ଜରୁରୀ ଖବର : ଏବେ ୧୫ ଦିନ ପୂର୍ବରୁ କରିପାରିବେନି ରନ୍ଧନ ଗ୍ୟାସ ସିଲିଣ୍ଡର ବୁକିଙ୍ଗ

କାରୋନା ଭାଇରସ ମହାମାରୀର ପ୍ରକୋପକୁ ରୋକିବା ପାଇଁ ଭାରତରେ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୧୪ ତାରିଖରେ ଏହି ଲକଡାଉନର ଅବଧି ଶେଷ ହେଉଛି। ତେବେ ଏହା ମଧ୍ୟରେ ଅନେକ ଲୋକଙ୍କ ମନରେ ରୋଷେଇ ଗ୍ୟାସ ସିଲିଣ୍ଡର ସାପ୍ଲାଏକୁ ନେଇ ଅନେକ ପ୍ରଶ୍ନ ଆସୁଛି। ଆଉ ଲୋକେ ଆଗକୁ କଣ ସବୁ ହେବ ଚିନ୍ତା କରି ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିଦଉଛନ୍ତି। ଆଉ ଏଥିପାଇଁ ସରକାରୀ ତେଲ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଲୋକଙ୍କୁ ‘ପ୍ୟାନିକ ବୁକିଙ୍ଗ’ ନ କରିବାକୁ ଅପିଲ କରିଛନ୍ତି।

୧୫ ଦିନର ବ୍ୟବଧାନରେ ହେବ ବୁକିଂ

gasଆଇଓସି ଜଣାଇଛି ଯେ ଏଣିକି ୧୫ ଦିନ ଅନ୍ତରାଳରେ ହିଁ ଗ୍ରାହକଙ୍କ ଦ୍ୱାରା ରୋଷେଇ ଗ୍ୟାସ ବୁକିଙ୍ଗ କରାଯିବ। ଏହି ସମ୍ପର୍କରେ ଆଇଓସିର ଅଧକ୍ଷ ସଞ୍ଜୀବ ସିଂହ ଏକ ଭିଡିଓ ଜରିଆରେ ଏହା ସନ୍ଦେଶ ଦେଇଛନ୍ତି ଯେ ଦେଶରେ ରୋଷେଇ ଗ୍ୟାସର କୌଣସି ଅଭାବ ନାହିଁ।

ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଗ୍ୟାସ ସିଲିଣ୍ଡର ସାପ୍ଲାଏକୁ ସାମାନ୍ୟ ରଖିବା ପାଇଁ ନିଜର ପ୍ଲାଣ୍ଟକୁ ପୂରା କ୍ଷମତା ସହିତ ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଲକଡାଉନରେ ବିତରଣ ବ୍ୟବସ୍ଥାକୁ ମଧ୍ୟ ସାମାନ୍ୟ ରଖାଯାଇଛି। କିନ୍ତୁ ଲୋକମାନେ ଭୟ କରି ସିଲିଣ୍ଡର ବୁକିଙ୍ଗ କରିଦେଉଛନ୍ତି। ଏଥିପାଇଁ କମ୍ପାନୀ ବୁକିଙ୍ଗ ସିଷ୍ଟମରେ ପରିବର୍ତ୍ତନ କରିଛି, ଆଉ ଆପଣ ଏବେ ଦ୍ଵିତୀୟ ସିଲିଣ୍ଡରର ବୁକିଙ୍ଗ ଅତିକମରେ ୧୫ ଦିନ ପରେ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.