କେମିତି ଘରେ କରିବେ ମା’ କାଳୀଙ୍କ ପୂଜା ? ସମ୍ପୂର୍ଣ୍ଣ ବିଧି ପଢ଼ନ୍ତୁ ଗୋଟିଏ କ୍ଲିକରେ

ଦେବୀ ଦୁର୍ଗାଙ୍କର ବିଭିନ୍ନ ଅବତାର ମଧ୍ଯରୁ ଗୋଟେ ହେଉଛନ୍ତି କାଳୀ ଅବତାର । କାଳୀ ମା’ ତନ୍ତ୍ରମନ୍ତ୍ର କରୁଥିବା ତାନ୍ତ୍ରିକମାନଙ୍କର ଇଷ୍ଟ ଦେବୀ ଅଟନ୍ତି । କିନ୍ତୁ କେବଳ ତାନ୍ତ୍ର ସାଧନା ପାଇଁ ନୁହେଁ ସାଧାରଣ ଲୋକ ମଧ୍ଯ ମା କାଳୀଙ୍କ ଆରାଧନା କରି ଆଶୀର୍ବାଦ ପାଇପାରିବେ ।

xxxxxxgମା’ କାଳୀଙ୍କ ପୂଜା

କିଛି ଲୋକ ମା କାଳୀଙ୍କ ଭୟଙ୍କର ରୂପ ଦେଖି ଡରି ଯାଇଥାନ୍ତି । କିନ୍ତୁ ଏହା ଭୁଲ । ସତ କଥା ହେଉଛି କି, କାଳୀଙ୍କ ପୂଜା କରିବା ଦ୍ବାରା ମଣିଷର ସବୁ ଭୟ ଆଶଙ୍କା ଦୂର ହୋଇଥାଏ । ଯଦି ଆପଣ ନବରାତ୍ରରେ ମା’ କାଳୀଙ୍କ ପୂଜା କରିବାକୁ ଡରୁଛନ୍ତି, ତେବେ ଆସନ୍ତୁ ଜାଣିବେ ମା କାଳୀଙ୍କର ପୂଜା ଘରେ କଲେ କଣ ଲାଭ ହୋଇଥାଏ ଏବଂ କେମିତି ମା କାଳୀଙ୍କ ପୂଜା ଘରେ କରିବେ ।

ଭୟଭୀତ ହୁଅନ୍ତୁ ନାହିଁ, ମା’ ତ ଭୟ ଦୂର କରିଥାନ୍ତି

kali2ପ୍ରତି ସାଧାରଣ ମନୁଷ୍ଯ ମନରେ ମା’ କାଳୀଙ୍କ ରୂପରେଖ  ଜଣେ ଭୟଙ୍କରୀ ଭାବରେ ରିଥାଏ । ମା’ କାଳୀଙ୍କ ସ୍ବରୂପ ଉଗ୍ର ହୋଇଥାଏ ସତ କିନ୍ତୁ ଏହା ମଧ୍ଯ ସତ କି କଳିଯୁଗରେ ଦେବୀ ଶକ୍ତିମାନଙ୍କ ମଧ୍ଯରୁ କାଳୀଙ୍କର ଏକ ଅନନ୍ଯ ସ୍ଥାନ ରହିଛି । ଗୋଟିଏ ଥର ପ୍ରସନ୍ନ ହୋଇଗଲେ ମା’ କାଳୀ ନିଜ ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରି ଦେଇଥାନ୍ତି ।

