ଖାଦ୍ୟ ଅପମିଶ୍ରଣ ପ୍ରମାଣିତ ହେଲେ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା
ଖାଦ୍ୟ ଅପମିଶ୍ରଣ ପ୍ରକ୍ରିୟା ବନ୍ଦ କରିବା ନିମନ୍ତେ ଏଫଏସଏସଆଇ ତରଫରୁ ଏକ ନୂଆ ନିୟମ ଜାରି କରାଯାଇଛି । ଏଣିକି ଖାଦ୍ୟ ଅପମିଶ୍ରଣ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ୨୦୦୬ ମସିହାରେ ଗଠନ କରାଯାଇଥିବା ଖାଦ୍ୟ ସୁରକ୍ଷା ବିଲରେ କିଛିଟା ପରିବର୍ତ୍ତନ କରାଯାଇ ଏହି ନୂତନ ନିୟମ ଜାରି କରାଯାଇଛି । ମାନ୍ୟବର ସୁପ୍ରିମ କୋର୍ଟ ନିକଟରେ ଖାଦ୍ୟ ଅପମିଶ୍ରଣ ସମ୍ପୂର୍ଣ ବନ୍ଦ କରିବା ସମ୍ବନ୍ଧରେ ଏକ ଆଦେଶନାମା ଜାରି କରିଥିଲେ । ଏହା ପରେ ହିଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ତରଫରୁ ଖାଦ୍ୟ ଅପମିଶ୍ରଣ ରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ନେଇ ନିଷ୍ପତି ନିଆଯାଇଛି । ପୂର୍ବରୁ ୨୦୦୬ ମସିହାରେ ଖାଦ୍ୟ ସୁରକ୍ଷା ବିଲ ଆସିଥିବା ବେଳେ ୨୦୧୧ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା ।
ଏହା ସହ ପଢନ୍ତୁ:
ନୂଆବର୍ଷରେ ଇଲେକ୍ଟ୍ରିକ୍ କାର ଲଞ୍ଚ୍ କରିବ ଟାଟା, ଜାଣନ୍ତୁ କ’ଣ ରହିଛି ଫିଚର
ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୧୦୦ଟି ଆମ୍ୱେଣ୍ଡମେଣ୍ଟ ହୋଇସାରିଲେଣି । କାର୍ଯ୍ୟକାରୀ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ଅପମିଶ୍ରିତ ଖାଦ୍ୟ ସମ୍ପୂର୍ଣ ରୂପେ ଅନୁପଯୋଗୀ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିଷ୍ପତି ହୋଇଛି । ସଂସଦରେ ସଂରକ୍ଷିତ ଅବସ୍ଥାରେ ଥିବା ନୂଆ ଉପଭୋକ୍ତା ଅଧିକାର ବିଲରେ ମଧ୍ୟ ଅପମିଶ୍ରଣ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନେବା ନେଇ ଉଲ୍ଲେଖ ରହିଛି । ଏହା ସହ ଖାଦ୍ୟ ସୁରକ୍ଷା ଅଧିକାରୀ ମଧ୍ୟ ଯଦି କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ ନିଶ୍ଚିତ ରୂପେ କଠୋର ଦଣ୍ଡ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ନୂଆ ନିୟମ ଅନୁଯାୟୀ ଦୋଷୀଙ୍କ ବିରୋଧରେ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ର ଜୋରିମାନା ରଖା ଯାଇଛି । କିନ୍ତୁ ପୂର୍ବ ନିୟମ ଅନୁଯାୟୀ କାରାଦଣ୍ଡ ୩ ମାସ ପର୍ଯ୍ୟନ୍ତ ଥିବା ବେଳେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜୋରିମାନା ରଖା ଯାଇଥିଲା ।