ନିଜ ପାଠ ପଢାକୁ ନେଇ ଏହି ସରକାରୀ ଚାକିରୀ ପାଇଁ କରନ୍ତୁ ଆବେଦନ

ଅଧିକାଂଶ ଯୁବପିଢିମାନେ ସରକାରୀ ଚାକିରୀକୁ ପ୍ରଥମେ ପସନ୍ଦ କରିଥାନ୍ତି। ସେମାନେ ଚାହାଁନ୍ତି କି ପଢା ଶେଷ ହେବା ମାତ୍ରେ ସରକାରୀ ଚାକିରୀ ଲାଗିଯାଉ। ଆମେ ଆଜି ଆପଣଙ୍କୁ ଦେଶର ସବୁ ସ୍ଥାନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସରକାରୀ ଚାକିରୀ ବିଷୟରେ କହିବାକୁ ଯାଉଛୁ। ଏଠାରେ ଆପଣ ଜାଣିପାରିବେ କେନ୍ଦ୍ର ଏବଂ ରାଜ୍ୟ ସରକାର କେଉଁ କେଉଁ ବିଭାଗରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ଆପଣ ନିଜର ଯୋଗ୍ୟତା ଏବଂ ଅନୁଭବ ଆଧାରରେ ନିଷ୍ପତି ନେଇପାରିବେ କି ଆପଣ କେଉଁ ଚାକିରୀ ପାଇଁ ଆବେଦନ କରିପାରିବେ ଏବଂ କେଉଁଥିପାଇଁ ଆବେଦନ କରିପାରିବେ ନାହିଁ। କୌଣସି ବି ସରକାରୀ ଚାକିରୀ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ ସମ୍ବନ୍ଧିତ ବିଭାଗ ଦ୍ୱାରା ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ।

ଏହାସହ ପଢନ୍ତୁ: ଏହି ବ୍ୟାଙ୍କର ଗ୍ରାହକ ଉଠାଇପାରିବେ ନାହିଁ ୧ ହଜାରରୁ ଅଧିକ ଟଙ୍କା, RBI ଲଗାଇଲା ଏହି ପ୍ରତିବନ୍ଧକ

ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ସେନା, ପୋଲିସ୍‌ ଏବଂ ପ୍ରଶାସନ ଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ସମସ୍ତ ବିଭାଗରେ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ନିଜର ରୁଚି ହିସାବରେ ଚାକିରୀ ପାଇଁ ଆବେଦନ କରିପାରିବେ। ଆସିଷ୍ଟାଣ୍ଡ ଟିଚର ଏବଂ ଜୁନିୟର ଇଂଞ୍ଜିନିୟର ପଦବୀରେ ୯୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିଲ୍ଲୀ ସବଆର୍ଡିନେଟ ସର୍ଭିସ୍‌ ସିଲେକ୍ସନ ବୋର୍ଡ ପକ୍ଷରୁ ଆସିଷ୍ଟାଣ୍ଡ ଟିଚର ଏବଂ ଜୁନିୟର ଇଂଞ୍ଜିନିୟର ପଦବୀରେ ସମୁଦାୟ ୯୮୨ ପଦରେ ନିଯୁକ୍ତି ପାଇଁ ସୂଚନା ଜାରି କରାଯାଇଛି। ଏହି ପଦବୀରେ ଅନଲାଇନ୍‌ ଆବେଦନ ପାଇଁ ଶେଷ ତାରିଖ ୧୫ ଅକ୍ଟୋବର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.