ଆଜିଠୁ ବଢ଼ିଲା lpg ଗ୍ୟାସ ସିଲିଣ୍ଡରର ମୂଲ୍ୟ, ଗ୍ରାହକଙ୍କ ପକେଟ ଉପରେ ପଡିବ ପ୍ରଭାବ

ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର । ଅକ୍ଟୋବରର ପ୍ରଥମ ଦିନରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ମୂଲ୍ୟବୃଦ୍ଧି ହେତୁ ଗ୍ରାହକଙ୍କୁ ଝଟକା ଦେଇଛି । କମ୍ପାନୀଗୁଡିକ କମର୍ସିୟାଲ ସିଲିଣ୍ଡରର ମୂଲ୍ୟ ୪୩.୫ ଟଙ୍କା ବୃଦ୍ଧି କରିଛନ୍ତି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିୟାଲ ସିଲିଣ୍ଡର ମୂଲ୍ୟ ୧୭୩୬.୫ ଟଙ୍କା ହୋଇଛି। ଏହା ପୂର୍ବରୁ ଏହାର ମୂଲ୍ୟ ୧୬୯୩ ଟଙ୍କା ଥିଲା । ତେବେ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ନକରି କିଛି ରିହାତି ପ୍ରଦାନ କରାଯାଇଛି।

ସେହିପରି କୋଲକାତାରେ ୧୯ କିଲୋଗ୍ରାମ କମର୍ସିୟାଲ ସିଲିଣ୍ଡରର ମୂଲ୍ୟ ୧୮୦୫.୫ ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଏହା ପୂର୍ବରୁ ଏହାର ଦାମ୍ ୧୭୭୦.୫ ଟଙ୍କା ଥିଲା । ସୂଚନାଯୋଗ୍ୟ ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତି ୧୫ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି।

ରନ୍ଧନ ଗ୍ୟାସ ଉପରେ ରିହାତି

ସେହିପରି ସେପ୍ଟେମ୍ବର ୧ ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ମାସରେ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ସାଧାରଣ ଜନତାଙ୍କ ପାଇଁ କିଛି ରିହାତି ଦେଇଛି ।

CNG ମୂଲ୍ୟରେ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି

ଏହାପୂର୍ବରୁ ଗୁରୁବାର ସନ୍ଧ୍ୟାରେ ସରକାର ପ୍ରାକୃତିକ ଗ୍ୟାସ ମୂଲ୍ୟରେ ୬୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ପ୍ରାକୃତିକ ଗ୍ୟାସର ଉପଯୋଗ ଫର୍ଟିଲାଇଜର , ବିଦ୍ୟୁତ୍ ଉତ୍ପାଦନ ଏବଂ CNG ଗ୍ୟାସ୍ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ । ଏହି ନିଷ୍ପତ୍ତି ପରେ CNG, PNG ଏବଂ ଫର୍ଟିଲାଇଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.