Below header

ଭାରତରେ ଲଞ୍ଚ ହେଲା Noise ColorFit Brio ସ୍ମାର୍ଟୱାଚ୍, ଥରେ ଚାର୍ଜ କଲେ ଚାଲିବ ୧୦ ଦିନ

ଭାରତୀୟ ଲାଇଫଷ୍ଟାଇଲ୍ ବ୍ରାଣ୍ଡ Noise ନିଜର ଏକ ନୂଆ ସ୍ମାର୍ଟୱାଚ୍ Noise ColorFit Brioକୁ ଲଞ୍ଚ୍ କରିଛି । ଏହା Noiseର ଫ୍ଲାଗସିପ୍ ଓ ବେଷ୍ଟସେଲିଂ, କଲରଫିଟ୍ ସିରିଜର ଏକ ନୂଆ ଭେରିଏଣ୍ଟ । କମଫର୍ଟ ଓ ଷ୍ଟାଇଲ ପ୍ରତି ଦିୱାନା ଥିବା ଯୁବପିଢୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ରୂପେ ପରଫେକ୍ଟ ରହିବ । ଏହି ସ୍ମାର୍ଟୱାଚରେ ଷ୍ଟେପ୍ ଟ୍ରାକର, ସ୍ଲିପ୍ ମନିଟର୍, SpO2 ମନିଟର ଓ ହାର୍ଟ ରେଟ୍ ମନିଟର ଭଳି ଆଡଭାନ୍ସ ଫିଚର୍ସ ଦିଆଯାଇଛି । ଏହା ସହିତ ଏଥିରେ ଷ୍ଟପୱାଚ୍, କଲ୍ ରିଜେକ୍ସନ, ଡ୍ରିଙ୍କିଂ ରିମାଇଣ୍ଡର ଓ ରିମୋଟ୍ କ୍ୟାମେରା କଣ୍ଟ୍ରୋଲ ଭଳି ଫିଚର୍ସ ମଧ୍ୟ ରହିଛି । ନଏଜର ଏହି ସ୍ମାର୍ଟୱାଚକୁ ଗ୍ରାହକ ଫ୍ଲିପକାର୍ଟ ଓ ନଏଜର ଅଫିସିଆଲ୍ ୱେବସାଇଟରୁ ମାତ୍ର ୨୯୯୯ ଟଙ୍କାରେ କିଣିପାରିବେ ।

ଫିଚର୍ସ

କମ୍ପାନୀ ଏହି ସ୍ମାର୍ଟୱାଚକୁ ୩ କଲର ଅପ୍ସନରେ ଆଣିଛି । ଏଥିରେ ବ୍ଲାକ୍, ଗ୍ରେ ଓ ପିଙ୍କ କଲର ସାମିଲ । କମ୍ପାନୀ Noise ColorFit Brioକୁ ବହୁତ ଲାଇଟୱେଟ୍ ପ୍ରସ୍ତୁତ କରିଛି । ଏହାର ଓଜନ ଷ୍ଟ୍ରାପ୍ ସହିତ ସମୁଦାୟ ୩୪ ଗ୍ରାମ । ନଏଜର ଏହି ସ୍ମାର୍ଟୱାଚରେ ଆଡଭାନ୍ସଡ ୧.୫୨ ଇଞ୍ଚର TruView ଡିସପ୍ଲେ ଦିଆଯାଇଛି ଯାହା 360×400 ପିକ୍ସେଲ ରିଜୋଲ୍ୟୁସନ ସହିତ ଆସିଥାଏ । ଏଥିରେ ଆଇପିଏସ୍ ଏଲସିଡି ଟେକନିକ୍ ବ୍ୟବହାର କରାଯାଇଛି । ଏହା ୱାଚକୁ କ୍ରିଷ୍ଟଲ କ୍ଲିୟର ଓ ସାର୍ପ ଡିସପ୍ଲେ ଦେଇଥାଏ । ସ୍ମାର୍ଟୱାଚରେ ୨୪×୭ ହାର୍ଟ ରେଟ୍ ମନିଟର ଓ SpO2 ମନିଟର ସମେତ ଅନେକ ହେଲ୍ଦ ଫିଚର୍ସ ଦିଆଯାଇଛି ।

ଏହି ସ୍ମାର୍ଟୱାଚ୍ ସାହାଯ୍ୟରେ ୟୁଜର୍ସ ନିଜ ଇଣ୍ଡୋର ଓ ଆଉଟଡୋର୍ ହେଲ୍ଦ ଆକ୍ଟିଭିଟିକୁ ସହଜରେ ଟ୍ରାକ୍ କରିପାରିବେ । ଏହି ସ୍ମାର୍ଟୱାଚରେ ୫୦ରୁ ଅଧିକ ସ୍ପୋର୍ଟ୍ସ ମୋଡ୍ ଦିଆଯାଇଛି ଯାହା କି IP68 ୱାଟରପ୍ରୁଫ୍ ରେଟିଂ ସହିତ ଆସିଥାଏ । ସ୍ମାର୍ଟୱାଚରେ ୧୦ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ରହିଛି ଏବଂ ଏହା ବ୍ଲୁଟୁଥ୍ ମାଧ୍ୟମରେ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ ଉଭୟ ସହିତ କନେକ୍ଟ କରିହେବ । Noise ColorFit Brio କ୍ଲାଉଡ୍-ବେସଡ୍ ଯାହା କଷ୍ଟମାଇଜେବଲ ୱାଚ୍ ଫେସେଜ୍ ସହିତ ଆସିଥାଏ । ଫ୍ୟାସନ-ଫରୱର୍ଡ ୟୁଜର୍ସ ଏହି ସ୍ମାର୍ଟଲୱାଚକୁ ନିଜ ଆଉଟଫିଟ୍ ସହିତ ମ୍ୟାଚ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.