କେବେ ଓ କାହିଁକି ପାଳନ ହୁଏ ବିଶ୍ୱ ସାଇକେଲ ଦିବସ ?

ଫରାସୀ ଶବ୍ଦ ‘ବାଇସିକଲେଟ’ ରୁ ସାଇକେଲ ଶବ୍ଦ ଆସିଛି । ଏହା ପୂର୍ବରୁ ସାଇକେଲ ‘ବେଲୋସିପେଡ’ ନାମରେ ଜଣାଥିଲା । ନେଦର ଲ୍ୟାଣ୍ଡରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ମାନଙ୍କ ପାଖରେ ସାଇକେଲ ରହିଥାଏ । ୧୮୭୦ ମସିହାରେ ହାଇ-ହ୍ଵିଲ ନାମକ ସାଇକେଲ ଅଧିକ ଲୋକପ୍ରିୟ ଥିଲା ।

(କେନ୍ୟୁଜ ବ୍ୟୁରୋ): ଛୋଟ ଥିବା ବେଳେ ପ୍ରତ୍ୟେକ ଶିଶୁ ସାଇକେଲ ଚଲାଇବା ପାଇଁ ଚାହିଁଥାନ୍ତି ଏବଂ ନିଜ ସାଇକେଲ ଥିଲେ ମନ ମୁତାବକ ଚଲାଇ ଥାନ୍ତି । ପ୍ରତ୍ୟେକ ମଣିଷ ନିକଟରେ ସାଇକେଲ ସହ ଜଡ଼ିତ କୌଣସି ନା କୌଣସି କାହାଣୀ ରହିଥାଏ । କିନ୍ତୁ ମାତ୍ର କିଛି ଲୋକ ହିଁ ବିଶ୍ୱ ସାଇକେଲ ଦିବସ ବିଷୟରେ ଜାଣିଛନ୍ତି । ଏହି ବିଶ୍ୱ ସାଇକେଲ ଦିବସ କାହିଁକି ଓ କେବେ ପାଳନ କରାଯାଏ ଆପଣ ହୁଏ ତ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ବିଶ୍ୱ ସାଇକେଲ ଦିବସ ବିଷୟରେ ।

ପ୍ରତ୍ୟେକ ବର୍ଷ ଜୁନ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଇ ଥାଏ । ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା ୨୦୧୮ ମସିହା ଜୁନ ୩ରେ ବିଶ୍ୱ ସାଇକେଲ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ଲୋକଙ୍କ ମନରେ ସାଇକେଲ ର ମହତ୍ତ୍ୱକୁ ବୁଝାଇବା ହେଉଛି ଏହାକୁ ପାଳନ କରିବା ର ମୁଖ୍ୟ ଉଦ୍ଦେଶ୍ୟ । ସାଇକେଲ ଚଲାଇବା ଦ୍ୱାରା ଲୋକଙ୍କ ଶରୀର ସୁସ୍ଥ ରହିଥାଏ ।

କୌଣସି ବ୍ୟକ୍ତି ସାଇକେଲ ଚଲାଇବା କିମ୍ବା ଏହାକୁ ଶିଖିବା ପିଲାଦିନ ର ଏପରି ଏକ ସ୍ମୃତି ଯାହା କେବେ ଭୁଲି ହୁଏ ନାହିଁ । ସାଇକେଲ ଚଲାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ବିକାଶ ଘଟିଥାଏ । ଏହା ବ୍ୟତୀତ ସାଇକେଲ ଚଲାଇବା ର ଅନେକ ରୋଚକ ତଥ୍ୟ ରହିଛି ଯାହା କିଛି ଲୋକ ହିଁ ଜାଣିଛନ୍ତି ।

ଫରାସୀ ଶବ୍ଦ ‘ବାଇସିକଲେଟ’ ରୁ ସାଇକେଲ ଶବ୍ଦ ଆସିଛି । ଏହା ପୂର୍ବରୁ ସାଇକେଲ ‘ବେଲୋସିପେଡ’ ନାମରେ ଜଣାଥିଲା । ନେଦର ଲ୍ୟାଣ୍ଡରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ମାନଙ୍କ ପାଖରେ ସାଇକେଲ ରହିଥାଏ । ୧୮୭୦ ମସିହାରେ ହାଇ-ହ୍ଵିଲ ନାମକ ସାଇକେଲ ଅଧିକ ଲୋକପ୍ରିୟ ଥିଲା । ୧୮୬୦ ମସିହା ପର୍ଯ୍ୟନ୍ତ ସାଇକେଲ ଶବ୍ଦ ବ୍ୟବହାର ହୋଇନଥିଲା । ୨୪ ବର୍ଷିୟ ଫ୍ରେଡ ଏ ବର୍ଚମୋର ୧୯୩୫ ମସିହାରେ ସାଇକେଲ ଦ୍ୱାରା ସମଗ୍ର ଦୁନିଆ ଭ୍ରମଣ କରିଥିଲେ । ଆମେରିକାରେ ରହୁଥିବା ସମସ୍ତ ଅଧିବାସୀଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଲୋକଙ୍କ ହିଁ ସାଇକେଲ ବ୍ୟବହାର କରିଥାନ୍ତି । ବିଶ୍ୱରେ ପ୍ରତ୍ୟେକ ବର୍ଷ ୧୦ କୋଟି ସାଇକେଲ ନିର୍ମାଣ କରାଯାଉଛି । ଟୁର ଡି ଫ୍ରାନ୍ସ ବିଶ୍ୱର ପ୍ରସିଦ୍ଧ ସାଇକେଲ ମଧ୍ୟରେ ଅନ୍ୟତମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.