ମାର୍କେଟରେ ଲଞ୍ଚ ହେଲା ମର୍ସିଡିଜର ନୂଆ କାର: ଜାଣନ୍ତୁ ମୂଲ୍ୟ ଓ ଦମଦାର ଫିଚର୍

ଭାରତରେ ବର୍ତ୍ତମାନ ଅଟୋମୋବାଇଲ ର କ୍ରେଜ୍ ବଢ଼ିଛି। ମର୍ସିଡିଜ୍ ବେଞ୍ଜ୍ ଇଣ୍ଡିଆରେ ଗୁରୁବାର ଦିନ ଏହାର ରୟାଲ ବ୍ରାଣ୍ଡ୍ ମର୍ସିଡିଜ୍ ମେବ୍ୟାକ S- କ୍ଲାସ୍ ଲଞ୍ଚ କରିଛି। ଏହି ଗାଡ଼ିର ଭଲ ଫିଚର୍ ଥିବା କମ୍ପାନୀ କହିଛି। ତେବେ ଏହାର ଭାରତରେ ପ୍ରାରମ୍ଭିକ ଏକ୍ସ୍ ଶୋରୁମ ମୂଲ୍ୟ ରହିଛି 2.5 କୋଟି ଟଙ୍କା। ଏହା ଛଡ଼ା ସେଡାନର ଆମଦାନୀ ହୋଇଥିବା ୟୁନିଟ୍ ଗୁଡିକ 3.2 କୋଟି ଟଙ୍କାରେ ଏକ୍ସ-ସୋ’ରୁମରେ ଉପଲବ୍ଧ ହେବ।
ମର୍ସିଡିଜ୍ ଏହାର ନୂଆ ଡିଜାଇନ୍ ମେବ୍ୟାକର ଉତ୍ପାଦନ ତିଆରି କରିବ ମହାରାଷ୍ଟ୍ରର ସ୍ଥାନୀୟ ଚାକାନ୍ ପ୍ଲାଣ୍ଟରେ । ଏମିତିକି ମର୍ସିଡିଜ୍ ଭାରତରେ ମେଵ୍ୟାକ୍ ଏସ୍ କ୍ଲାସ S580 ଏଡିସନ ତିଆରି କରିବ। ଏହାର ପ୍ରକାର ମଧ୍ୟ ରହିଛି। S 580 4MATIC ର ଏକ୍ସ ଶୋରୁମ୍ ମୂଲ୍ୟ ଆରମ୍ଭ ହେଉଛି 2.5 କୋଟିରୁ । ଅନ୍ୟ ଏକ ଭାରିଆଣ୍ଟର S 680 4MATIC ଏକ୍ସ ଶୋରୁମ୍ ମୂଲ୍ୟ ଆରମ୍ଭ ହେଉଛି 3.2 କୋଟିରୁ।
ଏହାର ଇଞ୍ଜିନ୍ ପାୱାର୍ ଏବଂ ସ୍ପିଡ୍ ମଧ୍ୟ ଭଲ ରହିଛି। ମର୍ସିଡିଜ୍ ମେବ୍ୟାକ୍ S- କ୍ଲାସ୍ S580 4MATIC ର 4.0-ଲିଟର V8 ଇଞ୍ଜିନ୍ ସହିତ ମାର୍କେଟରେ ଲଞ୍ଚ କରାଯାଇଛି।
ଏହାର ସର୍ବାଧିକ ପାୱାର 496 hp ରହିଛି ଓ 700 Nm ର ସର୍ବାଧିକ ଟର୍କ ଏକ ସୃଷ୍ଟି କରିଥାଏ। ଏହି ଗାଡ଼ି ମାତ୍ର ପାଞ୍ଚ ସେକେଣ୍ଡରେ 0 ରୁ 100 କିଲୋମିଟର ପର୍ଯ୍ୟନ୍ତ ଅତି ତୀବ୍ର ଭାବେ ଯାଇପାରେ।
ଯେତେବେଳେ କି ମର୍ସିଡିଜ ମେବ୍ୟାକ୍ S- କ୍ଲାସ୍ S 680 4MATIC, ଯାହା ସିବିୟୁ ରୁଟ୍ ମାଧ୍ୟମରେ ଉପଲବ୍ଧ ହେବ, ଏଥିରେ 6.0-ଲିଟର V12 ଇଞ୍ଜିନ୍ ମିଳିବ ଓ ପ୍ରଥମ ଥର ପାଇଁ 4MATIC ଡ୍ରାଇଭ୍ ସହିତ ଅଲ ୱିଲ ଡ୍ରାଇଭ୍ ସହିତ ମାର୍କେଟରେ ଲଞ୍ଚ ହୋଇଛି। ଏହାର ଇଞ୍ଜିନ ପାୱାର ରହିଛି 612 hp ଏବଂ ଏହା 900 Nm ର ପିକ୍ ଟର୍କ ସୃଷ୍ଟି କରିପାରିବ। ଏହି ଗାଡ଼ି 250 କିଲୋମିଟରର ସର୍ବୋଚ୍ଚ ବେଗ ସହିତ 4.5 ସେକେଣ୍ଡରେ 0 ରୁ 100 କିଲୋମିଟର ପର୍ଯ୍ୟନ୍ତ ପ୍ରତି ଘଣ୍ଟାର ବେଗକୁ ଧରିପାରେ।
ଏହି ଗାଡ଼ିର ବାହାର ରଙ୍ଗ ଡୁଆଲ୍-ଟୋନ୍ ରଙ୍ଗ ଦିଆଯାଇଛି। ଏହା ଚଲାଇବା ସମୟରେ ଏଥିରେ ଥିବା ସିଟ୍ ଅତ୍ୟନ୍ତ ଆରାମଦାୟକ। ଏମିତିକି ମସାଜ୍ ଫଙ୍କସନ୍ ସିଟ୍ ରହିଛି ଏଥିରେ। ଏହା ସହିତ ଚେୟାର୍ ରେଲିଙ୍ଗ୍, ଲେଗ୍ ରେଷ୍ଟ ଏବଂ ଫୋଲ୍ଡିଂ ଟେବୁଲ୍ ଓ ପଛ ସିଟ୍ ଯାତ୍ରୀମାନଙ୍କ ପାଇଁ ଇଲେକ୍ଟ୍ରିକ୍ ସିଟ୍ ବେଲ୍ଟ ରିମାଇଣ୍ଡର୍ ଭଳି ଅନେକ ଭଲ ଫିଚର୍ ଏହି କାରରେ ରହିଛି।