ଜାଣନ୍ତୁ ଆଜି ୧୦ ଗ୍ରାମ କେତେ ରହିଛି ସୁନା ଦର

ଭୁବନେଶ୍ୱର(କେ ନ୍ୟୁଜ):   ଆଜି ସକାଳ ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪ ହଜାର ୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮ ହଜାର ୧୧୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଦକ୍ଷିଣ ଭାରତର ଏକ ପ୍ରମୁଖ ସହର ଭାବରେ ଜଣା ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪ ହଜାର ୫୬୦ ଟଙ୍କା ଥିବା ନେଇ ରେକର୍ଡ ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୮ ହଜାର ୬୧୦ ଟଙ୍କା ରହିଛି ।

ସେହିପରି ମୁମ୍ବାଇରେ ଏହି ଦର ଯଥାକ୍ରମେ ୪୬ ହଜାର ୧୬୦ ଟଙ୍କା ଓ ୪୭ ହଜାର ୧୬୦ ଟଙ୍କା ଥିବା ନେଇ ଜଣାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ୪୬ ହଜାର ୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ରହିଛି ୫୦ ହଜାର ୩୪୦ ଟଙ୍କା । ଠିକ ସେହିପରି କୋଲକାତାରେ ଯଥାକ୍ରମେ ୪୬ ହଜାର ୬୬୦ ଟଙ୍କା ଓ ୪୯ ହଜାର ୨୧୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ ଟଙ୍କା ହ୍ରାସ ପାଇ ୭୩ ହଜାର ୨୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.