୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ NCL ରେ ଆବେଦନ, ଜାଣନ୍ତୁ କେମିତି କରିବେ

କରୋନା ମହାମାରୀ ଅନେକ ଲୋକଙ୍କ ଚାକିରି ଛଡାଇନେଇଛି ତ ଆଉ କେଉଁଠି କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏମିତିରେ ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନଦର୍ଣ୍ଣ କୋଲଫିଲ୍ଟସ ଲିମିଟେଡ୍‌ ପକ୍ଷରୁ ବମ୍ପର ନିଯୁକ୍ତି ହେଉଛି। ଅଧିକ ଜାଣିବା ପାଇଁ ଆବେଦନକାରୀ ଅଫିସିଆଲ େଓ୍ଵବସାଇଟ୍‌ nclcil.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଠାରେ ନୋଟିଫିକେସନ ଅନୁଯାୟୀଏଥିରେ ଆବେଦନ କରିବା ପାଇଁ ଶେଷ ତାରିଖ ୩୧ ଜାନୁଆରୀ ୨୦୨୨ ରହିଛି।

ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ NCL ର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ। େଓ୍ଵବସାଇଟକୁ ଯାଇ Recruitment ସେକ୍ସନକୁ ଯାଇ ଆବେଦନ କରନ୍ତୁ। ଏହି ପଦବୀ ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ପଦବୀ ବିବରଣୀ: ୩୦୭

ଡ୍ରାଗଲାଇନ ଅପରେଟର : ୧୯

ଡୋଜର ଅପରେଟର: ୧୬

ଗ୍ରେଡର ଅପରେଟର:୦୭

ଡମ୍ପର ଅପରେଟର:୨୭

ପେ ଲୋଡର ଅପରେଟର: ୯

କ୍ରେନ ଅପରେଟର: ୨୬

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: ନର୍ଦର୍ଣ୍ଣ କୋଲଫିଲ୍ଡସ ଲିମିଟେଡ ଅପରେଟର ଭର୍ତ୍ତି ପାଇଁ ଆବେଦନକାରୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ହାଇସ୍କୁଲରୁ ମାଟ୍ରିକ କିମ୍ବା SSC ପରୀକ୍ଷାରେ ପାସ୍‌ କରିଥିବା ଜରୁରୀ। ଏହା ସହିତ ଅନ୍ୟ କେତେ ଭର୍ତ୍ତି ପାଇଁ ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ/ NCVT ପ୍ରମାଣପତ୍ର ଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଏନସିଏଲ୍‌ ଭର୍ତ୍ତି ନୋଟିଫିକେସନ ଅନୁଯାୟୀ, ସେମାନଙ୍କ ଆବେଦନ ବିବରଣୀ ଏବଂ ମାର୍କ ଅନୁସାରେ ମେରିଟ୍‌ ଲିଷ୍ଟ ଆଧାରରେ କରାଯିବ।

ଆଉ ଅନଲାଇନ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ସହାୟତା ପାଇଁ ହେଲପଲାଇନ ଜାରି କରାଯାଇଛି। ଯେଉଁ ପ୍ରାର୍ଥୀଙ୍କୁ ଆବେଦନ କରିବାରେ କୌଣସି ପ୍ରକାର ଆବଶ୍ୟକତା ରହିଛି ସେମାନେ ଫୋନ ନଂ ୦୭୮୦୫-୨୨୬୫୭୩କୁ ଫୋନ କରି କିମ୍ବା ଇମେଲ ଆଇଡି [email protected] କୁ ଯାଇ ମେଲ କିମ୍ବା ସହାୟତା ପ୍ରାପ୍ତ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..

https://freeebook.jagranjosh.com/free-pdf-page?file=ncl-recruitment-2022-job-notificaton.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.