NIT Recruitment 2023: ନିଟ୍‌ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ! ୧୦୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି

NIT ଜଳନ୍ଧରରେ ବମ୍ପର ପଦରେ ନିଯୁକ୍ତି ସୁଯୋଗ। ଏଥିପାଇଁ ପ୍ରାର୍ଥୀମାନେ ଅଫିସିଆଲ ସାଇଟ୍‌ ଯାଇ ଆବେଦନ କରିପାରିବେ। ଏହି ଅଭିଯାନ ପାଇଁ ପ୍ରାର୍ଥୀମାନେ ଜଲ୍‌ଦି ଆବେଦନ କରି ନିଅନ୍ତୁ। ଆବେଦନର ଶେଷ ତାରିଖ ୧ ମାର୍ଚ୍ଚ।

ଜଳନ୍ଧରସ୍ଥିତ ଡକ୍ଟର ବି.ଆର୍ ଆମ୍ବେଦକର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ତରଫରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି, ଯାହା ଅନୁସାରେ ଅନୁଷ୍ଠାନରେ ବମ୍ପର ପଦବୀରେ ନିଯୁକ୍ତି କରାଯିବ। ଏଥିପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ nitj.ac.in ଯାଇ ଆବେଦନ କରି ପାରିବେ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରାର୍ଥୀମାନେ ଏହି ଅଭିଯାନ ପାଇଁ ୧ ମାର୍ଚ୍ଚ ସୁଦ୍ଧା ଆବେଦନ କରି ପାରିବେ। ମୋଟ ୧୦୫ଟି ପଦବୀରେ ନିଯୁକ୍ତି ପାଇଁ ଅଭିଯାନ ଚଲା ଯାଇଛି।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଜଳନ୍ଧରରେ ୨୩ଟି ଟେକ୍ନିକ୍‌ ସହାୟକ ପଦ, ଗୋଟିଏ ଏସ୍‌ଏସ୍‌ଏସ୍‌ ଆସିଷ୍ଟାଣ୍ଟ, ୩ ଜୁନିୟର ଇଞ୍ଜିନିୟର, ୨ ସିନିୟର ଷ୍ଟେନୋଗ୍ରାଫର, ୨ ଷ୍ଟେନୋଗ୍ରାଫର, ୬ ସିନିୟର ଆସିଷ୍ଟାଣ୍ଟ ଓ ୧୩ ସିନିୟର ଟେକ୍ନିସିଆନ ପଦ ପୂରଣ କରାଯିବ। ସେହିପରି ୨୬ ଟେକ୍ନିସିଆନ ପଦ, ୧୩ ଜୁନିଅର ଆସିଷ୍ଟାଣ୍ଟ ଏବଂ ୧୬ ଅଫିସ୍ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯିବ।

ଯୋଗ୍ୟତା ମାନଦଣ୍ଡ:

ଯେଉଁ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ସାଇଟରେ ଉପଲବ୍ଧ ବିଜ୍ଞପ୍ତି ଜରିଆରେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଯାଞ୍ଚ କରି ପାରିବେ।

ଆବେଦନ ଶୁଳ୍କ:

ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ। ଏହି ଅଭିଯାନ ପାଇଁ ସାଧାରଣ/OBC/EWS ବର୍ଗର ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। SC/ST/PWD/ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ ମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ ଶୁଳ୍କ ଦେଇ ପାରିବେ।

ଜରୁରୀ ସୂଚନା:

ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି କି, ନିଯୁକ୍ତି ପାଇଁ ଆବେଦନ କରିବା ପୂର୍ବରୁ ସେମାନେ ସରକାରୀ ବିଜ୍ଞପ୍ତିକୁ ଥରେ ନିଶ୍ଚୟ ପଢ଼ି ନିଅନ୍ତୁ। ପ୍ରାର୍ଥୀ ମାନେ ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ NIT ଜଳନ୍ଧରର ଅଫିସିଆଲ୍ ସାଇଟ୍ ଯାଞ୍ଚ କରି ପାରିବେ।