Below header

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଦଳିଲା ଟ୍ରେନ ରୁଟ, ବାତିଲ ହେଲା ଏସବୁ ଟ୍ରେନ

ଭୟଙ୍କର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ବାତିଲ ହେଲା ୪୮ ଟି ଟ୍ରେନ, ୩୯ ଟି ଟ୍ରେନ ରୁଟ ର ହୋଇଛି ପରିବର୍ତ୍ତନ, ସହାୟତା ପାଇଁ ଜାରି ହେଲା ହେଲ୍ପଲାଇନ ନଂ

ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ କଲି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଏହାର ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି । କାଲି ରାତି ରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ । ଦୁର୍ଘଟଣାରେ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂତ୍ରରୁ ଜଣାପଡ଼ଛି । ଘଟଣାସ୍ଥଳରେ ଡିଜି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଦୁର୍ଘଟଣା ପରଠାରୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି । ଆଜି ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ , 5ଟି ସଚିବ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ସମୀକ୍ଷା କରିଥିବା ବେଳେ ଏବେ ପ୍ରଧାମନ୍ତ୍ରୀ ଆସିବାର ଶୁଣିବାକୁ ମିଳିଛି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ୭ଟି ସ୍ସେଶାଲିଟି ହସ୍ପିଟାଲ ପ୍ରସ୍ତୁତ ରଖାଯାଇଛି । ଅନ୍ୟପଟେ ସାରା ରାଜ୍ୟରେ ଆଜି ଶୋକ ପାଳନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତେବେ ଏପରି ଭୟଙ୍କର ଘଟଣା ପଛରେ କଣ କାରଣ ରହିଛି ତାକୁ ନେଇ ଖୁବ ଶୀଘ୍ର ଉଚସ୍ତରିୟ ବୈଠକ ମଧ୍ୟ କରାଯିବ ।

ଏତେ ବଡ ଦୁର୍ଘଟଣାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ସହାୟତା ରାଶି ଦିଆଯିବ ନେଇ ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

 


ଏହାସହିତ ଗତକାଲିର ଏହି ଦୁର୍ଘଟଣା ପରେ SER ପକ୍ଷରୁ ଏକାଧିକ ଟ୍ରେନକୁ ବାତିଲ କରାଯାଇଛି । ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି – ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା- ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ଆଦି କୁ ବାତିଲ କରାଯାଇଛି । ଏହିପରି ଭାବେ ମୋଟ ରୂପେ ୪୮ଟି ଟ୍ରେନ କୁ ବାତିଲ କରାଯିବ ସହ ୩୯ଟି ଟ୍ରେନ ରୁଟ ପରିବର୍ତନ କରାଯାଇଛି ।

 

 

ସୂଚନା ମୁତାବକ, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏବେ ଜାଣନ୍ତୁ ଏହାକୁ ନେଇ ଜାରି ହୋଇଥିବା ସମସ୍ତ ହେଲ୍ପଲାଇନ ନମ୍ବର:

ଭୁବନେଶ୍ବର ହେଲ୍ପଲାଇନ ନଂ: ୮୪୫୫୮୮୯୯୨୨

କଟକ ହେଲ୍ପଲାଇନ ନଂ: ୮୪୫୫୮୮୯୯୧୭

ଖୋର୍ଦ୍ଧା ରୋଡ଼ ହେଲ୍ପଲାଇନ ନଂ :୬୩୭୦୧୦୮୦୪୬

ବ୍ରହ୍ମପୁର ହେଲ୍ପଲାଇନ ନଂ :୮୯୧୭୩୮୮୭୨୪୧

ଯାଜପୁର କେନ୍ଦୁଝର ରୋଡ଼ ନଂ :୭୪୫୫୮୮୯୯୦୬

ଭଦ୍ରକ ହେଲ୍ପଲାଇନ ନଂ: ୮୪୫୫୮୮୯୯୦୦

ବାଲୁଗାଁ ହେଲ୍ପଲାଇନ ନଂ :୯୯୩୭୭୩୨୧୬୯

ପଲାସା ହେଲ୍ପଲାଇନ ନଂ ୮୯୭୮୮୮୧୦୦୬

ବାଲେଶ୍ବର ହେଲ୍ପଲାଇନ ନଂ :୮୨୪୯୫୯୧୫୫୯, ୭୯୭୮୪୧୮୩୨୨

ସାଲିମାର ହେଲ୍ପଲାଇନ ନଂ: ୯୯୦୩୩୭୦୭୪୬

ହାୱଡ଼ା ହେଲ୍ପଲାଇନ ନଂ: ୦୩୩-୨୬୩୮୨୨୧୭

ଖଡ଼ଗପୁର ନଂ: ୮୯୭୨୦୭୩୯୨୫, ୯୩୩୨୩୯୨୩୩୯

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.