Below header

ଏହି ମନ୍ଦିରରେ ଭଗବାନ ନୁହଁନ୍ତି ବରଂ ବୁଲେଟ ପୂରା କରିଥାଏ ଲୋକଙ୍କର ମନସ୍କାମନା, କେହିବି ଫେରନ୍ତି ନାହିଁ ଖାଲି ହାତରେ

ଦେଶରେ ଅନେକ ଚମତ୍କାରୀ ମନ୍ଦିର ରହିଛି ଏବଂ ଏହି ମନ୍ଦିରର ବିଭିନ୍ନ ପ୍ରକାରର ମହତ୍ତ୍ୱ ମଧ୍ୟ ରହିଛି। ଏମିତି ମନ୍ଦିର ସବୁ ରହିଛି ଯେଉଁଠି ଭଗବାନଙ୍କର ଅଲଗା ଅଲଗା ରୂପର ପୂଜା ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଦ୍ଭୁତ ମନ୍ଦିର ବିଷୟରେ ଜଣାଇବୁ ଯେଉଁଠି ଭଗବାନ ନୁହଁନ୍ତି ବରଂ ଏକ ବାଇକ୍‌ ପୂଜା ପାଉଛନ୍ତି। ଏହି ଅଦ୍ଭୁତ ମନ୍ଦିରର ନାମ ଓମ୍‌ ବନ୍ନା ଏବଂ ଏହି ମନ୍ଦିର ରାଜସ୍ଥାନର ଜୋଧପୁରରେ ଅବସ୍ଥିତ।

ଏହି ମନ୍ଦିରର କାହାଣୀ ବହୁତ ରୋଚକପୂର୍ଣ୍ଣ। ଏହି ମନ୍ଦିରରେ ଆପଣଙ୍କୁ ଏକ ନମ୍ବର ବିଶିଷ୍ଟ ବୁଲେଟ ବାଇକ୍‌ ଛିଡା ହୋଇଥିବାର ଦେଖିବାକୁ ପାଇବେ। ଏହି ବୁଲେଟ ଉପରେ ଲୋକ ଫୁଲ ଚଢ଼ାନ୍ତି ଏବଂ ପୂଜା ମଧ୍ୟ କରନ୍ତି। ଏହି ବାଇକ ଜଣେ ବ୍ୟକ୍ତି ଓମ୍‌ ବନ୍ନାଙ୍କର ଅଟେ, ଯାହାଙ୍କର ନାମ ଅନୁଯାୟୀ ଏହି ମନ୍ଦିରର ନାମକରଣ କରାଯାଇଛି।

bike_templeକୁହାଯାଏ ଯେ ଓମ୍‌ ବନ୍ନା ଏହିଠାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ଏହା ପରେ ପୋଲିସ ତାଙ୍କ ବୁଲେଟକୁ ଥାନାକୁ ନେଇଯାଇଥିଲେ। ଥାନାରେ ରହିଥିବା ବାଇକ ସବୁଦିନ ରାତିରେ ଆପେ ଆପେ ଷ୍ଟାର୍ଟ ହୋଇଯାଉଥିଲା ଏବଂ ଦୁର୍ଘଟଣା ହୋଇଥିବା ସ୍ଥାନକୁ ଚାଲି ଆସି ଛିଡା ହୋଇଯାଉଥିଲା।

ଏହାସହ ପଢନ୍ତୁ : ଆଜିର ଦୁନିଆରେ ସବୁ ସମ୍ଭବ : ଦୀର୍ଘ ୧୦ ବର୍ଷ ଧରି ‘କୃତ୍ରିମ ହୃତପିଣ୍ଡ’ ସହିତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏହି…

ପୋଲିସ କର୍ମଚାରୀ ମାନେ ଏହାକୁ ଆଣି ପୁଣି ଥାନାରେ ରଖୁଥିଲେ କିନ୍ତୁ ବାରମ୍ବାର ବୁଲେଟଟି ଷ୍ଟାର୍ଟ ହୋଇ ସେହି ଘଟଣାସ୍ଥଳରେ ପହଁଚିଯାଉଥିଲା। ଏଥର ବିରକ୍ତ ହୋଇ ପୋଲିସ କବାଡିଆକୁ ବିକ୍ରି କରିଦେଲେ କିନ୍ତୁ ବାଇକଟି ସେଠାରୁ ବି ଷ୍ଟାର୍ଟ ହୋଇ ଦୁର୍ଘଟଣା ସ୍ଥାନକୁ ଚାଲି ଆସୁଥିଲା।

bulletଏହି ସମୟରେ ହଠାତ୍‌ ଓମ ବନ୍ନାଙ୍କ ଜେଜେମାଙ୍କୁ ସ୍ୱପ୍ନ ହେଲା ଯେ ତାଙ୍କ ପାଇଁ ଏକ ମନ୍ଦିର ବନାଯାଉ। ଏହାପରେ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା ହୋଇ ଓମ ବନ୍ନାଙ୍କ ପାଇଁ ଏକ ମନ୍ଦିର ତିଆରି କରାଗଲା ଏବଂ ସେଠାରେ ତାଙ୍କ ବୁଲେଟକୁ ରଖିଦିଆଗଲା। ଲୋକଙ୍କର କହିବାକଥା ଯେ ଏହି ଯାଗାକୁ ଆସି ଯିଏ ବି କିଛି ମାଗିଥାନ୍ତି ସେ ଖାଲି ହାତରେ ଯାଆନ୍ତି ନାହିଁ। ତାଙ୍କର ସମସ୍ତ ମନୋସ୍କାମନା ପୂରା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.