Below header

ଆଜି ଭାରତରେ ଲଞ୍ଚ୍‌ ହେଉଛି ମାରୁତି ସୁଜୁକି S-Presso, ଦେଖନ୍ତୁ ଭାଇରାଲ ଫଟୋ

ନବରାତ୍ରର ଦ୍ୱିତୀୟ ଦିନରେ ଦେଶର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜ ପ୍ରଥମ ମାଇକ୍ରୋ ଏସ୍‌ୟୁଭି S-Presso କୁ ଆଜି ଲଞ୍ଚ କରିବାକୁ ଯାଉଛି। ଏହାକୁ ଅଲ୍ଟୋ K10 ର ଉପର ସ୍ଥାନରେ ରଖାଯାଇଛି। ଲଞ୍ଚ ପୂର୍ବରୁ ଏହାର କେତେକ ଫଟୋ ଭାଇରାଲ ହୋଇଛି।

ଦେଖନ୍ତୁ  ମାଇକ୍ରୋ ଏସ୍‌ୟୁଭି S-Pressoର କେତେକ ଫଟୋ:

ମାରୁତି ସୁଜୁକି S-Presso ର ଦାମ୍‌ କମ୍ପାନୀ ତରଫରୁ ୪ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇପାରେ। କମ୍ପାନୀ ଏହାର ବିକ୍ରି ଅରିନା ଡିଲରସିପ୍‌ ଜରିଆରେ କରିବାକୁ ନିଷ୍ପତ୍ତି ନେଇଛି। ଭାରତରେ ଏହି କାର ଏଣ୍ଟ୍ରି ଲେବଲ ସେଗମେଣ୍ଟର Kwid କୁ କଡ଼ା ଟକ୍କର ଦେବ।

ଭାଇରାଲ ହୋଇଥିବା ତଥ୍ୟ ମୁତାବକ ମାରୁତି ସୁଜୁକିର ନୂଆ S-Presso ରେ ମୁଖ୍ୟତଃ ୯ଟି ଓ୍ଵାରେଣ୍ଟି ମିଳିବ।

ସେଗୁଡ଼ିକ ହେଉଛି:

Maruti S-Presso Std (O)
Maruti S-Presso Lxi
Maruti S-Presso Lxi (O)
Maruti S-Presso Vxi
Maruti S-Presso Vxo (O)
Maruti S-Presso Vxi+
Maruti S-Presso Vxi AGS
Maruti S-Presso Vxi(O) AGS
Maruti S-Presso Vxi+ AGS

ଏହାସହ ପଢନ୍ତୁ: ୨୫ ବର୍ଷ ପୂର୍ତ୍ତି ଅବସରରେ ଟିଭିଏସ୍‌ ସ୍କୁଟି ପେପ୍‌ ପ୍ଲସ୍‌ ଆଣିଲା ସ୍ପେଶାଲ ଏଡିସନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ନୂଆ S-Presso ରେ ୫୦KW ପାଓ୍ଵାରଯୁକ୍ତ BS-VI, K10B, 998CC ର ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ଏଥିରେ ୫ ସ୍ପିଡ୍‌ ମାନୁଆଲ ଏବଂ AMT ର ସୁବିଧା ମିଳିବ। ଏହି କାରରେ ପାଞ୍ଚ ଜଣ ଲୋକ ବସିବା ଭଳି ସ୍ଥାନ ରହିଛି। S-Presso ର ଦୈର୍ଘ୍ୟ ୩୬୬୫mm, ପ୍ରସ୍ଥ ୧୫୨୦mm,ହ୍ଵିଲ୍‌ବେସ୍‌ ୨୩୮୦mm ଏବଂ ଓଜନ ୧୧୭୦କେଜି ରହିଛି। ଏଥିସହ ଉଚ୍ଚତା ୧୫୪୯mm (R୧୩ ଟାୟାର ସହ) ଏବଂ ୧୫୬୪mm (R୧୪ ଟାୟାର ସହ) ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.