉ। ପ୍ରଥମତଃ ଏସି ମାନେ ଅଲଟ୍ରାନେଟିଭ କରେଣ୍ଟ ଓ ଦ୍ୱିତୀୟରେ ଡିସି ମାନେ ଡାଇରେକ୍ଟ କରେଣ୍ଟ। ଯଦି ଘରେ ଆମେ ଏସି ର ବ୍ୟବହାର କରୁ ତେବେ ଅଧିକତମ ଭାବେ ୨୨୦ ଭୋଲ୍ଟ ହେବ। ଯଦି ଡିସି ବ୍ୟବହାର ହେବ ତେବେ ପାଓ୍ଵର ୫,୧୨,୨୪ ଭୋଲ୍ଟ ହେବ। ତେବେ ଟ୍ରେନରେ ଲାଗିଥିବା ପଙ୍ଖା ୧୧୦ ଭୋଲ୍ଟରେ ତିଆରି କରାଯାଏ। ଯାହା କେବଳ ଡିସିରେ ଚାଲିବ। ଘରେ ବ୍ୟବହାର ହେଉଥିବା ଡିସି କରେଣ୍ଟ ୫,୧୨,୨୪ ଭୋଲ୍ଟ ରୁ ଅଧିକ ରହିନଥାଏ। ଏମିତିରେ ଆପଣ ଏହି ପଙ୍ଖାକୁ ଘରେ ବ୍ୟବହାର କରିପାରିବେ ନାହିଁ।

ଜାଣି ରଖନ୍ତୁ ଯେ ଟ୍ରେନ ଏକ ରାଷ୍ଟ୍ରୀୟ ସମ୍ପତ୍ତି। ତେଣୁ ଯ ଦି ଟ୍ରେନରେ ଚୋରି କରିବା ତା’ମାନେ ରାଷ୍ଟ୍ରୀୟ ସମ୍ପତ୍ତିର ଚୋରି କରିବା। ଏମିତି କଲେ ଅଭିଯୁକ୍ତଙ୍କ ଉପରେ ଆଇପିସି ଧାରା ୩୮୦ ଅନ୍ତର୍ଗତ କେସ ଦର୍ଜ କରାଯିବ। ଏମିତିରେ ଦୋଷୀ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହ ଜରିମାନା ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.