ମୋବାଇଲକୁ ଚାହିଁ ଚାହିଁ ଯୁବତୀ ପଡିଗଲେ ଟ୍ରେନ ଟ୍ରାକରେ, ଦେଖନ୍ତୁ ଭିଡିଓ

ଆଜିର ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ ଆମର ବେଷ୍ଟଫ୍ରେଣ୍ଡ ହୋଇଯାଇଛି। ଏବେ ସବୁ ଯୁବପିଢ଼ି ଫୋନକୁ ଗୋଟେ ମିନିଟ୍‌ ଛାଡି ବଞ୍ଚିବା ହେଉଛି କଷ୍ଟକର। ପ୍ରତ୍ୟେକ ସମୟରେ ଆମ ସହିତ ଫୋନ ରହୁଛି ଏହି ଫୋନ ପାଇଁ ଆମେ ବନ୍ଧୁ ପରିଜନଙ୍କୁ ମଧ୍ୟ ଭୁଲିଗଲେଣି। ପାଖରେ ଫୋନ ଅଛି ତ ଆଉ କିଛି ଦରକାର ନାହିଁ। ଏମିତିକି ନିଜ ଆଖପାଖକୁ ଓ ନିଜକୁ ମଧ୍ୟ ଲୋକେ ଭୁଲି ଯାଉଛନ୍ତି । ବିଶେଷ କରି ଯୁବ ପିଢ଼ି ।

ଅନେକ ସମୟରେ ଏହି ଫୋନକୁ ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଛି ,କେତେବେଳେ ସେଲଫି ନେଇ ଦୁର୍ଘଟଣା ଘଟିଲାଣି ତ ଆଉ କେତେବେଳେ ମୋବାଇଲ ଫୋନରେ କଥା ହେଇ ଗାଡି ଆଗକୁ ଆସିଲେଣି। ଏମିତି ଅନେକ ଘଟଣା ଆମ ଆଖ ପାଖରେ ଘଟୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ସ୍ପେନର ମାଡ୍ରିଡରେ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛି। ଜଣେ ମହିଳା ମୋବାଇଲ ଫୋନକୁ ଦେଖି ଦେଖି ଟ୍ରେନ ଟ୍ରାକରେ ପଡିଯାଉଛନ୍ତି ଏବଂ ସାମ୍ନାରୁ ଟ୍ରେନ ଆସୁଛି।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ଯୁବତୀ ନିଜ ଫୋନରେ ବ୍ୟସ୍ତ ରହି ହଠାତ୍‌ ଟ୍ରେନକୁ ଚଢ଼ିବା ପାଇଁ ଆସୁଛନ୍ତି କିନ୍ତୁ ସେ ଟ୍ରାକରେ ପଡିଯାଉଛନ୍ତି ଏବଂ ସେହି ସମୟରେ ସେଠାରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଦୌଡି ଆସୁଛନ୍ତି । ତେବେ ଏହି ଘଟଣାରେ ତାଙ୍କର କଣ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଏହାସହ ପଢନ୍ତୁ : ଇତିହାସରେ ପ୍ରଥମ, ବିନା ବେହୋସ କରି ମହିଳାଙ୍କ ବ୍ରେନ ସର୍ଜରୀ କଲେ ଡାକ୍ତର

କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ମୋବାଇଲରେ ଏମିତି ବ୍ୟସ୍ତ ରୁଅନ୍ତୁ ନାହିଁ। ସମୟ ସବୁବେଳେ ସମାନ ନଥାଏ କିଏ ଜାଣେ କେତେବେଳେ ଆପଣଙ୍କର ସାମାନ୍ୟ ଅସାବଧାନତା ଆପଣଙ୍କର ଜୀବନ ନେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.