ଦଶ ମହାବିଦ୍ଯା ହେଉଛନ୍ତି ଦେବୀ ଦୁର୍ଗାଙ୍କ ଦଶଟି ରୂପ । ତା ମଧ୍ୟରେ ମା କାଳୀ ଅନ୍ଯତମ । ବହୁତ ଶାସ୍ତ୍ରରେ ଏହା ସ୍ପଷ୍ଟ ବର୍ଣ୍ଣିତ ହୋଇଛି କି ଦେବୀ ପୂଜା ସମ୍ପୂଣ୍ଣର୍ଣ୍ଣ ଶ୍ରଦ୍ଧା ସହ କରିବା ଉଚିତ୍ । ଯଦି ମା’ଙ୍କ ପାଖରେ କିଛି ମାନସିକ ମାଗିଥାନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ମାନସିକ ପୂର୍ଣ୍ଣ ହୋଇଯାଇଥାଏ ତେବେ ମାନସିକ ମାଗିଥିବା ବେଳେ ମା’ଙ୍କୁ ଦେଇଥିବା ସମସ୍ତ କଥା ପୂରଣ କରିବା ନିହାତି ଜରୁରୀ ହୋଇଥାଏ ।

ଘରେ ମା କାଳୀଙ୍କ ପୂଜାର୍ଚ୍ଚନା

kali1ଘରେ ମା କାଳୀଙ୍କ ପୂଜା କରିବା ବହୁତ ସରଳ । ଏଥିପାଇଁ ଆପଣଙ୍କ ଘରେ ଥିବା ମନ୍ଦିରରେ କିମ୍ବା ଠାକୁର ଘରେ କାଳୀଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରନ୍ତୁ । ଏହି ପ୍ରତିମାରେ ତିଳକ ଲଗାଇ ଫୁଲ ଆଦି ଅନ୍ଯ ସାମଗ୍ରୀ ଅର୍ପଣ କରନ୍ତୁ । ମା କାଳୀଙ୍କ ପୂଜାରେ ଲାଲ ରଙ୍ଗର ଫୁଲ ଏବଂ କଳା ରଙ୍ଗର ପୂଜା କପଡ଼ା ବ୍ଯବହାର କରାଯାଇଥାଏ । ଏକ ଆସନ ଉପରେ ବସି ପ୍ରତିଦିନ ମା କାଳୀଙ୍କ କୌଣସି ବି ଏକ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । କାଳୀ ଗାୟତ୍ରୀ ମନ୍ତ୍ର ପାଠ ବହୁତ ଲାଭପ୍ରଦ ହୋଇଥାଏ । ଏହାସହ ପ୍ରସାଦ ରୂପେ ମା’ଙ୍କୁ ଭୋଗ ନିହାତି ଅର୍ପଣ କରନ୍ତୁ । ନିଜର ମନସ୍କାମନା ପୂର୍ଣ୍ଣ ହେବା ପର୍ଯ୍ଯନ୍ତ ଏହି ପ୍ରୟାସ ଜାରି ରଖନ୍ତୁ । ଯଦି ଆପଣ ବିଶେଷ ଉପାସନା କରିବାକୁ ଚାହାନ୍ତି ତେବେ ୫ ଲକ୍ଷ ପର୍ଯ୍ଯନ୍ତ ମନ୍ତ୍ର ଜପ କରି ପାରିବେ ।

