ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ବିଚିତ୍ର ଧରଣର ପାଠପଢା, ନାଚି ନାଚି ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ବିଚିତ୍ର ଧରଣର ପାଠପଢା । ନାଚି ନାଚି ପିଲାଙ୍କୁ ପଢାଉଛନ୍ତି ପାଠ । ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ ଆସୁନଥିବା ଓ ପାଠ ପଢା ହେଉନଥିବା ଅଭିଯୋଗ ହେଉଥିଲା । ହେଲେ ଏବେ ପାଠ ପଢାର ଶୈଳୀ ବଦଳିଛି । ନାଚି ନାଚି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ମାଲକାନଗିରି ପାପରମେଟଲା ଜନ୍ତାପାଇ ସ୍କୁଲର ଶିକ୍ଷକ ହରିହର ବେହେରା । ସେପଟେ ଡଙ୍ଗା ଓ ଘୋଡାରେ ଯାଇ ଶିକ୍ଷାଦାନର ତଦାରଖ କରୁଛନ୍ତି ସିଆରସିସି ସାଧନ ସରକାର । ତାଙ୍କ କାମ ଏବେ ଚିତ୍ରୋକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ବି ଏହି ଅଞ୍ଚଳର ୭୦ ଭାଗ ଗାଁକୁ ରାସ୍ତା ନାହିଁ । ଏପରି ସମୟରେ ସାଧନ ସରକାର ନିଜେ ଡଙ୍ଗା ଓ ଘୋଡାରେ ଯାଇ ଶିକ୍ଷକମାନେ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି କି ନାହିଁ, ତଦାରଖ କରୁଛନ୍ତି । ଏହା ସହ ସ୍କୁଲ ଆସୁନଥିବା ପିଲାଙ୍କୁ ପାଠ ପଢିବା ନେଇ ସଚେତନ କରୁଛନ୍ତି । ସିଆସିସିଙ୍କ ଏପରି କାମ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.