ଲାଇସେନ୍ସକୁ ନେଇ ଆସିଲା ବଡ ଖବର, ପରିବହନ ବିଭାଗ ନେଲା ବଡ ନିଷ୍ପତ୍ତି

ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ମାର୍ଚ୍ଚ ୩୧ରେ ସମାପ୍ତ ହେଉଥିବା ଲର୍ନର ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତାକୁ ଦୁଇ ମାସ ବଢ଼ାଇ ୩୧ ମଇ, ୨୦୨୨ ପର୍ଯ୍ୟନ୍ତ କରିଦେଇଛି। ସେ କହିଛନ୍ତି ଲୋକଙ୍କ ପାଇଁ ନିଜ ଲର୍ନର ଲାଇସେନ୍ସ ରିନ୍ୟୁ କରିବାର ଏହା ଶେଷ ମଉକା।

ଗେହଲଟ ଆଗକୁ ଟ୍ଵିଟ କରି କହିଛନ୍ତି ଯେ ‘ଯେଉଁ ଲର୍ନର୍ସ ଲାଇସେନ୍ସର ବୈଧତା ୩୧ ମାର୍ଚ୍ଚ ସୁଦ୍ଧା ସମାପ୍ତ ହେଉଛି ସେମାନଙ୍କ ପାଇଁ ଏହି ଅବଧିକୁ ୨ ମାସ ଅର୍ଥାତ ୩୧ ମଇ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କାହିଁକିନା ଡ୍ରାଇଭିଙ୍ଗ ସ୍କିଲ ଟେଷ୍ଟ ଏବଂ ଟେଷ୍ଟ ପାଇଁ ନୂଆ ନିଯୁକ୍ତିକୁ ଡିଡିଏମଏଙ୍କ ଦିଶାନିର୍ଦ୍ଦେଶରେ ଅନୁପାଳନରେ ନିଲମ୍ବିତ କରିଦିଆଯାଇଥିଲା।

ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଲର୍ନିଙ୍ଗ ଡ୍ରାଇଭିଙ୍ଗ ଲାଇସେନ୍ସ ଧାରକଙ୍କୁ ବଡ ଆସ୍ୱସ୍ତି ଦେଇ ୩୧ ମାର୍ଚ୍ଚ ସୁଦ୍ଧା ଶେଷ ହେଉଥିବା ଲାର୍ନିଙ୍ଗ ଡ୍ରାଇଭିଙ୍ଗ ଲାଇସେନ୍ସର ଅବଧିକୁ ବଢ଼ାଇ ୩୧ ମଇ ୨୦୨୨ ପର୍ଯ୍ୟନ୍ତ ମାନ୍ୟ କରିଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତାକୁ ବୃଦ୍ଧି କରାଯାଇଥିଲା। ଯେଉଁ ଲାଇସେନ୍ସର ବୈଧତା ୧ ଫେବୃୟାରୀ ୨୦୨୦ ଠାରୁ ୩୧ ଜାନୁଆରୀ ୨୦୨୨ ଭିତରେ ସମାପ୍ତ ହେଉଛି ସେମାନଙ୍କର ବୈଧତାକୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାନ୍ୟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.