ବାଇକ ଲଭର୍ସଙ୍କ ପାଇଁ ଲଞ୍ଚ୍ ହେଲା ନୂଆ ଫିଚର୍ସର ସୁଜୁକି Gixxer ସିରିଜ୍, ଜାଣନ୍ତୁ କେତେ ରହିଛି ଦାମ୍
ସୁଜୁକି ଲଞ୍ଚ୍ କଲା ନିଜର ୨୦୨୩ ଜିକ୍ସର ବାଇକ । ଦାମ୍ ଯେପରି ଲୁକ୍ ବି ସେପରି । ସୁଜୁକି ବାଇକ ଲଭରଙ୍କ ପାଇଁ ବଢ଼ିଆ ଖବର ।
ସୁଜୁକି ଲଞ୍ଚ୍ କଲା ନିଜର ୨୦୨୩ ଜିକ୍ସର ବାଇକ । ଦାମ୍ ଯେପରି ଲୁକ୍ ବି ସେପରି । ସୁଜୁକି ବାଇକ ଲଭରଙ୍କ ପାଇଁ ବଢ଼ିଆ ଖବର । ଦୁଇ ଚକିଆ ବାହନ ନିର୍ମାଣକାରୀ କମ୍ପାନୀ ସୁଜୁକି ମୋଟରସାଇକେଲ ଇଣ୍ଡିଆ ନିଜର ୨୦୨୩ ମଡେଲର ଅପଡେଟେଡ Gixxer ରେଞ୍ଜକୁ ଲଞ୍ଚ୍ କରିଦେଇଛି । ଏହି ବାଇକ ରେଞ୍ଜରେ Gixxer, Gixxer SF, Gixxer 250 ଏବଂ Gixxer SF 250 ସାମିଲ ରହିଛି ।
ଜିକ୍ସର ରେଞ୍ଜରେ ପ୍ରଥମ ଥର ଫୁଲ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ସହିତ ସୁଜୁକି ରାଇଡ୍ କନେକ୍ଟିଭିଟୀ ସିଷ୍ଟମ ମିଳିଛି, ଯାହାର ସହାୟତାରେ ସ୍ମାର୍ଟଫୋନକୁ ଯୋଡିବା ଏବଂ ଇନକମିଙ୍ଗ କଲ୍, ନେଭିଗେସନ, ଏସଏମଏସ ଏବଂ ହ୍ଵାଟ୍ସଆପ ଆଲର୍ଟର ନୋଟିଫିକେସନ୍ ସ୍କ୍ରିନ ଉପରେ ମିଳିଯାଏ । ଏହାଦ୍ୱାରା ଫୋନର ବ୍ୟାଟେରୀ ଲେବଲ, ସ୍ପିଡ୍ ଆଲର୍ଟ ଆଦିର ନୋଟିଫିକେଅସନ୍ ମିଳିଥାଏ ।
2023 Suzuki Gixxerରେ ପୂର୍ବ ଭଳି 155cc ଇଞ୍ଜିନ୍ ଦିଆଯାଇଛି । ଏହି ଇଞ୍ଜିନ୍ 13.41bhp ପାଓ୍ଵାର ଏବଂ 13.8Nmର ଟର୍କ ଜେନେରେଟ୍ କରିଥାଏ । ଏଥିରେ ୫-ସ୍ପିଡ୍ ଗିୟରବକ୍ସ ଟ୍ରାନ୍ସମିଶନ୍ ମିଳିଥାଏ । ସେହିପରି ନୂଆ ଜିକ୍ସର ୨୫୦ ରେଞ୍ଜରେ 249ccର ଇଞ୍ଜିନ୍ ଦିଆଯାଇଛି । ଯାହା ମୋଟର ୬-ସ୍ପିଡ୍ ଗିୟରବକ୍ସ ସହ ଯୋଡି ରହିଛି । ଏହି ଇଞ୍ଜିନ୍ 26.13bhpର ମ୍ୟାକ୍ସିମମ୍ ପାଓ୍ଵାର ଏବଂ 22.2Nmର ଟର୍କ ଜେନେରେଟ୍ କରିଥାଏ ।
କେମିତି ରହିବ ଲୁକ୍ ?
ଅପଡେଟେଡ୍ ୨୦୨୩ ସୁଜୁକି ଜିକ୍ସର ଏବଂ Gixxer SFରେ ତିନିଟି କଲର ଅପ୍ସନ ଦିଆଯାଇଛି । ଯେଉଁଥିରେ ଗ୍ଲାସ୍ ସ୍ପାର୍କଲ ବ୍ଲାକ, ମେଟାଲିକ ସୋନିକ ସିଲଭର/ପର୍ଲ ବ୍ଲେଜ୍ ଅରେଞ୍ଜ୍ ଏବଂ ମେଟାଲିକ୍ ଟ୍ରାଇଟନ୍ ବ୍ଲୁ ସାମିଲ ରହିଛି । ନୂଆ ଜିକ୍ସର ୨୫୦ରେ ମେଟାଲିକ ମ୍ୟାଟ୍ ବ୍ଲାକ ଏବଂ ମେଟାଲିକ ମ୍ୟାଟ ଷ୍ଟେଲର ବ୍ଲୁ କଲର ଅପ୍ସନ ମିଳିଥାଏ । ସେହିଭଳି ଜିକ୍ସର ୨୫୦ SFରେ ମେଟାଲିକ ଟ୍ରାଇଟନ୍ ବ୍ଲୁ ଏବଂ ମେଟାଲିକ ସୋନିକ୍ ସିଲଭର ପେଣ୍ଟ ସ୍କିମ୍ ଦିଆଯାଇଛି ।
କେତେ ରହିଛି ଦାମ୍ ?
ଅପଡେଟେଡ ୨୦୨୩ ସୁଜୁକି ଜିକ୍ସରର ଦାମ ବିଷୟରେ କହିବା ତ ଏହାର ଜିକ୍ସର ମଡେଲର ଦାମ୍ ୧.୪୦ ଲକ୍ଷ ଟଙ୍କା, ଜିକ୍ସର ଏସଏଫ୍ ମଡେଲର ଦାମ୍ ୧.୪୫ ଲକ୍ଷ ଟଙ୍କା, ଜିକ୍ସର ୨୫୦ ମଡେଲର ଦାମ୍ ୧.୯୫ ଲକ୍ଷ ଟଙ୍କା ଏବଂ ଜିକ୍ସର ଏସଏଫ୍ ୨୫୦ ମଡେଲର ୨.୦୨ ଲକ୍ଷ ଟଙ୍କା । ଏହି ସମସ୍ତ ଦାମ୍ ଦିଲ୍ଲୀର ଏକ୍ସ-ଶୋରୁମ ଅନୁସାରେ ରହିଛି ।
ଭାରତୀୟ ବଜାରରେ ସୁଜୁକି ଜିକ୍ସରର ମୁକାବିଲା TVS Apache RTR 160 ସହ ହେବ, ଯେଉଁଥିରେ ଏକ 159.7ccର BS6 ମିଳିବ । ଏହି ବାଇକର ଏକ୍ସ ଶୋରୁମ୍ ଦାମ୍ 1,18,381 ଟଙ୍କାରୁ ଆରମ୍ଭ ହୋଇଥାଏ।