ପ୍ରେମର ନିଆରା ଉଦାହରଣ; ୬୭ ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବସିଲେ ୨୮ ବର୍ଷୀୟ ଯୁବକ

ପ୍ରେମ କାହାକୁ, କେମିତି, କାହା ସହିତ ହେବ ସେବିଷୟରେ ହୁଏତ କେହି କହିପାରିବେ ନାହିଁ  । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ଅନ୍ଧ  । ଏମିତିକି ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଆଦି ବି କିଛି ମାନେ ରଖେନାହିଁ  । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି  । ଯାହା ବାବଦରେ ଯିଏ ଶୁଣିବ ନିଶ୍ଚୟ ଦଣ୍ଡେ ଭାବି ବସିବ  । ପ୍ରକୃତରେ ଗୁଆଲିୟରର ମୁରେନା ଜିଲ୍ଲାରେ ବାସ କରୁଥିବା ୬୭ ବର୍ଷୀୟା ରାମାକାଳୀ ନାମକ ଜଣେ ମହିଳାଙ୍କର ଜଣେ ୨୮ ବର୍ଷୀୟ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ଖାଲି ଯେ ପ୍ରେମ ସମ୍ପର୍କ ଗଢି ଉଠିଛି ତାହା ନୁହେଁ ଦୁହେଁ ଏବେ ଲିଭ ଇନ ରିଲେସନସିପରେ ବି ଅଛନ୍ତି  । ଏହି ଦୁହେଁ ପରସ୍ପରକୁ ଭଲ ପାଉଥିଲେ ସୁଦ୍ଧା ଦୁହେଁ ବିବାହ କରିବାକୁ ଚାହୁଁନାହାନ୍ତି  । ଆଗକୁ ବି ଲିଭ ଇନ ରିଲେସନସିପରେ ରହିବେ ବୋଲି କହିଛନ୍ତି | ଏହି ସମ୍ପର୍କକୁ ମାନ୍ୟତା ଦେବା ପାଇଁ ଗୁଆଲିୟର କୋର୍ଟରେ ଯାଚିକା ବି ଦାୟର କରିଛନ୍ତି  । ମାମଲାକୁ ନେଇ ଆଡ଼ଭୋକେଟ ଦିଲୀପ ଅବସ୍ଥି କହିଛନ୍ତିକି ଏହି ଯୋଡି ମୁରେନା ଜିଲ୍ଲାର କେଲାରସର ବାସିନ୍ଦା ଅଟନ୍ତି  । ବୟସର ଏତେ ତାରତମ୍ୟ ଥିଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିଥିଲା  ।

ଲିଭ ଇନରେ ରହିବା ସମୟରେ ଯେମିତି କୌଣସି ବିବାଦ ନହୁଏ ସେନେଇ କୋର୍ଟରେ ଦୁହେଁ ନୋଟାରି କରାଇଛନ୍ତି  । ସମ୍ପୂର୍ଣ୍ଣ କାଗଜପତ୍ର ସହିତ ବିଦ୍ଧିବଦ୍ଧ ଭାବରେ କୋର୍ଟରୁ ନୋଟାରି କରାଇନେଲେ ଆଗକୁ ଦୁହିଁଙ୍କ ସମ୍ପର୍କକୁ ନେଇ କୌଣସି ବିବାଦୀୟ ସ୍ଥିତି ଉଠିବା ନାହିଁ ବୋଲି ଦୁହିଁଙ୍କ ମତ  । ସତରେ ନିବିଡ଼ ପ୍ରେମ ସମ୍ପର୍କର ଏମିତି ଉଦାହରଣ ଖୁବ ନିଆରା ଓ ସ୍ୱତନ୍ତ୍ର  । ଏମିତି ଘଟଣା ମାନ ସାଧାରଣତଃ ଏତେଟା ଘଟିନଥାଏ  ।ଯାହା ହେଉ ଏମିତି ଏକ ପରିଣତ ବୟସରେ ବି ଆଶ୍ଚର୍ଯ୍ୟ କରିଦେବା ଭଳି ପ୍ରେମର ଏମିତି ଉଦାହରଣ ମାନ ସାମ୍ନାକୁ ଆସୁଛି ଯାହାକି ପ୍ରେମର ପରିଭାଷାକୁ କିଛିଟା ବଦଳାଇ ଦେଉଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.