ଭାରତରେ ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦକଲା ଟ୍ଵିଟର, କର୍ମାଚାରୀଙ୍କୁ କହିଲା ଘରୁ କାମ କର

ଭାରତରେ ଅଫିସକୁ ବନ୍ଦକଲା ଟ୍ଵିଟର । ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦ କରିଦେଇଛି ଟ୍ଵିଟର । କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି କମ୍ପାନୀ । ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ପାଇଁ ଟ୍ଵିଟର ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ଭାରତରେ ନିଜର ଅଫିସକୁ ବନ୍ଦକଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର । ଦେଶରେ ଥିବା ନିଜର ୩ଟି ଅଫିସ ମଧ୍ୟରୁ ୨ଟି ଅଫିସକୁ ଟ୍ଵିଟର ପକ୍ଷରୁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦ କରିଦେଇଛି ଟ୍ଵିଟର । ଏହି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି । କମ୍ପାନୀର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ପାଇଁ ଟ୍ଵିଟର ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।

ଗତବର୍ଷ ଶେଷ ବେଳକୁ ଭାରତରେ କାମ କରୁଥିବା ପ୍ରାୟ ୨୦୦ କର୍ମଚାରୀ ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀଙ୍କୁ ଟ୍ଵିଟର ପକ୍ଷରୁ ଛଟେଇ କରାଯାଇଛି । ଟେକ୍ନୋଲୋଜି ହବ ବେଙ୍ଗାଲୁରୁରେ ଥିବା ନିଜର ଅଫିସକୁକୁ କିନ୍ତୁ ଜାରି ରଖିଛି ଟ୍ଵିଟର । ଟ୍ଵିଟରର ମାଲିକ ଏଲନ ମସ୍କ ୨୦୨୩ ଶେଷ ଭିତରେ କମ୍ପାନୀର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ପାଇଁ ବିଶ୍ୱର ବିଭିନ୍ନ ଜାଗାରେ ଥିବା ବିଭିନ୍ନ ଅଫିସକୁ ବନ୍ଦ କରିବା ସହ ଛଟେଇ ଜାରି ରଖିଛନ୍ତି । ଭାରତରେ କିନ୍ତୁ ଏହାର ଏକ ବଡ଼ ବଜାର ରହିଛି ।

ଗତ କିଛି ବର୍ଷ ହେବ ଭାରତରେ ଟ୍ଵିଟର ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଛି । ଏହା ସପ୍ତାହରେ ମସ୍କ କହିଛନ୍ତି ଏଇ ବର୍ଷ ଶେଷ ବେଳକୁ କମ୍ପାନୀର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ସହ କମ୍ପାନୀକୁ ଏକ ଭଲ ଅବସ୍ଥାକୁ ଆଣି ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.