ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଆଜିର ସୁନା ଓ ରୁପା ଦର, କେଉଁଠି କମିଛି ଓ କେଉଁଠି ବଢ଼ିଛି

ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୭ ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ୪୪୦ ଟଙ୍କା ରହିଥିବା ଜଣାପଡ଼ିଛି।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୧୭୦ ଟଙ୍କା ଓ ୫୧,୪୪୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୧୫୦ ଟଙ୍କା ଓ ୫୧,୪୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୧୭୦ ଟଙ୍କା ଓ ୫୧,୪୪୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୧୫୦ ଟଙ୍କା ଓ ୫୧,୪୪୦ ଟଙ୍କା ରହିଛି।

ସେହିପରି ଆଜି ରୁପା ମୂଲ୍ୟ ବି ବୃଦ୍ଧି ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୦୦୦ ଟଙ୍କା ବଢ଼ି ୬୦,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ତେବେ କିଛି ମାତ୍ରାରେ କମ୍ ହୋଇଚି ସୁନା ଓ ରୁପା ମୂଲ୍ୟ।