Below header

ସୁରକ୍ଷିତ ନୁହେଁ Paytm ! ଆସିଲା ଠକାମୀର ପ୍ରଥମ ମାମଲା, ପୋଲିସ୍ ବାବୁଙ୍କ ଖାତାରୁ କଟିଗଲା ଲକ୍ଷେ ଟଙ୍କା

କଣ ଆପଣଙ୍କ ବି ପେ ଟିଏମ୍ ବ୍ୟବହାର କରୁଛନ୍ତି ? ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ସୁରକ୍ଷିତ ନୁହେଁ ପେଟିଏମ୍ । ହୋଇପାରନ୍ତି ଠକାମୀର ଶିକାର । ଯେମିତି ଗାଜିଆବାଦର ଏହି ପୋଲିସ୍ ଅଫିସର୍ ହୋଇଛନ୍ତି । ଏହି ଅଫିସରଙ୍କ ଖାତାରୁ ଏକ ଲକ୍ଷ ଟଙ୍କା ଉଡାଇନେଲେ ସାଇବର୍ ଅପରାଧୀ ।

ସୂଚନା ଅନୁସାରେ, ୨୯ ନଭେମ୍ବରରେ ଏହି ସବ୍ ଇନ୍ସପେକ୍ଟରଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଅନଲାଇନ୍ ଆପଣ ଯେଉଁ ସପିଂ କରିଛନ୍ତି ସେଥିରେ ଆପଣଙ୍କର ଉପହାର ଉଠିଛି । ବାସ୍ ଏତିକି କହି ଫୋନ୍ କାଟିଦେଲେ । ଏହା ପରେ କଲ୍ ବ୍ୟାକ୍ କରିବାରୁ ତାଙ୍କ ଖାତାରୁ ଏକ ଲକ୍ଷ ଟଙ୍କା କଟିଗଲା ।

ଆଉ ଯାଂଚ ପରେ ଜଣା ପଡିଲା ପେଟିଏମ୍ ଏବଂ ଫାଇନାନ୍ସିଆଲ୍ ସଫ୍ଟୱେୟାର୍ ସିଷ୍ଟମ୍ ମାଧ୍ୟମରେ ସପିଂ କରାଯାଇ ଟ୍ରାଞ୍ଜାକସନ୍ ହୋଇଛି । ସବ୍ ଇନ୍ସପେକ୍ଟରଙ୍କ ଖାତା ଆକ୍ସିସ୍ ବ୍ୟାଙ୍କରେ ଅଛି । ଆଉ ସେ ପେ ଟିଏମ୍ ମାଧ୍ୟମରେ ଦୁଇ ଥର ବିଜୁଳି ବିଲ୍ ଦେଇଛନ୍ତି ।
ଏବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି । ସାଇବର୍ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏସଆଇ ଯେଉଁ ନମ୍ବରକୁ କଲ ବ୍ୟାକ୍ କରିଥିଲେ ତାହା ପେମେଂଟ୍ ସିଷ୍ଟମ୍ ସହ କନେକ୍ଟ ହୋଇ କଟିଗଲା ଏବଂ ଖାତାରୁ ଟଙ୍କା ଚାଲିଗଲା ।

କେମିତି ବଂଚିବେ ଠକାମୀରୁ :

paytm

– ଅନଲାଇନ୍ ସପିଂ କରିବା ସମୟରେ ଆପ୍ଲିକେସନ୍ କମ୍ପ୍ୟୁଟରରେ କୌଣସି କୋର୍ଡ ସଂଚୟ କରନ୍ତୁ ନାହିଁ ।

– ନେଟ୍ ବ୍ୟାଙ୍କିଙ୍ଗ୍ ସମୟରେ ପାସୱର୍ଡ ମଜଭୂତ ରଖନ୍ତୁ ।

– ପ୍ରତିମାସରେ ନେଟବ୍ୟାଙ୍କିଙ୍ଗ୍ , ଇମେଲ୍, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡର ପାସୱର୍ଡ ପରିବର୍ତ୍ତନ କରନ୍ତୁ ।

– ଯଦି କୌଣସି ସ୍କିମ୍ ପାଇଁ କଲ୍ ଆସୁଛି ତେବେ କଲ୍ ବ୍ୟାକ୍ କରନ୍ତୁ ନାହିଁ ।

– ଅନଲାଇନ୍ ପେମେଂଟ୍ ସଫ୍ଟୱେୟାରରେ ସବୁବେଳେ ଲଗଇନ୍ ରୁହନ୍ତୁ ନାହିଁ ।

– ସବୁ ଟ୍ରାଞ୍ଜାକ୍ସନ୍ ପରେ ଲଗ ଆଉଟ୍ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.