Below header

ରାଜ୍ୟ ସରକାରଙ୍କ ୩ଟି ବୁଝାମଣାପତ୍ର ସ୍ୱାକ୍ଷର, ଟାଟା ଷ୍ଟ୍ରାଇଭ ସହ ୨ଟି ଓ ଟେକ୍‌ ମହିନ୍ଦ୍ରା ସହ ଗୋଟିଏ

ଭୁବନେଶ୍ବର: ରାଜ୍ୟର ଯୁବବର୍ଗଙ୍କୁ ଦକ୍ଷ ଓ କୁଶଳ କରିବା ସହ ରୋଜଗାରର ସାଧନ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷର। ଟାଟା ଷ୍ଟ୍ରାଇଭ ସହ ୨ଟି ଓ ଟେକ୍‌ ମହିନ୍ଦ୍ରା ସହ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଟାଟା ଷ୍ଟ୍ରାଇଭ ଓ ଡିଟିଇଟି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରରେ ସରକାରୀ ଆଇଟିଆଇ ଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ରାଜ୍ୟର ୪୯ଟି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ଉପକୃତ ହେବା। ସେହିପରି ଟେକ୍‌ ମହିନ୍ଦ୍ରା ଓ ବିପିୟୁଟି ଏବଂ ସିଇଟି ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବେଳେ ସିଇଟିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସର ସେଣ୍ଟର ଅଫ ଏକ୍ସିଲେନ୍‌ସି ପ୍ରତିଷ୍ଠା ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.