ମୋଦି ସରକାରଙ୍କ ଖାସ୍ ଯୋଜନା, ଏହି ସବୁ ଚାଷୀଙ୍କୁ ମିଳିବ ୨୪ ଲକ୍ଷ ଟଙ୍କାର ସାହାଯ୍ୟ

କଣ ଆପଣ ଜଣେ ଚାଷୀ ? ତେବେ ମୋଦି ସରକାରଙ୍କ ଗୋଟିଏ ସ୍କିମ୍ ଆପଣଙ୍କୁ କରିଦେବ ମାଲାମାଲ୍ । ଆପଣ କୃଷି ମେସିନାରୀ ବ୍ୟାଙ୍କ୍ କରି ଚାଷୀମାନଙ୍କୁ ଭଡାରେ ମେସିନ୍ ଦେଇ ଭଲ ଆୟ କରିପାରିବେ । ଆପଣ ମେସିନାରୀ ବ୍ୟାଙ୍କ୍ ପାଇଁ ଯେଉଁ ମେସିନ୍ କିଣିବେ ତା ଉପରେ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟା ପରିମାଣର ସବସିଡି ଦେବ ସରକାର । ମେସିନ୍ ମାଧ୍ୟମରେ ଚାଷ କାମ ସହଜ ହେବା ସହ ପଡକ୍ସନ୍ ମଧ୍ୟ ଭଲ ରହିବ । ସେଥିପାଇଁ ରାଜ୍ୟଗୁଡିକୁ ଫଣ୍ଡ ଦେଉଛି ମୋଦି ସରକାର । ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ନିଜ ରାଜ୍ୟର କୃଷି ବିଭାଗର ଇଞ୍ଜିନିୟରିଂ ଡିଭିଜନ୍ ସହ ସମ୍ପର୍କ କରିବାକୁ ପଡିବ ।

ଏହା ସହ ପଢନ୍ତୁ ପ୍ରତିମାସରେ ମିଳିବ ୧୨୫୦୦ ଟଙ୍କାର ସ୍କଲାରସିପ୍, ଶିକ୍ଷାର୍ଥୀଙ୍କ ପାଇଁ ମୋଦି ସରକାରଙ୍କ ଦମଦାର ସ୍କିମ୍

କେମିତି ମିଳିବ ୨୪ ଲକ୍ଷ ଟଙ୍କା :

କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଯଦି ଆପଣ ବ୍ୟକ୍ତିଗତ କୃଷି ଯନ୍ତ୍ର ବ୍ୟାଙ୍କ୍ କରିବେ ତେବେ ସରକାର ୪୦ ପ୍ରତିଶତ ଟଙ୍କା ନିଜେ ଲଗାଇବେ । ଏହା ମାଧ୍ୟମରେ ଆପଣ ୬୦ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ପାସ୍ କରିପାରିବେ । ଅର୍ଥାତ୍ ନିଜ କ୍ଷେତ୍ରର ଚାଷୀଙ୍କ ଆବଶତ୍ୟକତାକୁ ଆଖି ଆଗରେ ରଖି ଏତିକି ଟଙ୍କାର ମେସିନ୍ କିଣିପାରିବେ । ଆପଣଙ୍କର ଏହି ପ୍ରୋଜେକ୍ଟରେ ୨୪ ଲକ୍ଷ ଟଙ୍କା ଲଗାଇବ ସରକାର ।

କୋଅପରେଟିଭ୍ ଗ୍ରୁପ୍ ବନାଇ ମଧ୍ୟ ଆପଣ ମେସିନ୍ ବ୍ୟାଙ୍କ୍ ତିଆରି କରିପାରିବେ । କିନ୍ତୁ ଗ୍ରୁପରେ ୬ ରୁ ୮ ଜଣ କିସାନ୍ ରହିବା ଆବଶ୍ୟକ । ଗ୍ରୁପରେ ଅତିବେଶୀରେ ୧୦ ଲକ୍ଷ ଟଙ୍କାର ପ୍ରୋଜେକ୍ଟ ପାସ୍ ହେବ । ଅର୍ଥାତ୍ ଆପଣଙ୍କୁ ୮ ଲକ୍ଷ ଟଙ୍କାର ସବସିଡି ମିଳିପାରିବ । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୨୦ ହଜାର କୃଷି ଯନ୍ତ୍ର ବ୍ୟାଙ୍କ୍ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.