ଓ୍ଵାଇଫାଇର ପାସଓ୍ଵାର୍ଡ ଭୁଲି ଯାଇଛନ୍ତି କି? ଟେନସନ୍‌ ନିଅନ୍ତୁନି ଏପରି ପାଆନ୍ତୁ ସହଜରେ

ଅଧିକ ଦିନ ବିତିଯିବା ପରେ ପାସଓ୍ଵାର୍ଡ ମନେ ରହିନଥାଏ । ଯଦି କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ଆପଣଙ୍କୁ ଓ୍ଵାଇ-ଫାଇ ପାସଓ୍ଵାର୍ଡ ମାଗନ୍ତି, ତାହେଲେ ମୁଣ୍ଡରେ ନଥାଏ ଯେ ଓ୍ଵାଇଫାଇ ପାସଓ୍ଵାର୍ଡ କଣ ରଖିଥିଲେ ।

ଓ୍ଵାଇ-ଫାଇର ପାସଓ୍ଵାର୍ଡ ଏମିତି ହୋଇଥାଏ, ଯାହାକୁ ବାରମ୍ବାର ଏଣ୍ଟର କରିବାର ଆବଶ୍ୟକତା ନାହିଁ । ଅଧିକ ଦିନ ବିତିଯିବା ପରେ ପାସଓ୍ଵାର୍ଡ ମନେ ରହିନଥାଏ । ଯଦି କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ଆପଣଙ୍କୁ ଓ୍ଵାଇ-ଫାଇ ପାସଓ୍ଵାର୍ଡ ମାଗନ୍ତି, ତାହେଲେ ମୁଣ୍ଡରେ ନଥାଏ ଯେ ଓ୍ଵାଇଫାଇ ପାସଓ୍ଵାର୍ଡ କଣ ରଖିଥିଲେ । ନୂଆ ଫୋନ୍‌ କିମ୍ବା ଡିଭାଇସ୍‌ କିଣିବା ପରେ ଓ୍ଵାଇଫାଇର ପାସଓ୍ଵାର୍ଡ ମଗାଯାଏ । ଆଉ ମସ୍ତିଷ୍କ ଉପରେ ଚାପ ପକାଇଲେ ସୁଦ୍ଧା ଆମେ ମନେ ରଖିପାରନ୍ତିନି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓ୍ଵାଇ-ଫାଇ ହ୍ୟାକ୍‌ କରିବାର ଗାଇଡ୍‌ ନାହିଁ । ଏପରି କରିବା ଅବୈଧ ଅଟେ ଏବଂ ଯେତିକି ଆପଣ ଭାବୁଛନ୍ତି ତାର ଅନେକ ଗୁଣା ସଂକଟରେ ଆପଣ ପଡିପାରନ୍ତି । ଆମେ ଏଠାରେ ଆପଣଙ୍କୁ ଆପଣଙ୍କ ନିଜର ଓ୍ଵାଇ-ଫାଇ ପାସଓ୍ଵାର୍ଡକୁ ରିକଭର କରିବା ବିଷୟରେ କହୁଛୁ । ଯଦି ଆପଣ ନିଜର ଓ୍ଵାଇଫାଇ ନେଟଓ୍ଵର୍କ ପାସଓ୍ଵାର୍ଡ ଭୁଲିଯାଇଛନ୍ତି ତାହେଲେ ରିକଭର କରିବା ପାଇଁ କିଛି ଷ୍ଟେପ୍ସ ନିଶ୍ଚୟ ପାଳନ କରନ୍ତୁ ।

ଓ୍ଵାଇଫାଇ ପାସଓ୍ଵାର୍ଡକୁ କେମିତି କରିବେ ରିକଭର

  • ଯଦି ଆପଣ ଅଫିସ କିମ୍ବା କୌଣସି ଅନ୍ୟ ଓ୍ଵାଇଫାଇର ପାସଓ୍ଵାର୍ଡକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହି ବିଧି ପାସଓ୍ଵାର୍ଡକୁ ଦେଖେଇବନାହିଁ ।
  • ରିକଭର ପାଇଁ ଓ୍ଵାଇଫାଇ ସହ ଜଡିତ ପିସିକୁ ଉପଯୋଗ କରି ଷ୍ଟାର୍ଟ >କଣ୍ଟ୍ରୋଲ ପ୍ୟାନେଲ> ନେଟଓ୍ଵର୍କ ଏବଂ ସେୟାରିଙ୍ଗ ସେଣ୍ଟରକୁ ଯାଆନ୍ତୁ । ଓ୍ଵିଣ୍ଡୋଜ୍‌ ୮ କମ୍ପ୍ୟୁଟରରେ ଆପଣ ଓ୍ଵିଣ୍ଡୋଜ +C ଉପରେ ଟ୍ୟାପ୍‌ କରିପାରିବେ ।
  • ସର୍ଚ୍ଚ ଉପରେ କ୍ଲିକ କରିପାରିବେ । ନେଟଓ୍ଵାର୍କ ଏବଂ ସେୟାରିଙ୍ଗ୍‌ ସେଣ୍ଟରର ଖୋଜ୍‌ କରିପାରିବେ।
  • ଲେଫ୍ଟ ସାଇଡବାର ଉପରେ ଆଡପ୍ଟର ସେଟିଙ୍ଗ୍ସ ଚେଞ୍ଜ୍‌ ଉପରେ କ୍ଲିକ କରନ୍ତୁ ।
  • ଆପଣ ଯେଉଁ ଓ୍ଵାଇଫାଇ ନେଟଓ୍ଵର୍କର ୟୁଜ୍‌ କରୁଛନ୍ତି ତାହା ଉପରେ ରାଇଟ୍‌ କ୍ଲିକ କରନ୍ତୁ ଏବଂ ଷ୍ଟାଟସ ଉପରେ କ୍ଲିକ କରନ୍ତୁ ।
  • ଓ୍ଵାୟରଲେସ ପ୍ରପର୍ଟିଜ୍‌ ଉପରେ କ୍ଲିକ କରନ୍ତୁ ଏବଂ ସିକ୍ୟୁରିଟୀ ଟ୍ୟାବ୍‌ ଉପରେ କ୍ଲିକ କରନ୍ତୁ ।
  • ଏବେ ଆପଣଙ୍କୁ ଓ୍ଵାଇ-ଫାଇ ନେଟଓ୍ଵର୍କର ନାମ ଏବଂ ହିଡେନ ପାସଓ୍ଵାର୍ଡ ଦେଖାଯିବ । ଯେମିତି ହିଁ ଆପଣ ତଳେ ଦିଆଯାଇଥିବା ଚେକ କ୍ୟାରେକ୍ଟର୍ସ ଉପରେ କ୍ଲିକ କରିବେ, ସେତେବେଳେ ଆପଣଙ୍କୁ ପାସଓ୍ଵାର୍ଡ ନଜର ଆସିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.