ମନ୍ତ୍ର ଦ୍ବାରା ମା’ଙ୍କ ପୂଜା ଅର୍ଚ୍ଚନା

ମାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ମନ୍ତ୍ରର ପ୍ରୟୋଗ ମଧ୍ଯ କରିପାରିବେ ଯାହା ଭଲ ପ୍ରଭାବ ପକାଇଥାଏ । କିନ୍ତୁ ଏଥିପ୍ରତି ସ୍ବତନ୍ତ୍ର ଧ୍ଯାନ ଦିଅନ୍ତୁ କି, ମନ୍ତ୍ରୋଚ୍ଚାରଣ ସୁଦ୍ଧ ହେବା ଦରକାର । କିଛି ମନ୍ତ୍ରକୁ ବିଶେଷ ସଂଖ୍ଯାରେ ଜପିବା ଦରକାର ପଡ଼ିଥାଏ । ହ୍ରିଂ ଏବଂ କ୍ରିଂ ମନ୍ତ୍ର ର ପ୍ରୟୋଗ ଫଳପ୍ରଦ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ଦୁଇଟି ଏକାକ୍ଷର ମନ୍ତ୍ର ଅଟେ । ଏହାକୁ ବିଶେଷ ଭାବେ ଦକ୍ଷିଣ କାଳୀଙ୍କ ମନ୍ତ୍ର କୁହାଯାଇଥାଏ । ଜ୍ଞାନ ଏବଂ ସିଦ୍ଧ ପ୍ରାପ୍ତି ପାଇଁ ଏହି ମନ୍ତ୍ରର ବିଶେଷ ମହତ୍ତ୍ବ ରହିଛି । ଏହା ଛଡା ଘରେ ପ୍ରତିଦିନ କ୍ରିଂ କ୍ରିଂ କ୍ରିଂ ସ୍ବାହା ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ବାରା ସବୁ ଦୁଃଖ ଲାଘବ ହୋଇଥାଏ । ଧନଧାନ୍ଯ ବଢିବା ସହ ପରିବାରରେ ଶାନ୍ତି ବଜାୟ ରହିଥାଏ ।

kali5ଏହା ବ୍ଯତୀତ ଦ୍ବିଅକ୍ଷର ମନ୍ତ୍ର କ୍ରିଂ କ୍ରିଂ ଏବଂ ତ୍ରିଅକ୍ଷର ମନ୍ତ୍ର କ୍ରିଂ କ୍ରିଂ କ୍ରିଂ କାଳୀ ମା’ଙ୍କ ସାଧନା ଏବଂ ତାଙ୍କ ରୂପର ଆରାଧନା ପାଇଁ ବିଶେଷ ମନ୍ତ୍ର ଅଟେ । ଏହି ଦ୍ବିଅକ୍ଷର ଏବଂ ତ୍ରିଅକ୍ଷର ମନ୍ତ୍ରର ଉଚ୍ଚାରଣ କାଳୀଙ୍କ ସାଧନା ପୂର୍ବରୁ ଏବଂ ପରେ କରାଯାଇଥାଏ । ଓଁ କ୍ରିଂ କ୍ରିଂ କ୍ରିଂ ଦକ୍ଷିଣ କାଳିକେ କ୍ରିଂ କ୍ରିଂ ସ୍ବାହା ମନ୍ତ୍ର ମା କାଳୀଙ୍କୁ ସମର୍ପିତ । ଏହା ଏକ ଅତି ଶକ୍ତିଶାଳୀ ମନ୍ତ୍ର ଅଟେ, ଯାହାକୁ ଜପ ଏକ ବିଶେଷ ସମୟରେ କରିବା ଦରକାର । ମା କାଳୀଙ୍କୁ ସମର୍ପିତ ଅନ୍ଯ ମନ୍ତ୍ର ମଧ୍ଯ ରହିଛି ହେଲେ ଏହି ମନ୍ତ୍ର ତାନ୍ତ୍ରିକମାନେ ଅଧିକ ଭାବେ ପ୍ରୟୋଗ କରିଥାନ୍ତି ।

ଘରେ କାଳୀ ପୂଜା କରିବା ସମୟରେ ସାବଧାନ ରହିବା

କାଳୀଙ୍କ ପୂଜା କରିବା ଦ୍ବାରା ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ କିନ୍ତୁ ମା’ଙ୍କ ପୂଜା ସମୟରେ ବିଶେଷ କିଛି କଥା ଉପରେ ଧ୍ଯାନ ଦେବାକୁ ପଡିଥାଏ । ସଫାସୁତୁରା ଏବଂ ଅତି ସୁଦ୍ଧତା ସହ ମା’ଙ୍କ ଆରାଧନା କରାଯାଏ । ସେହିପରି ରାତିର ଉପଯୁକ୍ତ ମୁହୂର୍ତ୍ତ କିମ୍ବା ଅମାବାସ୍ଯା ଦିନ ମା’ କାଳୀଙ୍ହୋକ ଅଆରାଧନା କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.